Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖଣ୍ଡାରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ୍: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଯୁବକ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ କନିଷି ହାଟ ଗୁଣ୍ଡିଚା ନଗର ନିକଟରେ କୁନା ଡାକୁଆ ନାମକ ଜଣେ ଯୁବକକୁ ତିନି ଜଣ ଯୁବକ ଆଖିରେ ଲଙ୍କାଗୁଣ୍ଡ ପକାଇ ଧାରୁଆ ଖଣ୍ଡାରେ ଆକ୍ରମଣ କରିଥିବା ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। କୁନାର ହାତ ପାପୁଲିରେ ଗଭୀର ଆଘାତ ଲାଗି ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଅଭିଯୋଗ ମୁତାବକ, କୁନା ଜଣେ ଗ୍ୟାରେଜ ମାଲିକ ଓ ସେ ପୁରୁଣା ଗାଡ଼ି ବ୍ୟବସାୟ କରନ୍ତି। ଆଜି ଗ୍ୟାରେଜକୁ ଯାଇ ମାଁ ର ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ଯିବା ବେଳେ ହଠାତ୍ ତିନି ଜଣ ଯୁବକ ତାଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଆତର୍କିତ ଭାବେ ହାତକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ତାଙ୍କ ପାଖରେ ଥିବା ନଗଦ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। କୁନାଙ୍କ ସମ୍ପର୍କୀୟ ଲୋକ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଏତଲା ନଂ ୨୮୪/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣ କରିଥିବା ଯୁବକ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ଆଇନଜୀବୀଙ୍କୁ ଧକ୍କା ଦେଲା ବୋଲେର: ଗୁରୁତର ଅବସ୍ଥାରେ ଉଦ୍ଧାର କଲା ଗଞ୍ଜାମ ଓକିଲ ସଂଘ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଅନ୍ଧପସରା ରୋଡ଼ରେ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ଆଇନଜୀବି ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଅନ୍ଧପସରା ରୋଡ଼ ଠାରେ ଆଇନଜୀବୀ ଅର୍ଜୁନ ଗୌଡ଼କୁ ଏକ ବୋଲେର ଧକ୍କା ଦେଇଥିଲା। ଯାହା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ଗଞ୍ଜାମ ଓକିଲ ସଂଘର ସଦସ୍ୟମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏବଂ ଘଟଣାସ୍ଥଳରୁ ତାଙ୍କୁ ଚିକିତ୍ସା ନିମନ୍ତେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ମଝି ରାସ୍ତାରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୁତ୍ତ। ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପୋଲିସ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି।

ଅଭିଯୋଗ ମୁତାବକ ଆଜି ସକାଳେ ନାରଣଦେଇପୁର ଗ୍ରାମର ଶ୍ୟାମ ବାରିକଙ୍କ ପତ୍ନୀ ଲୀଳାବତୀ ବାରିକଙ୍କୁ ଗ୍ରାମର କିଛି ଦୁର୍ବୁତ୍ତ ତାଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଲୀଳାବତୀ ଚେତାଶୂନ୍ୟ ହୋଇ ରାସ୍ତା ମଝିରେ ପଡ଼ିରହିଥିଲେ। ସୂଚନା ପାଇ ବାଣପୁର ପୋଲିସ ଗ୍ରାମରେ ପହଞ୍ଚି ରାସ୍ତାରୁ ଲୀଳାବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରିଛି।

ଡାକ୍ତରଙ୍କ କହିବା ମୁତାବକ ଲୀଳାବତୀଙ୍କ ବେକ ଓ ଛାତିକୁ କେହି ଜଣେ ବଳପୂର୍ବକ ଚିପିଦେଇଛନ୍ତି। ଯାହା ଫଳରେ ଲୀଳାବତୀ କଥାବାର୍ତ୍ତା ମଧ୍ୟ କରିପାରୁନାହାନ୍ତି। ତାଙ୍କର ଉଚ୍ଚ ରକ୍ତଚାପ ମଧ୍ୟ ଅଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ସେପଟେ ଏପରି ଅମାନବୀୟ କାଣ୍ଡ ଘଟାଇଥିବା ଆକ୍ରମଣକାରୀଙ୍କୁ ଯଥାଶୀଘ୍ର ଗିରଫ କରାଯାଉ ବୋଲି ଲୀଳାବତୀଙ୍କ ପରିବାରବର୍ଗ ଦାବି କରିଛନ୍ତି। ତେବେ ଏହା ପୂର୍ବଶତ୍ରୁତାକୁ ନେଇ ଘଟିଥିବାର ସାଧାରଣରେ ଚର୍ଚ୍ଚା ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଶ୍ୱଶୁର ଘରେ ଜ୍ୱାଇଁକୁ ଭୂଜାଲିରେ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ବିଳମ୍ବିତ ରାତ୍ରିରେ ଶ୍ୱଶୁର ଘରେ ଜ୍ୱାଇଁକୁ ଭୂଜାଲିରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି।

ପ୍ରକାଶ ଯେ, ରେଢାଖୋଲ ଥାନା ଝାଙ୍କରପଡା ଗ୍ରାମର ପୁଷ୍ପାଞ୍ଜଳି ସାହୁ କିଆକଟା ଥାନା ଧୁଡିଆପଡା ଗାଁରେ ବିବାହ କରିଥିଲେ। ଶୁଶୁର ଘରେ ପାରିବାରିକ ସମସ୍ୟା ଦେଖା ଦେବାରୁ ସେ ନିଜ ବାପ ଘରକୁ ୮ ମାସ ହେଲା ଫେରି ଆସିଥିଲେ। ଗତକାଲି ପୁଷ୍ପାଞଳିର ସମସ୍ୟାର ସମାଧାନ ପାଇଁ ରତ୍ନାବଡମାଳ ଗ୍ରାମର ଜ୍ୱାଇଁ ପ୍ରେମାନନ୍ଦ ବେହେରା ଶ୍ୱଶୁର ଘର ଝାଙ୍କରପଡା ଗାଁକୁ ଯାଇଥିଲେ। ରାତିରେ ଶୋଇଥିବା ସମୟରେ ୩ ଜଣ ଲୋକ ଏକ ମୋଟର ସାଇକେଲରେ ଆସି ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ।

ଗାଁ ଲୋକମାନେ ଆସିଯିବାରୁ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ। ଦୁର୍ବୃତ୍ତ ୩ ଜଣ ଆଣିଥିବା ମୋଟର ସାଇକେଲ୍, ଭୁଜାଲି ଛାଡି ଚମ୍ପଟ ମାରିଥିଲେ। ଆହତକୁ ରେଢାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡିଛି। ରେଢାଖୋଲ ପୋଲିସ୍ ଘଟଣା ସ୍ଥଳରେ ପହଂଚି ବାଇକ୍ ସହ ଭୁଜାଲି ଜବତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ସୁବୁଦ୍ଧିପାଟଣା ଛକରେ ସଡକ ଦୁର୍ଘଟଣା, ଗୁରୁତର ଅବସ୍ଥାରେ ଟ୍ରକ ଚାଳକଙ୍କୁ କରାଗଲା ଉଦ୍ଧାର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଟ୍ରକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ସୂଚନା ମୁତାବକ ରାଉରକେଲା କଇଡ଼ାରୁ ଆଇରନ ନେଇ ଏକ ଟ୍ରକ (ଓଡ଼ି-୦୯-ସି-୪୫୧୫) ବ୍ରହ୍ମପୁର ଗୋପାଳପୁର ଅଭିମୁଖେ ଯାଉଥିଲା। ସୁବୁଦ୍ଧିପାଟଣା ଛକ ନିକଟରେ ଟ୍ରକଟିର ଚକା ଫାଟିଯିବାରୁ ଟ୍ରକ ଚାଳକ ଗାଡିକୁ ସେଠାରେ ଠିଆ କରିଥିଲେ। ତେବେ ଭୋର ୫ ଘଟିକା ସମୟରେ ଭୁବନେଶ୍ୱର ଆଡୁ ଆନ୍ଧ୍ର ପ୍ରଦେଶ ଯାଉଥିବା ଏକ ବାଲି ବୋଝେଇ ଟ୍ରକଟି (ଏପି-୩୧-ଟିଜି-୯୫୬୯) ଭାରସାମ୍ୟ ହରାଇ ପୂର୍ବରୁ ଛିଡା ହୋଇଥିବା ଆଇରନ ବୋଝେଇ ଟ୍ରକଟିକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ବାଲି ବୋଝେଇ ଟ୍ରକ ଚାଳକ ଟ୍ରକ ମଧ୍ୟରେ ଚାପି ହୋଇ ରହିଥିଲେ।

ଖବର ପାଇ ଦୁର୍ଘଟଣା ସ୍ଥଳରେ ବାଲୁଗାଁ ଅଗ୍ନିଶମ ବାହିନୀ ପହଞ୍ଚି ଟ୍ରକ ଚାଳକଙ୍କୁ ଗ୍ୟାସ କଟର ଜରିଆରେ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି କରିଥିଲେ। ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ମଧ୍ୟ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗାଡି ଚାଳକଙ୍କୁ ଉଦ୍ଧାର କରିବାରେ ଲାଗିପଡିଥିଲେ। ତେଣୁ ବହୁ ଚେଷ୍ଟା ପରେ ଚାଳକଙ୍କୁ ଗାଡି ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ଏହାପରେ ନାଭାଲ ଫାଣ୍ଡି ପୋଲିସ ଜାତୀୟ ରାଜପଥରୁ ଟ୍ରାଫିକ କ୍ଳିଅର କରୁଥିବାର ଦେଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ୧ ଲକ୍ଷ ସହାୟତା: କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି

ଭୁବନେଶ୍ବର: ଓଡିଆ କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କ ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ତପୁ ମିଶ୍ରଙ୍କୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। କଳାକାର ପାଣ୍ଠିରୁ ତପୁଙ୍କ ଚିକିତ୍ସା ପାଇଁ ଏହି ରାଶି ପ୍ରଦାନ କରାଯାଇଛି। କରୋନାରେ ଆକ୍ରାନ୍ତ ହୋଇ ଏବେ ଗୁରୁତର ଅବସ୍ଥାରେ ତପୁ ଚିକିତ୍ସିତ ହେଉଛନ୍ତି। ଓଡିଶାର ବହୁ କଣ୍ଠ ଶିଳ୍ପୀ ଏବଂ କଳାକାରମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ନିର୍ଭୟା ଭଳି ଆଉ ଏକ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ପୀଡ଼ିତା

ଭୋପାଳ: ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଭଳି ଆଉ ଏକ  ସମାନ ଘଟଣା ମଧ୍ୟପ୍ରଦେଶରେ ଘଟିଛି। ମଧ୍ୟପ୍ରଦେଶର ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୪୦ କିଲୋମିଟର ଦୂର ଅମଳିୟା ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ମୁତାବକ, ୪ ବର୍ଷ ପୂର୍ବେ ଜଣେ ବିଧବା ମହିଳାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଯାଥିଲା। ଦୁଇ ନାବାଳିକ ସନ୍ତାନ ଏବଂ ନିଜ ଭଉଣୀଙ୍କ ସହ ପୀଡ଼ିତା ମହିଳା ଜଣଙ୍କ ଏକ ଝୁପୁଡିରେ ରହୁଥିଲେ। ସେଠାରେ ସେ ଏକ ଛୋଟ ଦୋକାନ ଟିଏ କରି ନିଜ ପରିବାର ଚଳାଉଥିଲେ।

ତେବେ ଶନିବାର ଦିନ ବିଳମ୍ବିତ ରାତିରେ ଚାରିଜଣ ଯୁବକ ପୀଡ଼ିତାଙ୍କ ଝୁପୁଡିକୁ ଆସିଥିଲେ। ଅଭିଯୁକ୍ତମାନେ ମହିଳାଙ୍କୁ ପାଣି ମାଗିଥିଲେ। ହେଲେ ରାତି ଅନେକ ହେଇଥିବାରୁ ମହିଳାଜଣଙ୍କ ସନ୍ଦେହ କରି ସେମାନଙ୍କୁ ପାଣି ଦେବା ପାଇଁ ମନା କରିଦେଇଥିଲେ। କିନ୍ତୁ ଅଭିଯୁକ୍ତ ଯୁବକମାନେ ବଳପୂର୍ବକ ମହିଳାଙ୍କ ଝୁପୁଡିରେ ପଶି ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏହାସହିତ ମହିଳାଙ୍କ ବ୍ୟକ୍ତିଗତ ଅଙ୍ଗରେ ଲୁହା ରଡ଼ ଭର୍ତ୍ତି କରି ସେଠାରୁ ପଳାଇଯାଇଥିଲେ।

ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଉଦ୍ଧାର କରି ଅମଲିୟା ଥାନାକୁ ନେଇଆସିଥିଲେ। ସେଠରୁ ତାଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରି ସ୍ୱାସ୍ଥ୍ୟ ଅଧିକ ବିଗିଡିବାରୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବଂ ପରେ ସେଠାରୁ ସଞ୍ଜୟ ଗାନ୍ଧୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ଵାସ୍ଥ୍ୟରେ ସୁଧାର ଆସୁଥିବା ଜଣେ ବରିଷ୍ଠ ଡାକ୍ତର କହିଛନ୍ତି।

ରିବା ରେଞ୍ଜର ଆଇଜି ଉମେଶ ଯୋଗା କହିଛନ୍ତି ଯେ, ପୀଡ଼ିତା ପରିବାରଙ୍କ ଅଭିଯୋଗ ଆଧାରରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ପୀଡ଼ିତାଙ୍କ ଗ୍ରାମର ବୋଲି ଶ୍ରୀ ଯୋଗା ସୂଚନା ଦେଇଛନ୍ତି। ଧାରା ୩୭୬, ୩୨୪, ୫୪୨, ୩୪ ଆଧାରରେ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଜାରି କରୁଛି। (ଏଜେନ୍ସି)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ମାଡ: ଗୁରୁତର ଅବସ୍ଥାରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ଟାଙ୍ଗୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ସର୍ବସମ୍ମୁଖରେ ମାଡ ମାରିଥିବାର ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମାଟିଆପଡା ଗାଁ ଦାଣ୍ଡରେ ଅନ୍ଧାରୀ ଶାସନରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ରହିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଘର ଭିତରୁ ଭିଡିଆଣି ଗାଁ ଦାଣ୍ଡରେ ମାଡ ମରାଯାଇଥିବା ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ ଯେ, ମାଟିଆପଡା ଗାଁର ମମତା କାଳସୀଙ୍କୁ ଘର ଭିତରୁ ଟାଣି ଆଣି ସଞ୍ଜୟ କାଳସି, ଭାଗୀରଥି କାଳସି ଓ ତାଙ୍କ ପରିବାରର ସଦସ୍ୟମାନେ ଘର ଭିତରୁ ଭିଡ଼ି ଆଣି ଗାଁ ଦାଣ୍ଡରେ ମାଡ଼ ମାରିଛନ୍ତି। ଘରେ କେହି ପୁରୁଷ ଲୋକ ନଥିବାବେଳେ ମମତାଙ୍କୁ ସମେସ୍ତ ମିଶି ମାଡ ମାରିବା ସହିତ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବାର ଅଭିଯୋଗ ହୋଇଛି। ମମତାଙ୍କୁ ମାଡ ମାରୁଥିବା ଏକ ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି। ଏନେଇ ଟାଙ୍ଗୀ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ଜାତୀୟ ଖବର

ଯୁବତୀଙ୍କୁ ଜୀଅନ୍ତା ଜାଳିଲେ ବିବାହିତ ଯୁବକ

ଓ୍ବର୍ଦ୍ଧା : ପ୍ରେମକୁ ପ୍ରତ୍ୟାଖ୍ୟାନ କରିବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି ଯୁବତୀଜଣଙ୍କୁ । ତାଙ୍କୁ ପେଟ୍ରୋଲ ପକାଇ ଜାଳିବାର ଚେଷ୍ଟା କରାଯାଇଛି । ଏହିଭଳି ଏକ ସମ୍ବଦେନଶୀଳ ଘଟଣା ଘଟିଯାଇଛି ମହାରାଷ୍ଟ୍ରର ଓ୍ବର୍ଦ୍ଧା ଜିଲ୍ଲାରେ। ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣକ ଗତ ସାତ ମାସ ହେବ ଏକ କଲେଜରେ ଶିକ୍ଷକତା କରୁଥିବାବେଳେ ତାଙ୍କୁ ଜଣେ 27 ବର୍ଷୀୟ ବିବାହିତ ଏକତରଫା ପ୍ରେମ କରୁଥିଲେ । ମାତ୍ର ଯୁବତୀ ଜଣଙ୍କ ଏହାକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ । ନିକଟରେ ଯୁବତୀଜଣକଙ୍କ ଅନ୍ୟ ଏକ ଜାଗାରେ ବିବାହ ସ୍ଥିର ହେବାରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଯୁବତୀଙ୍କ ଉପରେ ପେଟ୍ରୋଲ୍‌ ପକାଇ ଜାଳିବାକୁ ଚେଷ୍ଟା କରିଛନ୍ତି । ତେବେ ଗମ୍ଭୀର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ପ୍ରଥମେ ଉପଜିଲ୍ଲା ହସ୍ପିଟାଲ୍‌କୁ ନିଆଯାଇଥିବାବେଳେ ତାଙ୍କୁ ନାଗପୁରର ଅରେଞ୍ଜ ସିଟି ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ହିଙ୍ଗନଘାଟ ପୋଲସ୍‌ ତଦନ୍ତ କରୁଛନ୍ତି । ଯୁବତୀ ଜଣଙ୍କ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରେମ ନିବେଦନକୁ ବହୁ ବାର ଅଗ୍ରାହ୍ୟ କରିଥିବାବେଳେ ରାଗରେ ସମ୍ପୃକ୍ତ ବ୍ୟକ୍ତିଜଣକ ଏପରି କାଣ୍ଡ ଘଟାଇଛନ୍ତି । ନିଜେ ବିବାହିତ ହୋଇଥିବା ସତ୍ତ୍ବେ ଜଣେ ଅବିବାହିତା ଯୁବତୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଜୀବନକୁ ନଷ୍ଟ କରିଦେଇଛନ୍ତି ବ୍ୟକ୍ତି ଜଣକ । ମହିଳା ଜଣକ 40 ପ୍ରତିଶତ ଜଳି ଯାଇଥିବାବେଳେ ତାଙ୍କ ଚେହେରା ପୂରା କ୍ଷତବିକ୍ଷତ ହୋଇଯାଇଛି । ଅଭିଯୁକ୍ତଜଣଙ୍କୁ ପୋଲିସ୍‌

(ଏଜେନ୍ସି)