ଖଣ୍ଡାରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ୍: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଯୁବକ

Published: Jun 24, 2023, 10:05 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ କନିଷି ହାଟ ଗୁଣ୍ଡିଚା ନଗର ନିକଟରେ କୁନା ଡାକୁଆ ନାମକ ଜଣେ ଯୁବକକୁ ତିନି ଜଣ ଯୁବକ ଆଖିରେ ଲଙ୍କାଗୁଣ୍ଡ ପକାଇ ଧାରୁଆ ଖଣ୍ଡାରେ ଆକ୍ରମଣ କରିଥିବା ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। କୁନାର ହାତ ପାପୁଲିରେ ଗଭୀର ଆଘାତ ଲାଗି ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଅଭିଯୋଗ ମୁତାବକ, କୁନା ଜଣେ ଗ୍ୟାରେଜ ମାଲିକ ଓ ସେ ପୁରୁଣା ଗାଡ଼ି ବ୍ୟବସାୟ କରନ୍ତି। ଆଜି ଗ୍ୟାରେଜକୁ ଯାଇ ମାଁ ର ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ଯିବା ବେଳେ ହଠାତ୍ ତିନି ଜଣ ଯୁବକ ତାଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଆତର୍କିତ ଭାବେ ହାତକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ତାଙ୍କ ପାଖରେ ଥିବା ନଗଦ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। କୁନାଙ୍କ ସମ୍ପର୍କୀୟ ଲୋକ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଏତଲା ନଂ ୨୮୪/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣ କରିଥିବା ଯୁବକ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି।

Related posts