Categories
ବିଶେଷ ଖବର ରାଜ୍ୟ ଖବର

ମହିଳାଙ୍କ ଦକ୍ଷତା ବିକାଶ ପାଇଁ ନୂଆ ପଦକ୍ଷେପ, ତିନୋଟି ସଂସ୍ଥା ସହିତ ବୁଝାମଣା

ଭୁବନେଶ୍ୱର: ମହିଳାଙ୍କ ଦକ୍ଷତାର ବିକାଶରେ ଆଜି ଆମେ ଏକ ନୂଆ ଫର୍ଦ୍ଦ ଯୋଡିବା ପାଇଁ ଯାଉଛି। ଓଡ଼ିଶା ସରକାର ମହିଳାମାନଙ୍କୁ ସେମାନଙ୍କ ଯୋଗ୍ୟତା ଆଧାରରେ କାର୍ଯ୍ୟ କରିବାର ସୁଯୋଗ ଦେବା ସହ ନିଷ୍ପତ୍ତି ନେବା ପକ୍ରିୟାରେ ମଧ୍ୟ ସାମିଲ କରୁଛନ୍ତି।

ମହିଳାମାନଙ୍କ ଅଧିକାରକୁ ସମ୍ମାନ ଜଣାଇ ରାଜ୍ୟର ଗଠନ ମୂଳକ କାର୍ଯ୍ୟରେ ମହିଳାମାନଙ୍କୁ ନିଯୋଜିତ କରାଯାଉଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ମତବ୍ୟକ୍ତ କରିଛନ୍ତି।

ଭୁବନେଶ୍ୱର ସ୍ଥିତ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ର (ଗୃହ ଅର୍ଥନୀତି ତାଲିମ କେନ୍ଦ୍ର) ରେ ଅନୁଷ୍ଠିତ ଏକ ବୈଠକରେ ମହିଳା ଶିଶୁ ବିକାଶ ବିଭାଗ ସହ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି।

ଏହି ବୈଠକରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ବର୍ତ୍ତମାନର ଯାନ୍ତ୍ରୀକ ଓ ବୈଷୟିକ ତାଲିମ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ, ଗୋପବନ୍ଧୁ ପ୍ରଶାସନିକ ଏକାଡେମି ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ମିଳିତ ସହଯୋଗରେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରକୁ ଉତ୍କର୍ଷ ତାଲିମ କେନ୍ଦ୍ରରେ ରୂପାନ୍ତରିତ କରି ଗୁଣାତ୍ମକ ଶିକ୍ଷା ଓ ତାଲିମ ବ୍ୟବସ୍ଥାକୁ ସୁଦୃଢ କରିବାକୁ ସ୍ଥିର କରାଯାଇଛି।

ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷିକା ଶ୍ରୀମତୀ ଏସ. ଜାଗୃତି ଓ ଗୋପବନ୍ଧୁ ପ୍ରଶାସନିକ ଏକାମେୀର ସ୍ୱତନ୍ତ୍ର ସଚିବ ତଥା ଅତିରିକ୍ତ ନିର୍ଦ୍ଦେଶକ ଆରାଧନା ଦାସ ଓ ରାଜ୍ୟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ଅତିରିକ୍ତ ସଚିବ ଧରଣୀଧର ନନ୍ଦ ଏହି ବୁଝାମୁଣା ପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ର ଉପରେ ଆଧାରିତ ଏକ ଭିଡ଼ିଓ ଫିଲ୍ମ ପ୍ରଦର୍ଶିତ ହୋଇଥିଲା।

ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ସହ ଯୋଡି ହେବା ଆମ ପାଇଁ ଏକ ଗୌରବର ବିଷୟ। ଏହି ବୁଝାମଣା ସ୍ୱାକ୍ଷର ହେବା ଦ୍ୱାରା ରାଜ୍ୟର ମହିଳାମାନଙ୍କର ପ୍ରଶାସନିକ ଦକ୍ଷତା ସହ ବୃତ୍ତିଗତ ମନୋଭାବ ମଧ୍ୟ ସଶକ୍ତ ହେଇପାରିବ।

ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରକୁ ରାଜ୍ୟର ଏକ ଉତ୍କର୍ଷ ତାଲିମ କେନ୍ଦ୍ରରେ ରୂପାନ୍ତରିତ କରିବା ଦ୍ୱାରା ଅଙ୍ଗନବାଡି କର୍ମୀମାନେ ବିଷୟ ବିଶେଷଜ୍ଞ ଓ ଦକ୍ଷ ପ୍ରଶାସକ ଦ୍ୱାରା ତାଲିମ ପାଇପାରିବେ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ମତ ପ୍ରକାଶ କରିଛନ୍ତି।

ଏହି ବୁଝାମଣା ଦ୍ୱାରା ପଞ୍ଚାୟତ ସ୍ତରରେ ମା’ମାନଙ୍କର କାର୍ଯ୍ୟଦକ୍ଷତାରେ ଉନ୍ନତି ଆସିବ ବୋଲି ରାଜ୍ୟ ଉନ୍ନନୟ ଓ ପଞ୍ଚାୟତରାଜ ପ୍ରତିଷ୍ଠାନର ଅତିରିକ୍ତ ସଚିବ ଧରଣୀଧର ନନ୍ଦ ଆଶା ପ୍ରକାଶ କରିଛନ୍ତି। ମିଳିତ ସହଯୋଗରେ ହିଁ ଆମେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରକୁ ଉତ୍କର୍ଷ ତାଲିମ କେନ୍ଦ୍ର ର ରୂପାନ୍ତରିତ କରିପାରିବା ବୋଲି ତାଲିମ କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷିକା ଏସ. ଜାଗୃତି କହିଛନ୍ତି।

ଏହି ଉତ୍ସବରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଦୁର୍ଗାପ୍ରସାଦ ମହାରଣା ସ୍ୱାଗତ ଅଭିଭାଷଣ ରଖିଥିଲେ ଓ ଅନୁ ସଚିବ ଶ୍ରୀମତୀ ସ୍ୱଂୟପ୍ରଭା ମୁଦୁଲି ଧନ୍ୟବାଦ ଜ୍ଞାପନ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମହିଳା ଓ ଶିଶୁ ବିକାଶ ପାଇଁ ଏଥର ୩୬୭୦ କୋଟି ଟଙ୍କା ବଜେଟ, ଲାଗୁ ହେବ ଦୁଇଟି ନୂଆ ଯୋଜନା

ଭୁବନେଶ୍ୱର : ଆଜି ଗୀତ ଗୋବିନ୍ଦ ସଦନଠାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ ଏକ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ବଜେଟ ଉପରେ ଆଲୋକପାତ କରିଛନ୍ତି। ସେ କହିଲେ ଯେ ୨୦୨୩-୨୪ ବର୍ଷ ପାଇଁ ବିଭାଗର ମୋଟ ବଜେଟ ଆକଳନ ୩୬୭୦ କୋଟି ଟଙ୍କା ରହିଛି। ପୂର୍ବ ବର୍ଷ ଏହାର ପରିମାଣ ୩୫୬୬ କୋଟି ଟଙ୍କା ଥିଲା। ଚଳିତ ବର୍ଷ ବଜେଟ୍‌ରେ ଦୁଇଟି ନୂଆ ଯୋଜନା ଯଥା- ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ଏବଂ ଆଶୀର୍ବାଦ ଯୋଜନା ଉପରେ ଗୁରୁତ୍ୱ ଦିଆଯାଉଛି ।

ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନାରେ ୧୫ରୁ ୧୯ ବର୍ଷର କିଶୋରୀ, ଗର୍ଭବତୀ ମହିଳା ଏବଂ ୬ ବର୍ଷରୁ କମ ଅତିଶୟ ପୁଷ୍ଟିହୀନ SAM ଓ MAM ଶିଶୁମାନଙ୍କୁ ପୁଷ୍ଟିକର ପୋଷଣ ଯୋଗାଇ ଦିଆଯିବ ଏବଂ ସେଥିପାଇଁ ୫ ବର୍ଷରେ ୨୬୭୩ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ଯୋଜନା ହୋଇଥିବା ସ୍ଥଳେ ଏ ବର୍ଷ ୨୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

କୋଭିଡ୍‌ ସମୟରେ ଯେଉଁ ଶିଶୁମାନେ ସେମାନଙ୍କର ବାପା, ମା’ଙ୍କୁ ହରାଇଛନ୍ତି, ସେମାନେ ସମ୍ମାନର ସହ ଚଳିବା ପାଇଁ ଏବଂ ଶିକ୍ଷା ଗ୍ରହଣରୁ ବଞ୍ଚିତ ନ ହେବା ପାଇଁ ଆଶୀର୍ବାଦ ଯୋଜନା ମାଧ୍ୟମରେ ଆର୍ଥିକ ସାହାଯ୍ୟ ଓ ସହାୟତା ଯୋଗାଇ ଦିଆଯାଉଛି। ସେଥିରେ ୪୬୭୦୪ ଶିଶୁ ଉପକୃତ ହେଉଛନ୍ତି ଏବଂ ସେଥିପାଇଁ ୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ବିଭାଗର ଲୋକପ୍ରିୟ ଯୋଜନା ‘ମମତା’ ମାଧ୍ୟମରେ ୨୬୭୬.୪୨ କୋଟି ଟଙ୍କା ବିନିଯୋଗ କରି ୫୫.୮୪ ଲକ୍ଷ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ପୁଷ୍ଟିକର ତଥା ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣି ଶିଶୁ ମୃତ୍ୟୁହାର ଏବଂ ମାତୃ ମୃତ୍ୟୁହାର କମାଇବାରେ ଆମେ ସଫଳ ହୋଇପାରିଛୁ ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଥିଲେ।

ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା କହିଲେ ଯେ ୧୫ରୁ ୧୯ ବର୍ଷ ବୟସର କିଶୋରୀ-ବାଳିକା, ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମାଆ ଏବଂ ଅତ୍ୟଧିକ କମ ଓଜନର ଶିଶୁମାନଙ୍କର ପୁଷ୍ଟିହୀନତାକୁ ଦୂର କରିବା ଏହି ବିଭାଗର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଏଥି ନିମନ୍ତେ ରାଜ୍ୟରେ ୬ ବର୍ଷରୁ କମ୍‌ ସାମ୍‌ (SAM) ଏବଂ ମାମ୍‌ (MAM) ପିଲାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା (ଏମ୍‌ଏସ୍‌ପିୱାଇ) ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ୨୦୨୩ରୁ ୨୦୨୭-୨୮ ମଧ୍ୟରେ ୩ ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତାବିତ ହୋଇଛି।

ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନାରେ ୯୧.୧୩ କୋଟି ଟଙ୍କାର ବଜେଟ ପ୍ରସ୍ତାବିତ ହୋଇଛି। ଏହି ଯୋଜନାରେ ପ୍ରାକ୍‌ ବିଦ୍ୟାଳୟ ପିଲାମାନଙ୍କୁ ଏକ ୟୁନିଫର୍ମ ଲୁକ୍‌ ପ୍ରଦାନ କରିବା ଏବଂ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗଦେବାକୁ ଉତ୍ସାହିତ କରିବା ପାଇଁ ଦୁଇଟି ୟୁନିଫର୍ମ, ଗୋଟିଏ ଯୋଡ଼ା ଜୋତା, ଗୋଟିଏ ଯୋଡ଼ା ମୋଜା ଏବଂ ଗୋଟିଏ ସେ୍ୱଟର ପିଲାମାନଙ୍କୁ ଦିଆଯାଉଛି।

୨୦୨୩-୨୪ ଆର୍ଥିକ ବର୍ଷରେ ଏମ୍‌ଏସ୍‌ପିୱାଇ ଯୋଜନାରେ ୨୫୦ କୋଟି ଟଙ୍କାର ବଜେଟ ପ୍ରସ୍ତାବିତ ହୋଇଛି। ସେହିପରି ସରକାର ବାଲ୍ୟବିବାହ ରୋକିବା ପାଇଁ ଏବଂ କିଶୋରୀମାନଙ୍କ ସଶକ୍ତିକରଣ ପାଇଁ ‘ଅଦ୍ୱିକା’ ଯୋଜନା ପ୍ରଣୟନ କରିଛନ୍ତି। ଏଥି ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷରେ ୫ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରହିଛି।

ଏତଦ୍‌ବ୍ୟତୀତ ଅସହାୟ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟରେ ‘ସ୍ୱଧାର ଗୃହ’ ଓ ‘ଉଜ୍ଜ୍ୱଳା’ ଯୋଜନା କାର୍ଯ୍ୟରତ ରହିଛି। ଏହି ଯୋଜନା ମାଧ୍ୟମରେ ଅସହାୟ ଏବଂ ପୀଡ଼ିତା ମହିଳାମାନଙ୍କୁ ଉଦ୍ଧାର ତଥା ପୁନଃଥଇଥାନ କରାଯାଇ ସାମାଜିକ ସଂଯୋଗୀକରଣ ପାଇଁ ବ୍ୟବସ୍ଥା କରାଯାଉଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଯୋଜନାରେ ୩୭.୭୭ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରଖାଯାଇଛି। ଏହା ବ୍ୟତୀତ ‘ୱାନ୍‌ ଷ୍ଟପ୍‌ ସେଣ୍ଟର’ ଏବଂ ୨୪ ଘଣ୍ଟିଆ ମହିଳା ହେଲ୍ପ ଲାଇନ୍‌ ନମ୍ବର ସହାୟତା କେନ୍ଦ୍ର ଯୋଜନା କାର୍ଯ୍ୟକାରୀ ହେଉଛି।

ଏଥିରେ ହିଂସା ଦ୍ୱାରା ପ୍ରଭାବିତ ମହିଳାମାନଙ୍କୁ ସାହାଯ୍ୟ ଏବଂ ସେବା ଯୋଗାଇ ଦିଆଯାଉଛି ଏବଂ ୨୪ ଘଣ୍ଟିଆ ଟୋଲ୍‌ ଫି୍ର ସେବାର ବ୍ୟବସ୍ଥା ରହିଛି। ପୁଷ୍ଟିହୀନତାକୁ ଦୂର କରିବା ପାଇଁ ଓଡ଼ିଶା ନିଜର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛି ଏବଂ ଏଥି ପାଇଁ ସପ୍ଲିମେଣ୍ଟାରୀ ନୁ୍ୟଟି୍ରସନ୍‌ ପ୍ରୋଗ୍ରାମ (ଏସ୍‌ଏନ୍‌ପି) ଯୋଜନା ଏବଂ ପୋଷଣ ୨.୦ ଯୋଜନା କାର୍ଯ୍ୟକାରୀ ହେଉଛି।

ଏହି ଦୁଇଟି ଯୋଜନା ମାଧ୍ୟମରେ ୬ ବର୍ଷ ପର୍ଯ୍ୟନ୍ତ ଶିଶୁ, କିଶୋରୀ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପୁଷ୍ଟିହୀନତା ଦୂର କରାଯାଇପାରୁଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏସ୍‌ଏନ୍‌ପି ଯୋଜନାରେ ୧୦୪୩ କୋଟି ଟଙ୍କା ଏବଂ ପୋଷଣ-୨.୦ ଯୋଜନାରେ ୧୭୫ କୋଟି ଟଙ୍କାର ବ୍ୟୟବରାଦ ରହିଛି। ଯନି ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ‘ମିଶନ ବାତ୍ସଲ୍ୟ’ ଯୋଜନା ଅଧିନରେ ୮୫ କୋଟି ଟଙ୍କାର ବ୍ୟୟବରାଦ ରହିଛି।

ମହିଳା ଏବଂ ଶିଶୁ ବିକାଶ ବିଭାଗ ହେଉଛି ରାଜ୍ୟର ଏକ ପ୍ରମୁଖ ସ୍ତମ୍ଭ ଯାହା ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ସ୍ଥିତିର ଉନ୍ନତି ତଥା ସେମାନଙ୍କ ସୁରକ୍ଷା ତଥା ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛି। ୨୦୨୩-୨୪ ବର୍ଷରେ ଏହି ବିଭାଗ ସର୍ବମୋଟ ୩୬୭୦ କୋଟି ଟଙ୍କାର ବଜେଟ ପ୍ରସ୍ତାବ ରଖିଛି, ଯେଉଁଥିରେ କି ୩୬୪୧ କୋଟି ଟଙ୍କା ଯୋଜନା ବ୍ୟୟ ଏବଂ ୨୯ କୋଟି ଟଙ୍କା ପ୍ରଶାସନିକ ବ୍ୟୟ ପ୍ରସ୍ତାବ ବୋଲି ଶ୍ରୀମତୀ ଶର୍ମା ପ୍ରକାଶ କରିଛନ୍ତି।

ଏହି ସାମ୍ମାଦିକ ସମ୍ମିଳନୀକୁ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍‌ବୀର ସିଂ ପରିଚାଳନା କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସମ୍ମିଳନୀରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ

ସୁନ୍ଦରଗଡ଼: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ମାନ୍ୟବର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ଦିନିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିଲେ। ମଙ୍ଗଳବାର ଦିନ ମାନ୍ୟବର ମନ୍ତ୍ରୀ ମିଶନ ଶକ୍ତି ମା’ମାନଙ୍କ ଜୀବିକା ଏବଂ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।

ସୁନ୍ଦରଗଡ଼ସ୍ଥିତ ସଦଭାବନା ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମାନ୍ୟବର ମନ୍ତ୍ରୀ ଯୋଗଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ। ଏହାସହ ଜିଲ୍ଲାରେ ସାନ ସାନ ପିଲାଙ୍କ ପୋଷଣ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଚାଲିଥିବା ସ୍ପିରୁଲିନା ଏବଂ ମାଣ୍ଡିଆ ଲଡୁ ବଣ୍ଟନ କାର୍ଯ୍ୟକ୍ରମ ବିଷୟରେ ବିଭାଗୀୟ ଅଧିକାରୀଙ୍କଠାରୁ ସେ ପଚାରି ବୁଝିଥିଲେ।

ଏହି ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ସହିତ ସମନ୍ୱ୍ୱିତ ଶିଶୁ ବିକାଶ ଯୋଜନାର (ଆଇସିଡିଏସ୍‌) ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଉପସ୍ଥିତ ଥିଲେ। ଜନ୍ମରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲା, କିଶୋରୀ ବାଳିକା, ଗର୍ଭବତୀ ଏବଂ ପ୍ରସୂତି ମା’ମାନଙ୍କ ସୁବିଧା ପାଇଁ ସେମାନଙ୍କ ଅଧାର କାର୍ଡକୁ ସରକାରଙ୍କ “ପୋଷଣ ଟ୍ରାକର” ସହ ସଂଯୋଗ କରିବାକୁ ସେ ସିଡିପିଓମାନଙ୍କୁ ପରାମର୍ଶ ଦେଇଥିଲେ। ଏହାସହ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ପୋଷଣ ବଗିଚା କରିବା ଲାଗି ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ମାନ୍ୟବର ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ସୁନ୍ଦରଗଡ଼ ସଦର ଏବଂ ଟାଙ୍ଗରପାଲି ବ୍ଳକରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଥିଲେ। ସୁନ୍ଦରଗଡ଼ ରଙ୍ଗାଢ଼ିପାଠାରେ ଥିବା ସ୍ପିରୁଲିନା ଚିକି ପ୍ରସ୍ତୁତି କେନ୍ଦ୍ର ବୁଲି ଦେଖିଥିଲେ ମନ୍ତ୍ରୀ। ଚିକି ପ୍ରସ୍ତୁତିରେ ନିୟୋଜିତ ଏସଏଚଜି ମା’ମାନଙ୍କୁ ସେମାନଙ୍କ ଜୀବିକା ବିଷୟରେ ସେ ପଚାରି ବୁଝିଥିଲେ।

ମହୁଲପାଲିଠାରେ ଗ୍ରାମପଞ୍ଚାୟତସ୍ତରୀୟ ମହାସଂଘ ପକ୍ଷରୁ କୁକୁଡ଼ା ଛୁଆ ବଢ଼ିବା ପାଇଁ ବ୍ରୁଡ଼ିଂ ଆଣ୍ଡ ଗ୍ରୋଇଙ୍ଗ ୟୁନିଟ୍ ସ୍ଥାପନ କରାଯାଇଛି। ଏହାର ପରିଚାଳନା ଦାୟିତ୍ୱ ସ୍ଥାନୀୟ ଏସଏଚଜି ମା’ମାନଙ୍କୁ ଦିଆଯାଇଛି। ଏଥିରେ ପ୍ରାୟ ୫୦୦୦ କୁକୁଡ଼ା ଛୁଆ ରହିପାରିବାର କ୍ଷମତା ରହିଛି। ମନ୍ତ୍ରୀ ଏହି ପ୍ରକଳ୍ପସ୍ଥଳ ବୁଲି ଦେଖିବା ସହ ଏସଏଚଜି ମା’ଙ୍କୁ ସେମାନଙ୍କ ଜୀବିକା ବିଷୟରେ ସିଧାସଳଖ ପଚାରି ବୁଝିଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ଆନୁଷ୍ଠାନିକ ପ୍ରସବକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ମା’ଗୃହ ସ୍ଥାପନ କରାଯାଇଛି। ମାନ୍ୟବର ମନ୍ତ୍ରୀ ଟାଙ୍ଗରପାଲି ବ୍ଲକର ବନ୍ଧପାଲିସ୍ଥିତ ମା’ଗୃହକୁ ଯାଇ ସେଠାରେ ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କୁ ମିଳୁଥିବା ସେବା ସମ୍ପର୍କରେ ପଚାରି ବୁଝିଥିଲେ। ବର୍ତ୍ତମାନ ଜିଲ୍ଲାରେ ୨୦ଟି ମା’ଗୃହ ରହିଛି।

ଏହାସହ ମନ୍ତ୍ରୀ ବେଲସରାସ୍ଥିତ ଜୟଶଙ୍କର ସେବାଶ୍ରମ ପରିଦର୍ଶନ କରିଥିଲେ। ସେଠାରେ ଅନ୍ତେବାସୀମାନଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଯେଉଁସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ତା’ର ସେ ଅନୁଧ୍ୟାନ କରିଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ପିଲାମାନଙ୍କ ପାଇଁ ବାଲା ମଡେଲ ଢାଞ୍ଚାରେ ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଇଛି। ମନ୍ତ୍ରୀ ଭବାନୀପୁର, ଜବରଦସ୍ତପଡା ଓ କିରେଇ ଅଙ୍ଗନବାଡ଼ି କେନ୍ଦ୍ର ବୁଲି ଦେଖିବା ସହ ପିଲାମାନଙ୍କ ପୋଷଣ, ପରିଚ୍ଛନ୍ନତା ଆଦି ବିଷୟରେ ଅଙ୍ଗନବାଡ଼ି କର୍ମୀଙ୍କ ସହ କଥା ହୋଇଥିଲେ।

ଏହି ଗସ୍ତ ସମୟରେ ମାନ୍ୟବର ମନ୍ତ୍ରୀଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ଉପାଧ୍ୟକ୍ଷ କମଲ ଲାକ୍ରା, ଡିଏମଏଫ ସିଇଓ ରିତା ଡାଙ୍ଗ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଓଡିଶାରେ ହେବ ପାଞ୍ଚୋଟି ରାଜ୍ୟର ଜୋନାଲ ବୈଠକ, ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି

ନୂଆଦିଲ୍ଲୀ: ଆସନ୍ତାକାଲି ଭୁବନେଶ୍ବରରେ ହେବ ପାଞ୍ଚୋଟି ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗର ଜୋନାଲ ବୈଠକ। ଏହି ବୈଠକରେ ଯୋଗଦେବା ପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଓଡିଶା ଆସୁଛନ୍ତି। ଯେଉଁ ପାଞ୍ଚୋଟି ରାଜ୍ୟ ଏଥିରେ ଭାଗ ନେବେ ସେଗୁଡିକ ହେଲା ଓଡିଶା, ଛତିଶଗଡ, ପଶ୍ଚିମବଂଗ, ଝାଡଖଣ୍ଡ ଏବଂ ବିହାର।

ଏହି ସବୁ ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସହିତ ବରିଷ୍ଠ ଅଧିକାରୀ ଯୋଗ ଦେବେ। ଏହି ବୈଠକରେ ମୁଖ୍ୟତଃ ଆସନ୍ତା 5 ବର୍ଷ ପାଇଁ ମିଶନ୍ ପୋଶଣ 2.0, ମିଶନ୍ ଶକ୍ତି ଏବଂ ମିଶନ୍ ବାତ୍ସଲ୍ୟର ଯୋଜନାଗୁଡିକର ସଠିକ୍ କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବେ। ପୂର୍ବରୁ ଗୌହାଟୀ ଏବଂ ମୁମ୍ବାଇରେ ଏହି ଜୋନାଲ ବୈଠକ ଅନୁଷ୍ଠିତ ହୋଇଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମହିଳା ଓ ଶିଶୁ ବିକାଶ ବିଭାଗ ୨ ଟି ବର୍ଗ ରେ skoch ୨୦୨୧ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବରେ ରାଜ୍ୟର ମହିଳା,ଶିଶୁ ଓ ବାଳିକାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ପୁଣିଥରେ ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ହୋଇଛି। ଆଜି ପୂର୍ବାହ୍ନ ରେ ଆୟୋଜିତ ୭୫ ତମ skoch ସମ୍ମିଳନୀ ତଥା ପୁରସ୍କାର ସମାରୋହରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ୨ ଟି ପ୍ରମୁଖ କାର୍ଯ୍ୟକ୍ରମ “ଘରେ ଘରେ ଅରୁଣିମା “କୁ ପ୍ଲାଟିନମ୍ ବର୍ଗ ରେ ଏବଂ ଗଞ୍ଜାମ ଜିଲ୍ଲା ରେ ବାଲ୍ୟ ବିବାହ ମୁକ୍ତ ଅଭିଯାନ “ନିର୍ଭୟ। କଢି କୁ” ସମ୍ମାନଜନକ ଗୋଲ୍ଡ ବର୍ଗ ରେ skoch ୨୦୨୧ ପୁରସ୍କାର ରେ ସମ୍ମାନିତ କର।ଯାଇଛି। ଆଦ୍ୟ ଶୈଶବ କାର‌୍ୟ୍ୟକ୍ରମ ବାତ୍ସଲ୍ୟ ” ନୋମିନେସନ ପର‌୍ୟ୍ୟାୟରେ ସେମି ଫାଇନାଲ୍ ରେ ସ୍ଥାନିତ ହୋଇଛି।

ଆଭାସୀ ମାଧ୍ୟମରେ ଏହି ବିଶାଳ କାର‌୍ୟ୍ୟକ୍ରମ ରେ ଦେଶର ବହୁ ରାଜ୍ୟରୁ ବିଶିଷ୍ଟ ବକ୍ତା, ପ୍ରଶାସକ, ନିତି ନିର୍ଦ୍ଧାରଣ କାରୀ ମାନେ ଅଂଶଗ୍ରହଣ କରି ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଓଡିଶାରୁ ପ୍ୟାନେଲ ଆଲୋଚନାରେ ଭାଗ ନେଇ ନିର୍ଦ୍ଦେଶକ, ସମାଜ କଲ୍ୟାଣ ଓ ସମନ୍ଵିତ ଶିଶୁ ବିକାଶ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଏହି କାର‌୍ୟ୍ୟକ୍ରମ ଗୁଡିକୁ ରାଜ୍ୟରେ କିଭଳି ରୂପାୟନ କରାଯାଉଛି ସେ ସଂମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଉଦଘାଟନୀ ସମାରୋହରେ skoch ଗ୍ରୁପ ର ଅଧ୍ୟକ୍ଷ ଶ୍ରୀ ସମୀର କୋଚର ଅଧ୍ୟକ୍ଷତା କରିଥିବାବେଳେ ଗ୍ରୁପ ର ପରିଚାଳନା ନିର୍ଦ୍ଦେଶକ ଡ ଗୁରୁଚରଣ ଅଞ୍ଚଳ ପ୍ୟାନେଲ ପରିଚାଳନା କରିଥିଲେ। ଚୟନ ହୋଇଥିବା ତିନୋଟି ଅଭିନବ କାର‌୍ୟ୍ୟକ୍ରମ ସମ୍ପର୍କରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରି ନିର୍ଦ୍ଦେଶକ ଶ୍ରୀ ଅଗ୍ରୱାଲ କହିଥିଲେ,କୋଭିଡ ମହାମାରୀ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବ ଓ ସମୟୋଚିତ ପଦକ୍ଷେପ ପାଇଁ ମହାମାରୀ ର ପରିଚାଳନା ରେ କେବଳ ଓଡିଶା ସଫଳ ହୋଇନି, ସବୁ ବର୍ଗର ଉନ୍ନତି ସହ ରାଜ୍ୟ ର ସାମଗ୍ରୀକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିଛି ।ମହିଳା ଓ ଶିଶୁ ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବଙ୍କ ଆନ୍ତରିକ ଉଦ୍ୟମ ପାଇଁ ଚୟନ ହୋଇଥିବା ଯୋଜନା ଗୁଡିକ ର ତୃଣମୂଳ ସ୍ତରରେ ସଫଳ ରୂପାୟନ ସମ୍ଭବ ହୋଇପାରିଛି।