ଆସନ୍ତାକାଲି ଓଡିଶାରେ ହେବ ପାଞ୍ଚୋଟି ରାଜ୍ୟର ଜୋନାଲ ବୈଠକ, ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି

Published: Apr 12, 2022, 1:48 pm IST

ନୂଆଦିଲ୍ଲୀ: ଆସନ୍ତାକାଲି ଭୁବନେଶ୍ବରରେ ହେବ ପାଞ୍ଚୋଟି ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗର ଜୋନାଲ ବୈଠକ। ଏହି ବୈଠକରେ ଯୋଗଦେବା ପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଓଡିଶା ଆସୁଛନ୍ତି। ଯେଉଁ ପାଞ୍ଚୋଟି ରାଜ୍ୟ ଏଥିରେ ଭାଗ ନେବେ ସେଗୁଡିକ ହେଲା ଓଡିଶା, ଛତିଶଗଡ, ପଶ୍ଚିମବଂଗ, ଝାଡଖଣ୍ଡ ଏବଂ ବିହାର।

ଏହି ସବୁ ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସହିତ ବରିଷ୍ଠ ଅଧିକାରୀ ଯୋଗ ଦେବେ। ଏହି ବୈଠକରେ ମୁଖ୍ୟତଃ ଆସନ୍ତା 5 ବର୍ଷ ପାଇଁ ମିଶନ୍ ପୋଶଣ 2.0, ମିଶନ୍ ଶକ୍ତି ଏବଂ ମିଶନ୍ ବାତ୍ସଲ୍ୟର ଯୋଜନାଗୁଡିକର ସଠିକ୍ କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବେ। ପୂର୍ବରୁ ଗୌହାଟୀ ଏବଂ ମୁମ୍ବାଇରେ ଏହି ଜୋନାଲ ବୈଠକ ଅନୁଷ୍ଠିତ ହୋଇଯାଇଛି।

Related posts