Categories
ଆଜିର ଖବର ରାଜ୍ୟ ଖବର

ବାଲିଗୁଡ଼ା ଏନ୍ ଏ ସି ପକ୍ଷରୁ ସାଇକେଲ ବଣ୍ଟନ

କୈଳାଶ ଚନ୍ଦ୍ର ଚୌଧୁରୀ

ବାଲିଗୁଡ଼ା: ଆଜି ସାରା ରାଜ୍ୟରେ ଏସ୍ ଏଚ୍ ଜି ଗୋଷ୍ଠୀ ସହାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮ ହଜାର ସାଇକେଲ ବଣ୍ଟନ କରିଛନ୍ତି। ତଦାନୁରୁପ ବାଲିଗୁଡା ଏନ୍ ଏ ସି ପକ୍ଷରୁ ଗୋଷ୍ଠୀ ସହାୟକମାନଙ୍କୁ ନଗରପାଳ ଗୋବିନ୍ଦ ପ୍ରଧାନଙ୍କ ତତ୍ବାବଧାନରେ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଉକ୍ତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ଶାନ୍ତି ନାୟକ, ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀ, ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକଙ୍କ ସମେତ ସମସ୍ତ ସଦସ୍ୟ ଓ ଏସ୍ ଏଚ୍ ଜି ଗୋଷ୍ଠୀ ପ୍ରମୁଖ ଯୋଗ ଦେଇଥିଲେ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଉକ୍ତ କାର୍ଯ୍ୟକ୍ରମ ମିଶନ୍ ଶକ୍ତି ଜରିଆରେ ବିଭିନ୍ନ ସହାୟକ ଯଥା ଜଳସାଥୀ, ଆହାର କେନ୍ଦ୍ର କର୍ମୀ, ସ୍ବଚ୍ଛ ଅଭିଯାନ ସାଥୀ ଓ ସୁପରଭାଇଜର୍ ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଓଡିଶାରେ ହେବ ପାଞ୍ଚୋଟି ରାଜ୍ୟର ଜୋନାଲ ବୈଠକ, ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି

ନୂଆଦିଲ୍ଲୀ: ଆସନ୍ତାକାଲି ଭୁବନେଶ୍ବରରେ ହେବ ପାଞ୍ଚୋଟି ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗର ଜୋନାଲ ବୈଠକ। ଏହି ବୈଠକରେ ଯୋଗଦେବା ପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଓଡିଶା ଆସୁଛନ୍ତି। ଯେଉଁ ପାଞ୍ଚୋଟି ରାଜ୍ୟ ଏଥିରେ ଭାଗ ନେବେ ସେଗୁଡିକ ହେଲା ଓଡିଶା, ଛତିଶଗଡ, ପଶ୍ଚିମବଂଗ, ଝାଡଖଣ୍ଡ ଏବଂ ବିହାର।

ଏହି ସବୁ ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସହିତ ବରିଷ୍ଠ ଅଧିକାରୀ ଯୋଗ ଦେବେ। ଏହି ବୈଠକରେ ମୁଖ୍ୟତଃ ଆସନ୍ତା 5 ବର୍ଷ ପାଇଁ ମିଶନ୍ ପୋଶଣ 2.0, ମିଶନ୍ ଶକ୍ତି ଏବଂ ମିଶନ୍ ବାତ୍ସଲ୍ୟର ଯୋଜନାଗୁଡିକର ସଠିକ୍ କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବେ। ପୂର୍ବରୁ ଗୌହାଟୀ ଏବଂ ମୁମ୍ବାଇରେ ଏହି ଜୋନାଲ ବୈଠକ ଅନୁଷ୍ଠିତ ହୋଇଯାଇଛି।