Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆଜି ମାଘ ସପ୍ତମୀ, ପ୍ରଭୃ ସୂର୍ଯ୍ୟ ଦେବଙ୍କ ଜନ୍ମ ଦିନ, ଜାଣନ୍ତୁ ଏହି ଦିନର ଗୁରୁତ୍ବ

ଭୁବନେଶ୍ବର: ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ସୂର୍ଯ୍ୟ ଦେବତାଙ୍କ ଜନ୍ମ ତିଥି। ମାଘ ସପ୍ତମୀ ଦିନ ସୂର୍ଯ୍ୟ କ୍ଷେତ୍ର କୋଣାର୍କର ପବିତ୍ର ଚଦ୍ରଭାଗା ତୀର୍ଥରେ ଚନ୍ଦ୍ରଭାଗା ବୁଡ ଅନୁଷ୍ଠିତ ହୋଇଥାଏ । ଏହା ମାଘ ସପ୍ତମୀ ମେଳା ବା ଚନ୍ଦ୍ରଭାଗା ଯାତ୍ରା ରୂପେ ପ୍ରସିଦ୍ଧ। ସୁପ୍ରାଚୀନ କାଳରୁ କୋଣାର୍କ ସୂର୍ଯ୍ୟକ୍ଷେତ୍ର ରୂପେ ପ୍ରସିଦ୍ଧି ଲାଭ କରିଆସିଛି।

ପୁରାଣ ବର୍ଣ୍ଣିତ କଳିଙ୍ଗ ଦେଶ ସୂର୍ଯ୍ୟଙ୍କର ଜନ୍ମ ପୀଠ। କୋଣାର୍କ ହେଉଛି ସୂର୍ଯ୍ୟ ଦେବତା ଙ୍କ ଜନ୍ମପୀଠ। ଦ୍ଵାପର ଯୁଗରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ମୈତ୍ରୟ ବନର ଏହି ଚନ୍ଦ୍ରଭାଗା ତୀର୍ଥରେ ସୁର୍ଯ୍ୟ ଉପାସନା କରି ପିତୃ ଅଭିଶାପ ଜନିତ କୁଷ୍ଠରୋଗରୁ ମୁକ୍ତି ଲାଭ କରି କୋଣାର୍କରେ ସୂର୍ଯ୍ୟ ଦେବତାଙ୍କ ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ। ସ୍ୱୟଂ ଶିବ ଏହି ତୀର୍ଥରେ ସ୍ନାନ କରି ବ୍ରହ୍ମାଙ୍କ ଶିର ଛେଦନ ଜନିତ ପାପରୁ ମୁକ୍ତି ହୋଇଥିଲେ।

ଦେବୀ ସରସ୍ୱତୀ ପ୍ରାଚୀ ସରସ୍ୱତୀ ନଦୀ ରୂପରେ ମର୍ତ୍ତ୍ୟଲୋକରେ ପ୍ରବାହିତ ହୋଇ ପୂର୍ବ ସାଗରରେ ମିଳିତ ହୋଇଥିଲେ । ସେହି ପୁଣ୍ୟତୋୟା ପ୍ରାଚୀ ନଦୀ ଚିତ୍ରୋତ୍ପଳା ରୂପ ଧାରଣ କରି କୋଣାର୍କ ନିକଟରେ ପ୍ରବାହିତ ହୋଇଥିଲେ । ନଦୀର ଶେଷ ଭାଗ ଚନ୍ଦ୍ରଭାଗା ତୀର୍ଥ ରୂପେ ପରିଚିତ । ଆବଟେ ଶାଳ୍ମଳୀ ଭାଣ୍ଡେ ସୁର୍ଯ୍ୟଗଙ୍ଗା ମାହୋଦଧି ଚନ୍ଦ୍ରଭାଗା କରେତ୍ ସ୍ନାନ ପୁନଜନ୍ମ ନ ଲଭ୍ୟତେ ।

କୋଣାର୍କର ପଞ୍ଚ ତୀର୍ଥଙ୍କ ମଧ୍ୟରେ ଚଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ତିଥିରେ ଚଦ୍ରଭାଗା ତୀର୍ଥରେ ସ୍ନାନ କରି ଉଦୟ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କଲେ ପୁନଃ ଜନ୍ମ ହୋଇ ନଥାଏ ରୋଗ ପାପରୁ ମୁକ୍ତି ହୋଇଥାଏ। ସୂର୍ଯ୍ୟ ଉପାସନା ଦ୍ୱାରା ଶରୀର ସୁସ୍ଥ ରହିଥାଏ ସୁଖ ଶାନ୍ତି ସମୃଦ୍ଧି ଲାଭ ହୁଏ। ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁ ସାଧୁ ସନ୍ଥ ମାନେ ଆସିଥାନ୍ତି।

ପୂର୍ବରୁ କୋଣାର୍କ ମନ୍ଦିରର ଚଳନ୍ତି ପ୍ରତିମା ସୂର୍ଯ୍ୟ ଚନ୍ଦ୍ର ଓ କୋଣାର୍କର ଅଷ୍ଟଶମ୍ଭୁ ଅସ୍ଟଚଣ୍ଡୀ ତୀର୍ଥରେ ସ୍ନାନ କରୁଥିଲେ। ଏବେ ସୂର୍ଯ୍ୟ ଦେବତାଙ୍କ ଚଳନ୍ତି ପ୍ରତିମା ସୁର୍ଯ୍ୟ ଚନ୍ଦ୍ର ପରେ ଐଶାନେଶ୍ୱର ତ୍ରିବେଣୀସ୍ୱର ଦକ୍ଷିଣେସ୍ୱର ସ୍ନାନ କରିବା ପରେ ଶ୍ରଦ୍ଧାଳୁ ସାଧୁ ସନ୍ଥ ସମସ୍ତେ ସ୍ନାନ କରି ଉଦୟ ସୂର୍ଯ୍ୟଙ୍କୁ ଦର୍ଶନ କରିବା ପାଇଁ ସୁଦୀର୍ଘ ବେଳାଭୂମିରେ ଅପେକ୍ଷା କରିଥାନ୍ତି। ଚନ୍ଦ୍ରଭାଗାର ନୀଳ ସାଗରର ଦୂର ଦିଗ୍ ବଳୟରେ ଲୋହିତବର୍ଣ୍ଣ ଧାରଣ କରି ସୁର୍ଯ୍ୟଦେବତା ଲାଲ୍ ପେଣ୍ଡୁଟିଏ ଭଳି ଉଠନ୍ତି। ସୂର୍ଯ୍ୟ ଦେବତାଙ୍କୁ ଜନ୍ମ ଦିନରେ ଦର୍ଶନ କରି ଶ୍ରଦ୍ଧାଳୁ ମାନେ ହରିବୋଲ ହୁଳହୁଳି ଧ୍ୱନୀରେ ପ୍ରକମ୍ପିତ କରିଦିଅନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପବିତ୍ର ମାଘ ସପ୍ତମୀ ଉପଲକ୍ଷେ କୋଣାର୍କ ଚନ୍ଦ୍ରଭାଗାରେ ବୁଡ ପକାଇବାକୁ ଭକ୍ତଙ୍କ ଭିଡ

କୋଣାର୍କ: ଆଜି ହେଉଛି ମାଘ ସପ୍ତମୀ। ଏହିଦିନ କୋଣାର୍କ ଚନ୍ଦ୍ରଭାଗାରେ ବୁଡ ପକାଇଲେ ପୂଣ୍ୟ ହୁଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ଦିନ କୋଣାର୍କ ଚନ୍ଦ୍ରଭାଗା କୂଳରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଳୁ ମାନେ ଗତକାଲି ରାତିରୁ ଆସି ସେଠାରେ ଭିଡ କରିଥିଲେ। ଆଜି ସୂର୍ଯ୍ୟ ଉଇଁବା ପରେ ସେମାନେ ସ୍ନାନ କରି ବୁଡି ପକାଇଛନ୍ତି।

ପୁରାଣ କାଳରୁ ବିଶ୍ବାସ ରହିଛି ଯେ, କୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ଏହି ଚନ୍ଦ୍ରଭାଗା କୂଳରେ ବୁଡ ପକାଇ ସୂର୍ଯ୍ୟପୂଜା କରିଥିଲେ। ଏହାପରେ ସେ ଶାପମୁକ୍ତ ହୋଇ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେହିଦିନଠାରୁ ଶ୍ରଦ୍ଧାଳୁମାନେ ଏହି ମାଘ ସପ୍ତମୀରେ ଚନ୍ଦ୍ରଭାଗା କୂଳରେ ବୁଡ ପକାଇ ସୂର୍ଯ୍ୟପୂଜା କରିଥାନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୪ ରେ ଚନ୍ଦ୍ରଭାଗା ପୁଷ୍କରିଣୀରେ ବୁଡ଼ ପକାଇବେ ଲକ୍ଷାଧିକ ଶ୍ରଦ୍ଧାଳୁ: ଜାଣନ୍ତୁ ପରମ୍ପରା ଓ ନୀତିକାନ୍ତି

ଭୁବନେଶ୍ଵର: ଆସନ୍ତା ମଙ୍ଗଳବାର ୪ ତାରିଖ ମାଘ ସପ୍ତମୀ ଅବସରରେ ପରମ୍ପରା ଅନୁଯାୟୀ କୋଣାର୍କ ନିକଟ ପବିତ୍ର ଚନ୍ଦ୍ରଭାଗା ପୁଷ୍କରିଣୀରେ ବୁଡ ପକାଇବାର ବିଧି ରହିଅଛି।ବୁଡ଼ ପକାଇବା ପାଇଁ କୋଣାର୍କରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା ରହିଅଛି।

ପରମ୍ପରା ଅନୁଯାୟୀ ମାଧିପୂରର ଶ୍ରୀ ଶ୍ରୀ ତ୍ରିବେଣୀଶ୍ଵର ମହାଦେବ, ସନ୍ଥପୁରର ଶ୍ରୀ ଶ୍ରୀ ଐଶାନ୍ୟଶ୍ଵର ମହାଦେବ ଓ କୁରୁଜଙ୍ଗର ଶ୍ରୀ ଶ୍ରୀ ଦକ୍ଷିନେଶ୍ବର ମହାଦେବ ସପ୍ତମୀ ଦିନ ବଡି ଭୋର ସମୟରେ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ କରିବେ। ଏହା ପରେ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ମାନେ ବୁଡ ପକାଇବେ ବୋଲି ସ୍ଥିର କରାଯାଇଅଛି। ତିନି ଠାକୁର ଚନ୍ଦ୍ରଭାଗା ଗସ୍ତ କରି ରାତ୍ର ୪ଟା ମଧ୍ୟରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିବା ପରେ ୪ଟା ୩୭ ମିନିଟରେ ମହାସ୍ନାନ ସହ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ।

ତେବେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବୁଡକୁ ଶୃଙ୍ଖଳିତ କରିବା ପାଇଁ ତୀର୍ଥ ପୁଷ୍କରଣୀ ଖନନ କାର୍ଯ୍ୟ ଶେଷ କରାଯାଇଥିବା ବେଳେ ତୀର୍ଥ ଜଳର ବିଶୋଦ୍ଧନ କରାଯାଇଅଛି। ପୂର୍ତ୍ତ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ ଓ ବିଭିନ୍ନ ପାର୍କିଂ ସ୍ଥାନ ମାନଙ୍କରେ ବାରିକେଟ ନିର୍ମାଣ ଓ ମେଳା ପଡିଆରେ ଦୁଇଟି ଅସ୍ଥାୟୀ ୱାଚ ଟାୱାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।

ଏଥି ସହ ବିଦ୍ୟୁତ ସରବରାହ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଣାର୍କର ବିଭିନ୍ନ ସ୍ଥାନ ରେ ୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା ଶିବିର କରାଯାଇଅଛି।ତେବେ ପୁରୀ ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ୩୩ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୬ ଜଣ ଅତିରିକ୍ତ ଏସପି ,୧୩ ଜଣ ଡିଏସପି ଓ ୩୯ଜଣ ଇନ୍ସପେକ୍ଟର ନିୟୋଜିତ ହେବେ। ବୁଡ଼ ସ୍ଥାନ ଓ ସମୁଦ୍ର କୂଳରେ ଲାଇଫ ଗାର୍ଡ ମୁତୟନ କରାଯାଇଥିବା ବେଳେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ପୋଲିସ ର ସମସ୍ତ ନିୟମ ମାନି ଚନ୍ଦ୍ରଭାଗା ବୁଡ ରେ ସାମିଲ ହେବାକୁ ପୋଲିସ ପ୍ରଶାସନ ପକ୍ଷରୁ ପୁରୀ ଏସପି ବିନୀତ ଅଗ୍ରୱାଲ ନିବେଦନ କରିଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଏଥର ଜାନୁୟାରୀରେ ଏକ ବିରଳ ସଂଯୋଗ, ଶାମ୍ବ ଦଶମୀରୁ ଆରମ୍ଭ ମାଘ ସପ୍ତମୀରେ ଶେଷ

ଭୁବନେଶ୍ବର: ଚଳିତ ନୂଆ ବର୍ଷ ଏକ ବିରଳ ସଂଯୋଗ ନେଇ ଆସିଛି। ଯାହା କେବେ ଘଟି ନ ଥିଲା। ଏଥର ନୂଆ ବର୍ଷ ଜାନୁୟାରୀ ମାସଟି ଶାମ୍ବ ଦଶମୀରୁ ଆରମ୍ଭ ହୋଇଛି। ଆଉ ଏହି ମାସଟି ମାଘ ସପ୍ତମୀରେ ଶେଷ ହେଉଛି।

ଅର୍ଥାତ ଜାନୁୟାରୀ ଏକ ତାରିଖରେ ସୂର୍ଯ୍ୟ ପୂଜାରୁ ଆରମ୍ଭ ସେହି ସୂର୍ଯ୍ୟ ପୂଜାରେ ଶେଷ ହେଉଛି। ଅର୍ଥାତ ଜାନୁୟାରୀ ୨୮ ତାରିଖରେ ପଡୁଛି ମାଘ ସପ୍ତମୀ। ଏହା ପରେ ଜାନୁୟାରୀ ମାସ ଶେଷ ହେବାକୁ ଆଉ ତିନିଦିନ ରହୁଥିଲେ ମଧ୍ୟ ଏହି ଦିନରେ କୌଣସି ପର୍ବପର୍ବାଣୀ ନାହିଁ। ତେଣୁ ଜାନୁୟାରୀ ମାସର ଶେଷ ପର୍ବ ହେଉଛି ମାଘ ସପ୍ତମୀ।

ତେବେ ଜ୍ୟୋତିଷ ଶାସ୍ତ୍ର କିମ୍ବା ଧାର୍ମିକ କ୍ଷେତ୍ରରେ ଏହା କେତେ ଗୁରୁତ୍ବ ବହନ କରେ ତାହା ଭିନ୍ନ କଥା। ହେଲେ ମାସ ଆରମ୍ଭରୁ ସୂର୍ଯ୍ୟ ପୂଜା ଏବଂ ମାସ ଶେଷ ହେବାକୁ 3 ଦିନ ଥିବା ବେଳେ ହେଉଛି ସେହି ସୂର୍ଯ୍ୟ ପୂଜାରେ ଯାହା ଏକ ବିରଳ ସଂଯୋଗ ବୋଲି କୁହାଯିବ। ଗତ ବର୍ଷ ଶାମ୍ବ ଦଶମୀ ଜାନୁୟାରୀ ୧୨ ତାରିଖରେ ପଡିଥିବା ବେଳେ ମାଘ ସପ୍ତମୀ ଫେବୃୟାରୀ ୭ ତାରିଖରେ ପଡିଥିଲା।

ସାଧାରଣତଃ ଶାମ୍ବ ଦଶମୀରେ ଓଡିଶାରେ ଘରେଘରେ ସୂର୍ଯ୍ୟ ପୂଜା କରାଯାଇଥାଏ। ଏଥିରେ ପିଲାମାନଙ୍କ ମଙ୍ଗଳ କାମନା କରି ଏହି ପୂଜା ଖୋଲା ସ୍ଥାନରେ କରାଯାଇଥାଏ। ଏହି ଦଶମୀ ପୂଜାରେ ୧୦ ଟି ଜିନିଷ ଭୋଗ କରାଯାଇଥାଏ। କେତେକ ସ୍ଥାନରେ ମକର ଚାଉଳ କିମ୍ବା ଗଇଁଠା ଖିରି ମଧ୍ୟ ପୂଜା କରାଯାଏ।

ସେହିପରି ମାଘ ସପ୍ତମୀ ବା ଚନ୍ଦଭାଗା ବୁଡ ମଧ୍ୟ ଧାର୍ମିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବ ପୂର୍ଣ୍ଣ। ସେହି ଶାମ୍ବ ବା କୃଷ୍ଣପୁତ୍ର କୁଷ୍ଠ ରୋଗରୁ ମୁକ୍ତି ପାଇଁ ସେ ଚନ୍ଦ୍ରଭାଗା କୁଳରେ ତପସ୍ୟା କରିଥିଲେ। ଆଉ ତପସ୍ୟାରେ ସେ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେଥିପାଇଁ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ହଜାର ହଜାର ଭକ୍ତ ବୁଡ ପକାଇଥାନ୍ତି।

ଏହିପରି ସୂର୍ଯ୍ୟଙ୍କ ସହିତ ଜଡିତ ଦୁଇ ପ୍ରମୁଖ ପୂଜା ଜାନୁୟାରୀର ଆରମ୍ଭରେ ଏବଂ ଶେଷରେ ପାଳିତ ହୋଇଛି। ସେଥିପାଇଁ ୨୦୨୩ ମସିହା ଜାନୁୟାରୀ ମାସଟି ବହୁ ଲୋକଙ୍କ ପାଇଁ ଶୁଭଦାୟ ହେବ ବୋଲି କୁହାଯାଇଛି। ସେଥିପାଇଁ ଏହି ମାସରେ ପ୍ରତ୍ୟେକ ରବିବାରରେ ସ୍ନାନ ପରେ ସୂର‌୍ୟ୍ୟଙ୍କୁ ନମସ୍କାର କଲେ ବହୁ ସୁଫଳ ମିଳିବ ବୋଲି କୁହାଯାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ବିନା ଭକ୍ତରେ ହେଲା ମାଘ ବୁଡ, ଚନ୍ଦ୍ରଭାଗାରେ 144 ଧାରା ବଳବତ୍ତର

କୋଣାର୍କ, ଆଜି ହେଉଛି ମାଘ ସପ୍ତମୀ। ଏହିଦିନ ଚନ୍ଦ୍ରଭାଗା କୂଳରେ ବୁଡ ପକାଇଲେ ବିଭିନ୍ନ ରୋଗରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି। ସେଥିପାଇଁ ହଜାରହଜାର ଭକ୍ତ ମାଘ ସପ୍ତମୀରେ ଏହି ଚନ୍ଦ୍ରଭାଗାରେ ବୁଡ ପକାଇଥାନ୍ତି। ହେଲେ ଚଳିତ ବର୍ଷ କରୋନା ପାଇଁ ଚନ୍ଦ୍ରଭାଗା କୂଳରେ କଟକଣା ଜାରୀ କରାଯାଇଛି। ଭକ୍ତମାନେ ଏକାଠି ନ ହେବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଥିଲା। ଏପରିକି ଚନ୍ଦ୍ରଭାଗା ଅଞ୍ଚଳରେ 144 ଧାରା ବଳବତ୍ତର କରାଯାଇଛି। କେବଳ ବିଧି ଅନୁସାରେ କିଛି ସାଧୁସନ୍ଥଙ୍କୁ ସେଠାରେ ପୂଜାଅର୍ଚ୍ଚନା କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା।