Categories
ଆଜିର ଖବର ରାଜ୍ୟ ଖବର

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ, ରେଜଲ୍ଟ ଜାଣିବା ପାଇଁ କରନ୍ତୁ ଏହି ସରଳ ପଦ୍ଧତି

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଓଡିଶା ମାଧ୍ୟମିକ ଶିକ୍ଷା କେନ୍ଦ୍ରର ଦଶମ ବା ମାଟ୍ରିକ ପରୀକ୍ଷା ଫଳ। ଆଜି ସକାଳ ୧୦ଟାରେ ଫଳାଫଳ ପ୍ରକାଶ ପାଇବ। ମାଟ୍ରିକ୍ ସହିତ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ।

ଆଜି ମଧ୍ୟାହ୍ନ ୧୨ଟାରେ ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ ୱେବ ସାଇଟ www.bseodisha.ac.in  ରୁ ପରୀକ୍ଷା ଫଳ ପାଇପାରିବେ।  ସେହିପରି ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ ଦ୍ୱାରା ମଧ୍ୟ ପରୀକ୍ଷାଫଳ ଜାଣିହେବ । ପରୀକ୍ଷାର୍ଥୀ ନିଜ ମୋବାଇଲରୁ OR10 ଟାଇପ୍‌ କରି ୫୬୭୬୭୫୦ ନମ୍ୱରକୁ ପଠାଇ ଫଳାଫଳ ଜାଣି ପାରିବେ।

ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି। ୩ ହଜାର ୨୧୮ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା। ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଗ୍ରୀଷ୍ମ ଛୁଟିରେ ହୋମୱାର୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଗ୍ରୀଷ୍ମ ଅବକାଶକାଳୀନ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶାଙ୍କ ପକ୍ଷରୁ ‘ଅବକାଶକାଳୀନ ଗୃହକାର୍ଯ୍ୟ’ (Holiday Homework Programme) ମଇ ୧ତାରିଖରୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି।

କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ଜିଲ୍ଲାକୁ ସ୍ଥିରୀକୃତ କାର୍ଯ୍ୟାନ୍ୱୟନ ପ୍ରଣାଳୀ (SOP) ଏବଂ ନିୟମାବଳୀ ପ୍ରେରଣ କରାଯାଇ ଏହାକୁ ବିଧିବଦ୍ଧ ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି।

ଶିକ୍ଷାର୍ଥୀମାନଙ୍କ ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସହୟତା କେନ୍ଦ୍ର ((Help Desk Cell) ଖୋଲାଯାଇ ପ୍ରତିଦିନ ୪ ଜଣ ବିଷୟଭିତ୍ତିକ ଓ ଅଭିଜ୍ଞ ଶିକ୍ଷକକୁ ନିୟୋଜିତ କରାଯାଇଅଛି। ଏହି କାର୍ଯ୍ୟକ୍ରମ ମଇ ୧ ତାରିଖରୁ ସରକାରୀ ଛୁଟିଦିନ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟଦିବସରେ ସକାଳ ୬.୦୦ଘଟିକା ରୁ ସନ୍ଧ୍ୟା ୬.୦୦ ଘଟିକା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ।

ପ୍ରତ୍ୟେକ ଶିକ୍ଷାର୍ଥୀ ପାଖରେ ସହୟତା କେନ୍ଦ୍ରର ସୁବିଧା ପହଞ୍ଚାଇବା ପାଇଁ ଦେୟମୁକ୍ତ ନମ୍ବର (Toll Free Number) ର ବ୍ୟବସ୍ଥା କରାଯାଇଅଛି। ଏହି ଦେୟମୁକ୍ତ ନମ୍ବରକୁ (Toll Free Number) ଶିକ୍ଷାର୍ଥୀମାନେ ସେମାନଙ୍କର ଅବକାଶକାଳୀନ ଗୃହକାର୍ଯ୍ୟ ସମ୍ବନ୍ଧିତ ପ୍ରଶ୍ନ ସିଧାସଳଖ ପଚାରିପାରିବେ ଏବଂ ସହୟତା କେନ୍ଦ୍ର (Help Desk) ରେ ନିୟୋଜିତ ଶିକ୍ଷକଶିକ୍ଷୟିତ୍ରୀମାନେ ଶିକ୍ଷାର୍ଥୀମାନଙ୍କର ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ  କରିବେ।

ଏତଦ୍‌ବ୍ୟତୀତ ବିଦ୍ୟାଳୟ ସ୍ତରରେ ଗୃହକାର୍ଯ୍ୟ ସମ୍ବନ୍ଧୀୟ ତଦାରଖ ବ୍ୟବସ୍ଥା କରାଯାଇଛି। ଟୋଲ-ଫ୍ରି ନମ୍ବର ବ୍ୟତୀତ ଅନ୍ୟ ଏକ ନମ୍ବରରୁ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ସହ ସହାୟତା କେନ୍ଦ୍ରରୁ ଯୋଗାଯୋଗ କରାଯାଇ ଏ ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କରାଯିବାକୁ ନିର୍ଦ୍ଦେଶ ରହିଛି।

ଉଭୟ ଟୋଲ-ଫ୍ରି ନମ୍ବରରେ ତଥା ବିଦ୍ୟାଳୟ ସହ ଯୋଗାଯୋଗ ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ସ୍ୱତନ୍ତ୍ର ରେଜିଷ୍ଟରରେ ଲିପିବଦ୍ଧ କରାଯାଉଛି। ପ୍ରତିଦିନ ରାଜ୍ୟସ୍ତରରେ ‘ବିଦ୍ୟା ସମୀକ୍ଷା କେନ୍ଦ୍ରରୁ’ ଏହାର ତଦାରଖ ତଥା ସମୀକ୍ଷା କରିବାର ବ୍ୟବସ୍ଥା କରାଯାଉଛି।

Categories
StateBoard ବିଶେଷ ଖବର ରାଜ୍ୟ ଖବର

Matric Result Update: ଏଥର ଓଡିଶାର ୧୧୭୦ଟି ସ୍କୁଲର ସଫଳତା ଶତ ପ୍ରତିଶତ

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ଆନୁଷ୍ଠାନିକ ଭାବେ ମାଧ୍ୟମିକ ଶିକ୍ଷା ପରିଷଦ, କଟକ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ ଘୋଷଣା କରିଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୧୭୮୪୭ ଜଣ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ତନ୍ମଧ୍ୟରେ ୨୫୬୮୭୭ ଜଣ ଛାତ୍ର ଓ ୨୬୦୯୭୦ ଜଣ ଛାତ୍ରୀ ରହିଛନ୍ତି ।

ଏମାନଙ୍କ ମଧ୍ୟରୁ ୮୧୧୯ ଜଣ ଏ-୧ ବର୍ଗରେ, ୫୪୮୮୯ ଜଣ ଏ-୨ ବର୍ଗରେ, ୧୨୦୩୧୨ ଜଣ ବି-୧ ବର୍ଗରେ ଏବଂ ୧୪୨୫୯୯ ଜଣ ବି-୨ ବର୍ଗରେ ଉନ୍ନିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧.୪୨ ପ୍ରତିଶତ ବିଦ୍ୟାର୍ଥୀ ୯୦ ଶତକଡ଼ାରୁ ଊଦ୍ଧ୍ୱର୍ ମାର୍କ ରଖିଛନ୍ତି । ଚଳିତ ବର୍ଷ ଛାତ୍ରମାନଙ୍କ ପାସ୍‌ ହାର ୮୮.୭୭ ପ୍ରତିଶତ ଥିବାବେଳେ ଛାତ୍ରୀମାନଙ୍କ ପାସ ହାର ୯୨.୩୭ ପ୍ରତିଶତ ରହିଛି ଏବଂ ମୋଟ ପାସ୍‌ ହାର ୯୦.୫୫ ପ୍ରତିଶତ ରହିଛି ।

ଚଳିତ ବର୍ଷ ସମୁଦାୟ ୫୭୧୯୦୯ ଜଣ ବିଦ୍ୟାର୍ଥୀ ମାଟି୍ରକ୍‌ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବାବେଳେ ୫୨୬୮୧୮ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୮୬୯୯ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। ୧୧୭୦ଟି ବିଦ୍ୟାଳୟର ଶତପ୍ରତିଶତ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ୩ଟି ବିଦ୍ୟାଳୟର କୌଣସି ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇପାରିନାହାନ୍ତି।

ଏହି ପରୀକ୍ଷା ଫଳ ଘୋଷଣା ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଏବଂ ମାଧ୍ୟମିକ ଶିକ୍ଷା ପରିଷଦ, କଟକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
StateBoard ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Matric Result: ଏଥର ଫେଲ ହେଲେ ୮ହଜାର ୬୯୯ ଜଣ, ତିନୋଟି ସ୍କୁଲର ଫଳ ଜିରୋ

କଟକ : ଆଜି କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ। ଏହି ଫଳରୁ ଜଣାପଡିଛି ଯେ ଏଥର ୮ହଜାର ୬୯୯ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ଚଳିତ ବର୍ଷ ମୋଟ ଚଳିତ ବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫ଲକ୍ଷ ୧୭ହଜାର ୮୪୭ ଜଣ ପାସ୍ କରିଥିବା ବେଳେ ଫେଲ ସଂଖ୍ୟା ରହିଛି ୮ହଜାର ୬୯୯ ଜଣ। ସେହିପରି ତିନୋଟି ସ୍କୁଲର ଫଳ କେହି ପାଶ କରି ନାହାଁନ୍ତି ବୋଲି ଜଣାପଡିଛି।

ଚଳିତ ବର୍ଷ ୯୦.୫୫% ପାସ୍ ହାର ରହିଛି। ପାସ କରିଥିବା ପିଲାଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ୨ଲକ୍ଷ ୫୬ହଜାର ୮୭୭ ଅର୍ଥାତ ୮୮.୭୭ ପ୍ରତିଶତ ରହିଛି। ହେଲେ ଝିଅଙ୍କ ପାଶ ସଂଖ୍ୟା ୨ଲକ୍ଷ ୬୦ହଜାର ୯୭୦ ଅର୍ଥାତ ୯୨.୩୭ ପ୍ରତିଶତ ରହିଛି। ଛାତ୍ରଛାତ୍ରୀମାନେ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ୱେବସାଇଟ www.bseodisha.ac.in ରେ ରୋଲ ନମ୍ବର ଆଧାରରେ ପରୀକ୍ଷା ଫଳ ଜାଣିପାରିବେ।

ସେହିପରି www.bseodisha.nic.in ରେ ମଧ୍ୟ ପରୀକ୍ଷା ଫଳ ଉପଲବଧ୍‌ ହେବ।  ମୋବାଇଲ୍‌ରେ ମେସେଜ୍‌ ଦ୍ୱାରା ମଧ୍ୟ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ। ପରୀକ୍ଷାର୍ଥୀମାନେ OR10(Space) Roll Number(Space) ଦେଇ ୫୬୭୬୭୫୦ କୁ ମେସେଜ୍‌ ପଠାଇଲେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ।

Categories
StateBoard ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ, ପୁଅଙ୍କଠାରୁ ଝିଅଙ୍କ ପାଶ୍ ହାର ଅଧିକ

କଟକ : ଆଜି କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ। ଚଳିତ ବର୍ଷ ୯୦.୫୫% ପାସ୍ ହାର ରହିଛି। ଏଥର ୫ଲକ୍ଷ ୧୭ହଜାର ୮୪୭ ଜଣ ପାସ୍ କରିଥିବା ବେଳେ ୮ହଜାର ୬୯୯ ଜଣ ଫେଲ୍ ହୋଇଛନ୍ତି । ପାସ କରିଥିବା ପିଲାଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ୨ଲକ୍ଷ ୫୬ହଜାର ୮୭୭ ଅର୍ଥାତ ୮୮.୭୭ ପ୍ରତିଶତ ରହିଛି। ହେଲେ ଝିଅଙ୍କ ପାଶ ସଂଖ୍ୟା ୨ଲକ୍ଷ ୬୦ହଜାର ୯୭୦ ଅର୍ଥାତ ୯୨.୩୭ ପ୍ରତିଶତ ରହିଛି।

ଛାତ୍ରଛାତ୍ରୀମାନେ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ୱେବସାଇଟ www.bseodisha.ac.in ରେ ରୋଲ ନମ୍ବର ଆଧାରରେ ପରୀକ୍ଷା ଫଳ ଜାଣିପାରିବେ।  ଏବଂ www.bseodisha.nic.in ରେ ଅପରାହ୍ନ ୨ଟାରୁ ପରୀକ୍ଷା ଫଳ ଉପଲବଧ୍‌ ହେବ।  ମୋବାଇଲ୍‌ରେ ମେସେଜ୍‌ ଦ୍ୱାରା ମଧ୍ୟ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ। ପରୀକ୍ଷାର୍ଥୀମାନେ OR10(Space) Roll Number(Space) ଦେଇ ୫୬୭୬୭୫୦ କୁ ମେସେଜ୍‌ ପଠାଇଲେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ।।