Matric Result: ଏଥର ଫେଲ ହେଲେ ୮ହଜାର ୬୯୯ ଜଣ, ତିନୋଟି ସ୍କୁଲର ଫଳ ଜିରୋ

Published: Jul 6, 2022, 1:36 pm IST

କଟକ : ଆଜି କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ। ଏହି ଫଳରୁ ଜଣାପଡିଛି ଯେ ଏଥର ୮ହଜାର ୬୯୯ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ଚଳିତ ବର୍ଷ ମୋଟ ଚଳିତ ବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫ଲକ୍ଷ ୧୭ହଜାର ୮୪୭ ଜଣ ପାସ୍ କରିଥିବା ବେଳେ ଫେଲ ସଂଖ୍ୟା ରହିଛି ୮ହଜାର ୬୯୯ ଜଣ। ସେହିପରି ତିନୋଟି ସ୍କୁଲର ଫଳ କେହି ପାଶ କରି ନାହାଁନ୍ତି ବୋଲି ଜଣାପଡିଛି।

ଚଳିତ ବର୍ଷ ୯୦.୫୫% ପାସ୍ ହାର ରହିଛି। ପାସ କରିଥିବା ପିଲାଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ୨ଲକ୍ଷ ୫୬ହଜାର ୮୭୭ ଅର୍ଥାତ ୮୮.୭୭ ପ୍ରତିଶତ ରହିଛି। ହେଲେ ଝିଅଙ୍କ ପାଶ ସଂଖ୍ୟା ୨ଲକ୍ଷ ୬୦ହଜାର ୯୭୦ ଅର୍ଥାତ ୯୨.୩୭ ପ୍ରତିଶତ ରହିଛି। ଛାତ୍ରଛାତ୍ରୀମାନେ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ୱେବସାଇଟ www.bseodisha.ac.in ରେ ରୋଲ ନମ୍ବର ଆଧାରରେ ପରୀକ୍ଷା ଫଳ ଜାଣିପାରିବେ।

ସେହିପରି www.bseodisha.nic.in ରେ ମଧ୍ୟ ପରୀକ୍ଷା ଫଳ ଉପଲବଧ୍‌ ହେବ।  ମୋବାଇଲ୍‌ରେ ମେସେଜ୍‌ ଦ୍ୱାରା ମଧ୍ୟ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ। ପରୀକ୍ଷାର୍ଥୀମାନେ OR10(Space) Roll Number(Space) ଦେଇ ୫୬୭୬୭୫୦ କୁ ମେସେଜ୍‌ ପଠାଇଲେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ।

Related posts