Categories
ବିଶେଷ ଖବର ରାଜ୍ୟ ଖବର

Breaking News: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଏଥର ମଧ୍ୟ ଛାତ୍ରୀ ଆଗରେ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ପୁସ୍ତିକାକୁ ଉନମୋଚନ କରିଛନ୍ତି। ତାଙ୍କ ସହିତ ଗଣଶିକ୍ଷା ସଚିବ ଏବଂ ବୋର୍ଡ ସଭାପତି ପ୍ରମୁଖ ଉପସ୍ଥିତ‌ି ଥିଲେ।

ଚଳିତ ବର୍ଷ ପାସ ହାର ରହିଛି ୯୬.୪0 ପ୍ରତିଶତ। ସେଥିରେ ଏ-୧ରେ ୪,୧୫୮ ଜଣ ପାସ କରିଥିବାବେଳେ ଏ-୨ରେ ୨୯,୮୩୮ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି ବି-୧ରେ ୭୭,୫୬୭ ଜଣ ପାସ କରିଥିବାବେଳେ ବି-୨ରେ୧, ୧୮,୭୫୦ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ତେବେ ଏଥର ବି ପାସହାରରେ ଛାତ୍ରୀମାନେ ଆଗରେ ଅଛନ୍ତି ।

ଏଥର ଛାତ୍ରୀଙ୍କ ପାସ ହାର ୯୭.୦୫ ପ୍ରତିଶତ ଥିବାବେଳେ ଛାତ୍ରଙ୍କ ପାସହାର ୯୫.୭୫ ପ୍ରତିଶତ ରହିଛି । ତେବେ କଟକ ଓ ଜଗତସିଂହପୁର ଜିଲ୍ଲାର ପାସହାର ସର୍ବାଧିକ ରହିଛି । ଏହି ଦୁଇ ଜିଲ୍ଲାରେ ପାସହାର ୯୭.୯୯% ରହିଛି । ତେବେ ମାଲକାନଗିରିରେ ପାସହାର ସର୍ବନିମ୍ନ ରହିଥିବା ଜଣାଯାଇଛି । ଏଠାରେ ପାସ ହାର ୯୨.୬୩ ପ୍ରତିଶତ ରହିଛି। ତେବେ ରାଜ୍ୟର ୩୨୨୨ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ଜଣାପଡିଛି।

ଆଜି ମଧ୍ୟାହ୍ନ ୧୨ଟାରେ ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ ୱେବ ସାଇଟ www.bseodisha.ac.in  ରୁ ପରୀକ୍ଷା ଫଳ ପାଇପାରିବେ।  ସେହିପରି ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ ଦ୍ୱାରା ମଧ୍ୟ ପରୀକ୍ଷାଫଳ ଜାଣିହେବ । ପରୀକ୍ଷାର୍ଥୀ ନିଜ ମୋବାଇଲରୁ OR10 ଟାଇପ୍‌ କରି ୫୬୭୬୭୫୦ ନମ୍ୱରକୁ ପଠାଇ ଫଳାଫଳ ଜାଣି ପାରିବେ।

ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି। ୩ ହଜାର ୨୧୮ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା। ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା।

Categories
StateBoard ବିଶେଷ ଖବର ରାଜ୍ୟ ଖବର

Matric Result Update: ଏଥର ଓଡିଶାର ୧୧୭୦ଟି ସ୍କୁଲର ସଫଳତା ଶତ ପ୍ରତିଶତ

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ଆନୁଷ୍ଠାନିକ ଭାବେ ମାଧ୍ୟମିକ ଶିକ୍ଷା ପରିଷଦ, କଟକ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ ଘୋଷଣା କରିଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୧୭୮୪୭ ଜଣ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ତନ୍ମଧ୍ୟରେ ୨୫୬୮୭୭ ଜଣ ଛାତ୍ର ଓ ୨୬୦୯୭୦ ଜଣ ଛାତ୍ରୀ ରହିଛନ୍ତି ।

ଏମାନଙ୍କ ମଧ୍ୟରୁ ୮୧୧୯ ଜଣ ଏ-୧ ବର୍ଗରେ, ୫୪୮୮୯ ଜଣ ଏ-୨ ବର୍ଗରେ, ୧୨୦୩୧୨ ଜଣ ବି-୧ ବର୍ଗରେ ଏବଂ ୧୪୨୫୯୯ ଜଣ ବି-୨ ବର୍ଗରେ ଉନ୍ନିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧.୪୨ ପ୍ରତିଶତ ବିଦ୍ୟାର୍ଥୀ ୯୦ ଶତକଡ଼ାରୁ ଊଦ୍ଧ୍ୱର୍ ମାର୍କ ରଖିଛନ୍ତି । ଚଳିତ ବର୍ଷ ଛାତ୍ରମାନଙ୍କ ପାସ୍‌ ହାର ୮୮.୭୭ ପ୍ରତିଶତ ଥିବାବେଳେ ଛାତ୍ରୀମାନଙ୍କ ପାସ ହାର ୯୨.୩୭ ପ୍ରତିଶତ ରହିଛି ଏବଂ ମୋଟ ପାସ୍‌ ହାର ୯୦.୫୫ ପ୍ରତିଶତ ରହିଛି ।

ଚଳିତ ବର୍ଷ ସମୁଦାୟ ୫୭୧୯୦୯ ଜଣ ବିଦ୍ୟାର୍ଥୀ ମାଟି୍ରକ୍‌ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବାବେଳେ ୫୨୬୮୧୮ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୮୬୯୯ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। ୧୧୭୦ଟି ବିଦ୍ୟାଳୟର ଶତପ୍ରତିଶତ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ୩ଟି ବିଦ୍ୟାଳୟର କୌଣସି ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇପାରିନାହାନ୍ତି।

ଏହି ପରୀକ୍ଷା ଫଳ ଘୋଷଣା ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଏବଂ ମାଧ୍ୟମିକ ଶିକ୍ଷା ପରିଷଦ, କଟକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
StateBoard ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Matric Result: ଏଥର ଫେଲ ହେଲେ ୮ହଜାର ୬୯୯ ଜଣ, ତିନୋଟି ସ୍କୁଲର ଫଳ ଜିରୋ

କଟକ : ଆଜି କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ। ଏହି ଫଳରୁ ଜଣାପଡିଛି ଯେ ଏଥର ୮ହଜାର ୬୯୯ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ଚଳିତ ବର୍ଷ ମୋଟ ଚଳିତ ବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫ଲକ୍ଷ ୧୭ହଜାର ୮୪୭ ଜଣ ପାସ୍ କରିଥିବା ବେଳେ ଫେଲ ସଂଖ୍ୟା ରହିଛି ୮ହଜାର ୬୯୯ ଜଣ। ସେହିପରି ତିନୋଟି ସ୍କୁଲର ଫଳ କେହି ପାଶ କରି ନାହାଁନ୍ତି ବୋଲି ଜଣାପଡିଛି।

ଚଳିତ ବର୍ଷ ୯୦.୫୫% ପାସ୍ ହାର ରହିଛି। ପାସ କରିଥିବା ପିଲାଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ୨ଲକ୍ଷ ୫୬ହଜାର ୮୭୭ ଅର୍ଥାତ ୮୮.୭୭ ପ୍ରତିଶତ ରହିଛି। ହେଲେ ଝିଅଙ୍କ ପାଶ ସଂଖ୍ୟା ୨ଲକ୍ଷ ୬୦ହଜାର ୯୭୦ ଅର୍ଥାତ ୯୨.୩୭ ପ୍ରତିଶତ ରହିଛି। ଛାତ୍ରଛାତ୍ରୀମାନେ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ୱେବସାଇଟ www.bseodisha.ac.in ରେ ରୋଲ ନମ୍ବର ଆଧାରରେ ପରୀକ୍ଷା ଫଳ ଜାଣିପାରିବେ।

ସେହିପରି www.bseodisha.nic.in ରେ ମଧ୍ୟ ପରୀକ୍ଷା ଫଳ ଉପଲବଧ୍‌ ହେବ।  ମୋବାଇଲ୍‌ରେ ମେସେଜ୍‌ ଦ୍ୱାରା ମଧ୍ୟ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ। ପରୀକ୍ଷାର୍ଥୀମାନେ OR10(Space) Roll Number(Space) ଦେଇ ୫୬୭୬୭୫୦ କୁ ମେସେଜ୍‌ ପଠାଇଲେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ରେଜଲ୍ଟ ପ୍ରକାଶ  : ପୁଅକୁ ପଛରେ ପକାଇଲେ ଝିଅ

ଭୁବନେଶ୍ବର : ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ରେଜଲ୍ଟ ।  ଭିଡିଓ ଜରିଆରେ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ । ବିଧିବଦ୍ଧଭାବେ ଏନେଇ  ଘୋଷଣା କଲେ ମନ୍ତ୍ରୀ ସମୀର ଦାଶ । ଚଳିତ ବର୍ଷ ପୁଅକୁ ପଛରେ ପକାଇଛନ୍ତି ଝିଅ । ଝିଅଙ୍କ ପାସ୍‌ ହାର 81.98 ପ୍ରତିଶତ ରହିଥିବାବେଳେ ପୁଅଙ୍କ ପାସ୍‌ ହାର 77 . 8 % ପ୍ରତିଶତ ରହିଛି ।  ସେହିପରି  ଚଳିତ ବର୍ଷ ପାସ୍‌ ହାର୍‌ A1ରେ ପାସ୍‌ ହୋଇଛନ୍ତି 1279ଜଣ । A2ରେ 8 ହଜାର 458 ଜଣ ପାସ୍‌ ହୋଇଛନ୍ତି । ସେହିପରି B1ରେ 18 ହଜାରର 188ଜଣ B2ରେ 32 ହଜାର 328 ଜଣ ପାସ୍‌ ହୋଇଛନ୍ତି ।  31ଟି ସ୍କୁଲରେ ଶୂନ୍ୟ ଫଳାଫଳ ରହିଛି ।