Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳାଫଳ: ଛାତ୍ରଛାତ୍ରୀ ଏଭଳି ଦେଖିପାରିବେ ରେଜଲ୍ଟ
ଆଜିର ଖବର

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳାଫଳ: ଛାତ୍ରଛାତ୍ରୀ ଏଭଳି ଦେଖିପାରିବେ ରେଜଲ୍ଟ

May 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜି ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ଆଜି ଅପରାହ୍ନ ୪ ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି। କଟକ ସ୍ଥିତ ବିଏସଇ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପ୍ରକାଶ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି।

ଏହା ପରେ ସନ୍ଧ୍ୟା ୬ଟା ପରେ ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.in ଏବଂ www.orissaresults.nic.in ରେ ସେମାନଙ୍କର ଫଳାଫଳ ଦେଖିପାରିବେ। ଛାତ୍ରଛାତ୍ରୀମାନେ ସେମାନଙ୍କର ରୋଲ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ୱେବସାଇଟ୍‌ରେ ଫଳାଫଳ ଯାଞ୍ଚ କରିପାରିବେ।

ତେବେ ଚଳିତ ଥର ମାଟ୍ରିକରେ ୯୪.୯୩ ପ୍ରତିଶତ ରେଜଲ୍ଟ ହୋଇଛି। ପୁଅଙ୍କ ପାସ ହାର ୯୪ ପ୍ରତିଶତ ରହିଥିବା ବେଳେ ଝିିଅଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨ ହଜାର ୪୧୭ ଜଣ। ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୮୬୩ ଜଣ। ସେମାନଙ୍କ ମଧ୍ୟରୁ ୧୮୧୨ ଜଣ ଏ୧ ଗ୍ରେଡ ପାଇଥିବାବେଳେ, ୧୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀ ଏ-୨ ଗ୍ରେଡ ପାଇଛନ୍ତି। ସେହିପରି ବି-୧ ଗ୍ରେଡ ପାଇଛନ୍ତି ୩୮ ହଜାର ୮୩୧ ଜଣ ଛାତ୍ରଛାତ୍ରୀ। ବି-୨ ଗ୍ରେଡ ପାଇଛନ୍ତି ୮୪,୯୭୧ ଜଣ ଛାତ୍ରଛାତ୍ରୀ।

ସି ଗ୍ରେଡ ପାଇଛନ୍ତି ୧ ଲକ୍ଷ ୩୩ ହଜାର ୮୮୨ ଜଣ ଛାତ୍ରଛାତ୍ରୀ। ଡି ଗ୍ରେଡ ପାଇଛନ୍ତି ୧ ଲକ୍ଷ ୪୬ ହଜାର ୧୫୪ ଜଣ ଛାତ୍ରଛାତ୍ରୀ। ଇ ଗ୍ରେଡ ପାଇଛନ୍ତି ୭୬,୦୧୩ ଜଣ ଛାତ୍ରଛାତ୍ରୀ। ଏଫ ଗ୍ରେଡ ପାଇଛନ୍ତି ୭,୩୮୪ ଜଣ ଛାତ୍ରଛାତ୍ରୀ। ଗଜପତି ଜିଲ୍ଲାରେ ସର୍ବାଧିକ ପାସହାର ୯୯.୩୫ ପ୍ରତିଶତ ରହିଛି। ସେହିଭଳି କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ପାସ ହାର ୯୨.୮୩ ପ୍ରତିଶତ ଅଛି।

ଏହା ସହିତ ଏସ୍‌ଏମ୍‌ଏସ୍ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିବାର ସୁବିଧା ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଏଥିପାଇଁ ଛାତ୍ରଛାତ୍ରୀମାନେ ନିର୍ଦ୍ଦିଷ୍ଟ ନମ୍ବରକୁ ମେସେଜ ପଠାଇପାରିବେ।

matric result Odisha
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026
Latest News

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026

Jio IPO Opening Day: ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ମୋଟ ସବସ୍କ୍ରିପସନ ୩ ଗୁଣ, ଜିଓ ଆଇପିଓର ଧମାକାଦାର ଆରମ୍ଭ

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.