Categories
ଜାତୀୟ ଖବର ବିଶେଷ ଖବର

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ସାବରକରଙ୍କ ନାତି

ପୁଣେ: ହିନ୍ଦୁତ୍ୱ ଭାବବାଦୀ ବିନାୟକ ଦାମୋଦର ସାବରକରଙ୍କ ନାତି ବୁଧବାର ଦିନ ମହାରାଷ୍ଟ୍ର କୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଛନ୍ତି। ବିନାୟକ ଦାମୋଦର ସାବରକରଙ୍କ ନାତି ସାତ୍ତ୍ଵିକ ସାବରକର କହିଛନ୍ତି ଯେ, ତାଙ୍କ ଓକିଲ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୯୯ ଏବଂ ୫୦୦ ଅନୁଯାୟୀ କୋର୍ଟରେ ହଜାର ହୋଇଛନ୍ତି।

ସାତ୍ତ୍ଵିକ ପିଟିଆଇକୁ କହିଛନ୍ତି ଯେ, ଆଜି କୋର୍ଟର ଅଧିକାରୀମାନେ ଅନୁପସ୍ଥିତ ଥିବାରୁ ସେମାନେ ଆମକୁ ଶନିବାର ଦିନ ପୁନର୍ବାର ଆସିବାକୁ କହିଛନ୍ତି।

ଅଭିଯୋଗର ବିଷୟବସ୍ତୁ ସମ୍ପର୍କରେ ସାତ୍ତ୍ଵିକ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଲଣ୍ଡନରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟ ସହ କଥାବାର୍ତ୍ତା ସମୟରେ ସାବରକରଙ୍କ ବିଷୟ ଉଠାଇଛନ୍ତି। ରାହୁଲ ଗାନ୍ଧୀ ଉପସ୍ଥିତ ଲୋକଙ୍କୁ କହିଥିଲେ ଯେ, ବିନାୟକ ଦାମୋଦର ସାବରକର ଏକ ପୁସ୍ତକ ଲେଖିଛନ୍ତି ଯେଉଁଥିରେ କୁହାଯାଇଛି ଯେ ସେ ଏବଂ ତାଙ୍କର ପାଞ୍ଚରୁ ଛଅ ଜଣ ବନ୍ଧୁ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ପିଟୁଥିଲେ ଏବଂ ସେ (ସାବରକର) ଖୁସି ଅନୁଭବ କରିଥିଲେ।

ସାତ୍ତ୍ଵିକ କହିଛନ୍ତି ଯେ, “ରାହୁଲ ଗାନ୍ଧୀ ଏହି ଘଟଣା ବିଷୟରେ କହିବାବେଳେ ଲୋକଙ୍କୁ ପଚାରିଥିଲେ ଏହା ନିଷ୍ଠୁର କାର୍ଯ୍ୟ ନୁହେଁ କି? ସର୍ବପ୍ରଥମେ, ଗାନ୍ଧୀଙ୍କ ଦ୍ୱାରା ବର୍ଣ୍ଣିତ ଏହି ଘଟଣା କାଳ୍ପନିକ ଅଟେ। ବୈଜ୍ଞାନିକ ସ୍ୱଭାବର ସାବରକରଙ୍କ ଜୀବନରେ ସେପରି କୌଣସି ଘଟଣା ଘଟି ନଥିଲା। ସେ ଗଣତନ୍ତ୍ରରେ ବିଶ୍ୱାସ କରୁଥିଲେ ଏବଂ ମୁସଲମାନମାନଙ୍କୁ ବୈଜ୍ଞାନିକ ଉପାୟ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।

ସେ କହିଛନ୍ତି ଯେ, ସାବରକରଙ୍କ ବିଷୟରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ମିଥ୍ୟା, ଦୁର୍ଭାଗ୍ୟଜନକ ତଥା ଅପମାନଜନକ। ସାବରକରଙ୍କୁ ବଦନାମ କରିବା ପାଇଁ ଏହି ପ୍ରୟାସ ପରେ ଆମେ ଚୁପ୍ ନ ରହିବାକୁ ନିଷ୍ପତ୍ତି ନେଇଛୁ ଏବଂ ଆଇପିସିର ଧାରା ୪୯୯ ଏବଂ ୫୦୦ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଛୁ।

ବାର୍ତ୍ତାଳାପ ସମୟରେ ରାହୁଲ ଗାନ୍ଧୀଙ୍କ ଏପରି ମନ୍ତବ୍ୟ ଦେଇଥିବା ଏକ ଭିଡିଓ ଉପଲବ୍ଧ ଏବଂ କୋର୍ଟରେ ଏହା ପ୍ରସ୍ତୁତ କରାଯିବ ବୋଲି ସେ ଦାବି କରିଛନ୍ତି।

Categories
ଅପରାଧ ବିଶେଷ ଖବର

ନବଜୋତ ସିଂ ସିଦ୍ଧୁଙ୍କ ବଢିଲା ସମସ୍ୟା: ମାନହାନି ମକଦ୍ଦମା ରୁଜ୍ଜୁ କଲେ ଡିଏସପି

ଚଣ୍ଡିଗଡ: ଆସନ୍ତାକାଲି ପଞ୍ଜାବ ବିଧାନସଭା ନିର୍ବାଚନର ୧୧୭ ଟି ଆସନରେ ମତଦାନ ହେବ। ଅମୃତସର ପୂର୍ବ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ମତଦାନର ଗୋଟିଏ ଦିନ ପୂର୍ବରୁ ଅସୁବିଧାରେ ପଡ଼ିଛନ୍ତି। ସିଦ୍ଧୁଙ୍କ ବିରୋଧରେ ଚଣ୍ଡିଗଡ଼ର ଡିଏସପି ଅପରାଧିକ ମାନହାନି ମକଦ୍ଦମା ଦାୟର କରିଛନ୍ତି।

ସୂଚନାନୁସାରେ, ଚଣ୍ଡିଗଡ଼ ଡିଏସପି ଦିଲଶର ସିଂ ଚନ୍ଦେଲ ସିଦ୍ଧୁଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଛନ୍ତି। ୨୦୨୧ ମସିହାରେ ଏକ ରାଲିରେ ପୋଲିସ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ସିଦ୍ଧୁ ଏକ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରିବାରେ ବିଫଳ ହୋଇଛନ୍ତି ବୋଲି ଡିଏସପି କହିଛନ୍ତି।

ଡିସେମ୍ବର ୨୦୨୧ ମସିହାରେ, ପଞ୍ଜାବର ପୂର୍ବତନ ମନ୍ତ୍ରୀ ଅଶ୍ରୀନି ସେଖଡୀଙ୍କ ସମାବେଶରେ ପହଞ୍ଚିଥିବା ସିଦ୍ଧୁ ପଞ୍ଜାବ ପୋଲିସକୁ ପରିହାସ କରିଥିଲେ। ସେ କହିଥିଲେ ଯେ, “ଯଦି ଅଶ୍ରୀନି ସେଖଡୀ ଆପଣଙ୍କୁ ଧକ୍କା ମାରନ୍ତି, ତେବେ ଥାନାଦାରଙ୍କ ପ୍ୟାଣ୍ଟ ଓଦା ହୋଇଯାଏ।” ଏଥି ସହିତ ଯେତେବେଳେ ତାଙ୍କୁ ଏହି ବିବୃତ୍ତି ଉପରେ ପଚରାଯାଇଥିଲା, ସେ କହିଥିଲେ ଯେ ସେ କେବଳ ଥଟ୍ଟା କରି ଏହା କହିଛନ୍ତି। ସିଦ୍ଧୁ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ବିବୃତ୍ତିକୁ ବିକୃତ କରାଯାଇଛି। ଏଥି ସହିତ ଚଣ୍ଡିଗଡ଼ ପୋଲିସର ଡିଏସପି ନବଜୋତ ସିଂ ସିଦ୍ଧୁଙ୍କୁ ନୋଟିସ ପଠାଇ ମାନହାନୀ ମାମଲା ଦାୟର କରିଛନ୍ତି।