ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଓ ଏଏସ୍ଆଇ ଭିଜିଲାନ୍ସ ପଞ୍ଝାରେ ଫସିଯାଇଛନ୍ତି। ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ବଳି ମହାନ୍ତି ମାସିକିଆ ଚାନ୍ଦା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ମଦ ଦୋକାନୀଙ୍କ ଠାରୁ ମାସିକ ଚାନ୍ଦା ଭାବେ ୫୦ ହଜାର ଟଙ୍କା ନେବା ବେଳେ ଥାନା ଅଧିକାରୀ ଧରାପଡିଛନ୍ତି।
