Categories
Hockey Worldcup23 ଆଜିର ଖବର ରାଜ୍ୟ ଖବର

ପୁରୁଷ ହକି ବିଶ୍ୱକପ ନିମନ୍ତେ ଖୋର୍ଦ୍ଧାରେ ମେଗା ମାରାଥନ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ସ୍ଥିତ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ ନିମନ୍ତେ ଆୟୋଜିତ ମାରାଥନ ଦୌଡ଼ ପାଇଁ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ସକାଳ ୬ ଟାରେ ନାମ ପଞ୍ଜିକରଣ ପରେ ଟି ସାର୍ଟ ଓ ଟୋପି ସମସ୍ତ ପାର୍ଟିସିପାଣ୍ଟ ମାନଙ୍କୁ ଯୋଗାଇ ଦିଆଯାଇଥିଲା। ଠିକ ୭ ଘଟିକାରେ ଗଣଦୌଡ଼ ଉଦଘାଟିତ ହୋଇଥିବା ବେଳେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂ,ଖୋର୍ଦ୍ଧା ମୁନିସିପାଲିଟି ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ , ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଜିଲ୍ଲାର ଜନସାଧାରଣ ପ୍ରମୁଖ ଉପସ୍ଥିତ ରହି ପାର୍ଟିସିପାଣ୍ଟ ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଦୌଡ ସୁରୁଖୁରୁରେ କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା।  ଖୋର୍ଦ୍ଧା ଷ୍ଟାଡିଅମରୁ ଉକ୍ତ ମାରାଥନ ଦୌଡ଼ର ଆରମ୍ଭ ହୋଇ ୫ କି. ମି ଦୌଡ ପରେ ସେହିଠାରେ ହିଁ ଶେଷ ହୋଇଥିଲା। ଏହି ଦୌଡରେ ଭାଗ ନେଇଥିବା ବାଳକମାନଙ୍କ ମଧ୍ୟରେ ପ୍ରଥମ ବିଜେତା ପି.ଏନ କଲେଜ ଛାତ୍ର ସମିତ ବିଶ୍ୱାଳଙ୍କୁ ୫୦୦୦ ଟଙ୍କା ଓ ଟ୍ରଫି, ଦ୍ଵିତୀୟ ବିଜେତା ପି.ଏନ କଲେଜ ଛାତ୍ର ସୁମନ୍ତ ନାୟକଙ୍କୁ ୩୦୦୦ ଟଙ୍କା ଓ ଟ୍ରଫି ଏବଂ ତୃତୀୟ ବିଜତା ଉତ୍ତରାୟଣୀ କ୍ଲବର ସଦସ୍ୟ ଚନ୍ଦ୍ରକାନ୍ତ ସେଠିଙ୍କୁ ୨୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା।

ସେହିପରି ଭାବେ ୧୪ ବର୍ଷରୁ ଉର୍ଦ୍ଧ୍ୱ ବାଳିକା ଗ୍ରୁପରେ ପ୍ରଥମ ବିଜେତା ସମସଦ ଆର. ବିଶ୍ୱାଳଙ୍କୁ ୫୦୦୦ ଟଙ୍କା ଏବଂ ଟ୍ରଫି, ଦ୍ଵିତୀୟ ବିଜେତା ସନୟାର୍ଯ୍ୟ ବେଗମଙ୍କୁ ୩୦୦୦ ଟଙ୍କା ଓ ଟ୍ରଫି ଏବଂ ତୃତୀୟ ବିଜେତା ଉତ୍ତରାୟଣୀ କ୍ଲବର ଅର୍ପିତା ପ୍ରିୟଦର୍ଶିନୀଙ୍କୁ ୨୦୦୦ ଟଙ୍କା ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା। ତତ୍ପରେ ଆଇ.ଟି.ବି.ପି ର ପ୍ରଥମ ବିଜେତା ମୁକେଶ ଯାଦବଙ୍କୁ ୫୦୦୦ ଟଙ୍କା ଏବଂ ଟ୍ରଫି ଓ ଦ୍ଵିତୀୟ ବିଜେତା ଧୋଲାରାମଙ୍କୁ ୩୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଜିଲ୍ଲା କ୍ରୀଡା ଅଧିକାରୀ ଏହିସବୁ କାର୍ଯ୍ୟ ସୁଚାରୁରୂପେ ପରିଚାଳନା କରିଥିଲେ।

Categories
Hockey Worldcup23 ଆଜିର ଖବର ରାଜ୍ୟ ଖବର

ପୁରୁଷ ହକି ବିଶ୍ଵକପ-୨୦୨୩ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାରେ ମିନି ମାରାଥନ ଦୌଡ ପ୍ରତିଯୋଗୀତା

ଖୋର୍ଦ୍ଧା: ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଆଜି ଅପରାହ୍ନ ୫ ଟାରେ ପୁରୁଷ ହକି ବିଶ୍ଵକପ-୨୦୨୩ ରେ ହେବାକୁ ଯାଉଥିବା ମିନି ମାରାଥନ ପ୍ରତିଯୋଗୀତାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଏସପି ସିଦ୍ଧାର୍ଥ କାଟାରିଆ, ଏଡିଏମ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ, ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ଖୋର୍ଦ୍ଧା ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଈପ୍ସିତ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବିଏସଏଫ କମାଣ୍ଡଣ୍ଟ, ଆଇଟିବିପି, ଜିଲ୍ଲା କ୍ରିଡା ସଂସଦର ସଭ୍ୟମାନେ, ଜିଲ୍ଲାର ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେଏହି ବୈଠକରେ ଯୋଗଦେଇଥିଲେ।

ବୈଠକରେ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ତତ୍ତ୍ବାବଧାନରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। କ୍ରୀଡା ଅଧିକାରୀଙ୍କ ଅନୁରୋଧକ୍ରମେ ଜିଲ୍ଲାପାଳ ବୈଠକରେ ସମସ୍ତଙ୍କ ମତାମତ ନେଇ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସହଯୋଗ କରିବା ସହ ପରାମର୍ଶ ଦେଇଥିଲେ।

ଶେଷରେ ଏହା ସ୍ଥିର କରାଯାଇଥିଲା ଯେ, ଜିଲ୍ଲା କ୍ରୀଡା ଅଧିକାରୀଙ୍କ କାର୍ଯ୍ୟଳୟରେ ଜାନୁୟାରୀ ୬ ତାରିଖ ୨୦୨୩ ସୁଦ୍ଧା ଏବଂ ପରେ ଜାନୁୟାରୀ ୮ ତାରିଖ ସକାଳ ୬ ଟାରେ ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ନାମ ପଞ୍ଜୀକରଣ କରିପାରିବେ। ସକାଳ ୭ ଟାରେ ଷ୍ଟାଡିୟମରୁ ମାରାଥନ ଆରମ୍ଭ ହୋଇ ଉକ୍ତ ସ୍ଥାନରେ ୮.୩୦ ମିନିଟରେ ଶେଷ କରିବାକୁ କୁହାଯାଇଛି।

ଏହି ଦୌଡରେ ପ୍ରାର୍ଥୀମାନଙ୍କୁ ୪ ଟି ପର୍ଯ୍ୟାୟରେ ଭାଗ ନେବା ପାଇଁ ସ୍ଥିର କରାଯାଇଛି।

୧- ୧୪ ବର୍ଷରୁ ଉର୍ଦ୍ଧ୍ଵ ବାଳକ

୨- ୧୪ ବର୍ଷରୁ ଉର୍ଦ୍ଧ୍ଵ ବାଳିକା

୩- ବିଏସଏଫ

୪- ୫୦ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ନାଗରିକ ଏବଂ ମିଡିଆ ହାଉସ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ବିପର୍ଯ୍ୟୟ ପରିଚାଳନା ସଚେତନତା ନେଇ ମିନି ମାରାଥନ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ଆଜି ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ସକାଳ ସାଢ଼େ ୭ଟାରେ କଳିଙ୍ଗ ଷ୍ଟାଡିୟମ୍‌ ପରିସରରୁ ଆରମ୍ଭ ହୋଇଥିବା ଏହି ମିନି ମାରାଥନକୁ ପୂର୍ବତନ ସାଂସଦ ତଥା ହକି ଇଣ୍ଡିଆର ସଭାପତି ଶ୍ରୀ ଦିଲ୍ଲୀପ ତିର୍କୀ ଏବଂ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସ୍‌ଡ଼ିଏମ୍‌ଏ)ଙ୍କ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ଜେନା ସବୁଜ ପତାକା ପ୍ରଦର୍ଶନପୂର୍ବକ ଶୁଭାରମ୍ଭ କରିଥିଲେ।

‘ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତିର ସ୍ଥିତିସ୍ଥାପକତାରେ ଗୋଷ୍ଠୀର ଭୂମିକା’ ବିଷୟକୁ ଗୁରୁତ୍ୱ ଦେଇଥିବା ଏହି ମାରାଥନରେ କ୍ରୀଡ଼ା ଛାତ୍ରାବାସ, କଳିଙ୍ଗ ଷ୍ଟାଡିୟମ୍‌ ଏଚ୍‌ପିସି ଅନ୍ତର୍ଗତ ହକି, ସନ୍ତରଣ, ଆଥଲେଟିକ୍ସ, ଭାରୋତ୍ତୋଳନ ଶୃଙ୍ଖଳର ଅନ୍ତେବାସୀଙ୍କ ସମେତ ଉଭୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଏସ୍‌ଡ଼ିଏମ୍‌ଏର ଅଧିକାରୀ ଏବଂ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୫୦୦ ଜଣ ସାମିଲ ହୋଇଥିଲେ। ମାରାଥନ କଳିଙ୍ଗ ଷ୍ଟାଡିୟମ୍‌ର ୩ ନମ୍ବର ଗେଟ୍‌ରୁ ବାହାରି ଶାସ୍ତ୍ରୀ ନଗର ଛକ, ୧୨୦ ବାଟାଲିୟନ୍‌ ଛକ ଓ ପାୱାର ହାଉସ୍‌ ଦେଇ ରାଜଭବନ ଛକରେ ପହଞ୍ଚିଥିଲା ଓ ସେଠାରୁ କଳିଙ୍ଗ ଷ୍ଟାଡିୟମ୍‌ ଫେରିଥିଲା।

କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଓଏସ୍‌ଡ଼ି ଶ୍ରୀ ରେଘୁ ଜି, ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା, ଶୁଭ୍ରାଂଶୁ ଶେଖର ମିଶ୍ର, ବିଜୟାନନ୍ଦ ନାୟକ ଏବଂ ଓଏସ୍‌ଡ଼ି ସିଦ୍ଧାର୍ଥ ସାହୁଙ୍କ ସମେତ ଅନ୍ୟଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିର୍ବାହୀ ନିର୍ଦ୍ଦେଶକ ଡ. ଜ୍ଞାନ ଦାସ, ସିଜିଏମ୍‌ ସବ୍ୟସାଚୀ ହୋତା, ଧୀରେନ୍ଦ୍ର କୁମାର ସାହୁ, ଡିଜିଏମ୍‌ ସୁନୀଲ କୁମାର ସାହୁ, ଜୟଜଗତ ସାହୁ, ଉପଶାସନ ସଚିବ ରବି ବାରିକ ଏବଂ ବିଶ୍ୱନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।