Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୁଷ ହକି ବିଶ୍ଵକପ-୨୦୨୩ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାରେ ମିନି ମାରାଥନ ଦୌଡ ପ୍ରତିଯୋଗୀତା
ଆଜିର ଖବର

ପୁରୁଷ ହକି ବିଶ୍ଵକପ-୨୦୨୩ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାରେ ମିନି ମାରାଥନ ଦୌଡ ପ୍ରତିଯୋଗୀତା

January 2, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଆଜି ଅପରାହ୍ନ ୫ ଟାରେ ପୁରୁଷ ହକି ବିଶ୍ଵକପ-୨୦୨୩ ରେ ହେବାକୁ ଯାଉଥିବା ମିନି ମାରାଥନ ପ୍ରତିଯୋଗୀତାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଏସପି ସିଦ୍ଧାର୍ଥ କାଟାରିଆ, ଏଡିଏମ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ, ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ଖୋର୍ଦ୍ଧା ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଈପ୍ସିତ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବିଏସଏଫ କମାଣ୍ଡଣ୍ଟ, ଆଇଟିବିପି, ଜିଲ୍ଲା କ୍ରିଡା ସଂସଦର ସଭ୍ୟମାନେ, ଜିଲ୍ଲାର ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେଏହି ବୈଠକରେ ଯୋଗଦେଇଥିଲେ।

ବୈଠକରେ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ତତ୍ତ୍ବାବଧାନରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। କ୍ରୀଡା ଅଧିକାରୀଙ୍କ ଅନୁରୋଧକ୍ରମେ ଜିଲ୍ଲାପାଳ ବୈଠକରେ ସମସ୍ତଙ୍କ ମତାମତ ନେଇ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସହଯୋଗ କରିବା ସହ ପରାମର୍ଶ ଦେଇଥିଲେ।

ଶେଷରେ ଏହା ସ୍ଥିର କରାଯାଇଥିଲା ଯେ, ଜିଲ୍ଲା କ୍ରୀଡା ଅଧିକାରୀଙ୍କ କାର୍ଯ୍ୟଳୟରେ ଜାନୁୟାରୀ ୬ ତାରିଖ ୨୦୨୩ ସୁଦ୍ଧା ଏବଂ ପରେ ଜାନୁୟାରୀ ୮ ତାରିଖ ସକାଳ ୬ ଟାରେ ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ନାମ ପଞ୍ଜୀକରଣ କରିପାରିବେ। ସକାଳ ୭ ଟାରେ ଷ୍ଟାଡିୟମରୁ ମାରାଥନ ଆରମ୍ଭ ହୋଇ ଉକ୍ତ ସ୍ଥାନରେ ୮.୩୦ ମିନିଟରେ ଶେଷ କରିବାକୁ କୁହାଯାଇଛି।

ଏହି ଦୌଡରେ ପ୍ରାର୍ଥୀମାନଙ୍କୁ ୪ ଟି ପର୍ଯ୍ୟାୟରେ ଭାଗ ନେବା ପାଇଁ ସ୍ଥିର କରାଯାଇଛି।

୧- ୧୪ ବର୍ଷରୁ ଉର୍ଦ୍ଧ୍ଵ ବାଳକ

୨- ୧୪ ବର୍ଷରୁ ଉର୍ଦ୍ଧ୍ଵ ବାଳିକା

୩- ବିଏସଏଫ

୪- ୫୦ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ନାଗରିକ ଏବଂ ମିଡିଆ ହାଉସ।

ଖୋର୍ଦ୍ଧା ଜିଲ୍ଲା ପୁରୁଷ ହକି ବିଶ୍ଵକପ-୨୦୨୩ ମିନି ମାରାଥନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.