Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟର ବରିଷ୍ଠ ଆଇଏଏସ ଏବଂ ପୋଲିସ ଅଧିକାରୀ

ଭୁବନେଶ୍ବର: ଆଜି ନୂଆବର୍ଷ ଉପଲକ୍ଷେ ରାଜ୍ୟର ବରିଷ୍ଠ ଆଇଏଏସ ଏବଂ ଆଇପିଏସ ଅଧିକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଆଜି ସମସ୍ତେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ପ୍ରଦାନ କରି 2024ର ଶୁଭେଚ୍ଛା ଜଣାଇଥିଲେ।

ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ ନେତୃତ୍ବରେ ଏହି ଆଇଏଏସ ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏଥିରେ ଯେଉଁମାନେ ଥିଲେ ସେମାନେ ହେଲେ ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଡି କେ ସିଂ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ପଞ୍ଚାୟତ ବିଭାଗର ସୁଶୀଲ ଲୋହାନୀ ପ୍ରମୁଖ ଥିଲେ।

ସେହିପରି ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ଭୁବନେଶ୍ବର କମିଶନରେଟ ପୋଲିସର ଏକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବର କଟକର ପାର୍ଶ୍ବବର୍ତ୍ତି ଅଞ୍ଚଳର ରାସ୍ତା ହେବ ଚଉଡା, ମୁଖ୍ୟ ଶାସନ ସଚିବ କଲେ ସମୀକ୍ଷା

ଭୁବନେଶ୍ୱର: ପ୍ରମୁଖ ସହର ଗୁଡ଼ିକର ପାର୍ଶ୍ୱବର୍ତ୍ତୀ ଅଂଚଳମାନଙ୍କରେ ଗମନାଗମନ ସହ ମୌଳିକ ସେବା-ଭିତ୍ତିଭୂମି ବିକାଶ ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନ ସଭାଗୃହରେ ରାଜଧାନୀ ସମେତ ବଡ଼ ବଡ଼ ମହାନଗର ନିଗମ ଅଂଚଳର ବିକାଶ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥାନନ୍ ସହରାଞ୍ଚଳ ବିକାଶ ପାଇଁ ଆନ୍ତଃ-ବିଭାଗୀୟ ସମନ୍ୱୟ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ରାଜ୍ୟର ଦୃଢ଼ ବର୍ଦ୍ଧିଷ୍ଣୁ ପ୍ରମୁଖ ସହର ସହର ପାର୍ଶ୍ୱବର୍ତ୍ତୀ ଅଂଚଳମାନଙ୍କରେ ସୁଗମ ଯୋଗାଯୋଗ ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବଡ଼ ବଡ଼ ସହର ଗୁଡ଼ିକରେ ବିଭିନ୍ନ ପ୍ରକାର ନିଯୁକ୍ତି ଓ ଜୀବିକା ସୁଯୋଗ ସୃଷ୍ଟି ହୋଇଥାଏ। ବିଭିନ୍ନ ଆର୍ଥିକ ବର୍ଗର ଲୋକମାନେ ଏହାର ସୁଯୋଗ ନେଇଥାଆନ୍ତି । ଯେଉଁମାନେକି ମୁଖ୍ୟତଃ ପାର୍ଶ୍ୱବର୍ତ୍ତୀ ଅଂଚଳରେ ବସବାସ କରିଥାନ୍ତି । ତା ଛଡ଼ା ନିଜର ବୃତ୍ତି, ଶିକ୍ଷା, ଚିକିତ୍ସା ଜମିଜମା ଖର୍ଦ୍ଦି-ବିକ୍ରୀ, ନ୍ୟାୟାଳୟ କାର‌୍ୟ୍ୟ, ଉତ୍ପାଦ ଦ୍ରବ୍ୟ ବିକ୍ରୀବଟା ଓ ବାଣିଜ୍ୟ ଆଦି ପାଇଁ ଅନେକ ଲୋକ ଦୈନିକ ସହରକୁ ଯିବା ଆସିବା କରିଥାଆନ୍ତି।

ପାର୍ଶ୍ୱବର୍ତ୍ତୀ ଅଂଚଳରେ ଉତ୍ତମ ରାସ୍ତା ତିଆରି ହେଲେ ସହରକୁ ଯିବା ଆସିବା ସୁଗମ ହେବ। ଟ୍ରାଫିକ୍ ଭିଡ଼ ଓ ଦୁର୍ଘଟଣା ଆଦି କମିବ। ତା ଛଡ଼ା ସହର ପାର୍ଶ୍ୱବର୍ତ୍ତୀ ଅଂଚଳରେ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଓ ନାଗରିକ ସେବାକେନ୍ଦ୍ର ଆଦି ବିକଶିତ ହେଲେ ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତ୍ତି ହେବ। ସହର ଉପରେ ମଧ୍ୟ ଆବାସିକ-ଚାପ କମିବ।

ତେଣୁ ବିଭିନ୍ନ ପ୍ରମୁଖ ସହରର ପାର୍ଶ୍ୱବର୍ତ୍ତୀ ଅଂଚଳମାନଙ୍କରେ ରାସ୍ତା ପ୍ରଶସ୍ତିକରଣ ସହ ବିଭିନ୍ନ ମୌଳିକ ସେବାର ଉନ୍ନତି ପାଇଁ ଏକ ୫-ବର୍ଷିଆ କାର୍ଯ୍ୟ ଯୋଜନା ଚିଠା ପ୍ରସ୍ତୁତ କରିବା ନିମନ୍ତେ ଶ୍ରୀ ମହାପାତ୍ର ପୁର୍ତ୍ତ, ଗ୍ରାମ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ଏବଂ ଜଳ ସଂପଦ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସହରକୁ ବିଭିନ୍ନ ଦିଗରୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକର ଚିହ୍ନଟ କରି ସେସବୁର ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଚିହ୍ନିତ ରାସ୍ତା ଗୁଡ଼ିକ ମଧ୍ୟରେ ଆନ୍ତଃ-ସଂଯୋଗୀକରଣ ମାଧ୍ୟମରେ ଏକ ରୋର୍ଡ ନେଟ୍-ଓ୍ୱାର୍କ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏକ ମାସ ମଧ୍ୟରେ ଏହି କାର୍ଯ୍ୟ ଯୋଜନା ତିଆରି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

ପାନୀୟ ଜଳ ଓ ନର୍ଦ୍ଦମା ପାଇପ୍, ବିଭିନ୍ନ ପ୍ରକାର କେବୁଲ ଆଦି ନିମନ୍ତେ ସହର ମଧ୍ୟସ୍ଥ ରାସ୍ତାକୁ କାଟିବା, ପ୍ରଶସ୍ତିକରଣ ନିମନ୍ତେ ଚିହ୍ନିତ ରାସ୍ତା ଓ ଛକ ସ୍ଥାନମାନଙ୍କରୁ ବିଦ୍ୟୁତ ଓ ଟେଲିଫୋନ୍ ଆଦି ଖୁଣ୍ଟ ସ୍ଥାନାନ୍ତର କରିବା ଆଦି ବିଷୟରେ ବୈଠକରେ ସବିଶେଷ ଆଲୋଚନା ହୋଇ ଏ କ୍ଷେତ୍ରରେ ରହିଥିବା ସମସ୍ୟାର ଆଶୁ ସମାଧାନ ପନ୍ଥା ନିର୍ଦ୍ଧାରଣ କରାଯାଇଥିଲା। ଭୁବନେଶ୍ୱରର ରସୁଲଗଡ଼ ଜଙ୍କ୍ସନ୍, କଳ୍ପନା ଛକ, ରବିଟକିଜ୍ ଛକ ଓ ବେହେରା ସାହି ଛକ ଆଦିର ପ୍ରଶସ୍ତିକରଣ ନିମନ୍ତେ କ୍ଷେତ୍ରସ୍ତରୀୟ ସମସ୍ୟାର ସମାଧାନ ପନ୍ଥା ନିର୍ଣ୍ଣୟ କରାଯାଇଥିଲା।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ ରାସ୍ତା ତଳେ ପାଇପ୍ ଓ କେବୁଲ ନେବା ପାଇଁ ରାସ୍ତା କାଟିବା ଅନୁମତି ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ କରୁଥିବା ବିଭାଗ ଦେବେ। ରାସ୍ତାର ଏକ ନିର୍ଦ୍ଦିଷ୍ଟ ଅଂଶରେ ପାଇପ୍ ବିଛା କାମ ସାରି ତୁରନ୍ତ ରାସ୍ତାକୁ ପୂର୍ବାବସ୍ଥାକୁ ଆଣିବା ପାଇଁ କାମ କରୁଥିବା ସଂସ୍ଥା ବା ବିଭାଗ ଦାୟୀ ରହିବେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି.ମାଥିଭାଥାନନ୍ଙ୍କ ସମେତ ସଂପୃକ୍ତ ବିଭାଗର ପ୍ରଧାନ ମୁଖ୍ୟ ଯନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

ଚୁକ୍ତିଭିତ୍ତିକ ଉଛେଦ ଦାବିରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବି ଜଣେଇଲା ଚୁକ୍ତିଭିତିକ ମହାସଙ୍ଘ

ଭୁବନେଶ୍ବର: ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ଆଜି ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘର ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ତିନିଜଣିଆ କମିଟି ମୁଖ୍ୟଶାସନ ସଚିବଙ୍କୁ ଭେଟି ଚୁକ୍ତିଭିତ୍ତିକ ମହାସଙ୍ଘକୁ ଦେଇଥିବା ପ୍ରତିଶୁତି ପୁରଣ କରିବା ପାଇଁ ଅନୁରୋଧ କରିଛନ୍ତି। ପ୍ରତିଉତ୍ତରରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟସରକାର ସକାରାତ୍ମକ ବିଚାରଧାରା ରଖିଛନ୍ତି ଏବଂ ପର‌୍ୟାୟ କ୍ରମେ ମହାସଙ୍ଘର ସମସ୍ତ ଦାବି ପୂରଣ କରାଯିବା ନିମନ୍ତେ ମୁଖ୍ୟ ଶାସନ ସଚିବ ମହାସଂଘର ନେତୃବୃନ୍ଦଙ୍କୁ ପ୍ରତିଶୃତି ଦେଇଛନ୍ତି।

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ବିରୋଧରେ ରାଜ୍ୟବ୍ୟାପି ଚାଲିଥିବା ଦସ୍ତଖତ ଅଭିଯାନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବ୍ଲକ ଠାରୁ ଜିଲା ପଯ୍ୟନ୍ତ ବିଡ଼ିଓ, ତହସିଲଦାର, ବିଇଓ,ଡିଇଓ, ଜିଲ୍ଲାପାଳ ତଥା ସମସ୍ତ ବିଧାୟକଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଉଛି। ରାଜ୍ୟ ସରକାର ଚୁକ୍ତିଭିତ୍ତିକ ମହାସଙ୍ଘର ସମସ୍ତ ଦାବି ମାନିନେବେ ବୋଲି ସଂଘ ଆଶାବ୍ୟକ୍ତ କରିଛନ୍ତି।

ଯଦି ରାଜ୍ୟ ସରକାର ଯଥାଶୀଘ୍ର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମସ୍ତ ଦାବି ନମାନନ୍ତି ତେବେ ଆସନ୍ତା ଦିନରେ ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ କାମ ବନ୍ଦ କରି ଆନ୍ଦୋଳନରେ ସାମିଲ ହେବେ ବୋଲି ଉପଦେଷ୍ଟା ପ୍ରଭାତ ମହାନ୍ତି,ସମ୍ପାଦକ କ୍ଷିତିଶ ପଣ୍ଡା,ସଙ୍ଘଠନ ସମ୍ପାଦକ ପ୍ରଶାନ୍ତ ରାଉତରାୟ ପୂର୍ଣଚଦ୍ର ଆଏଚ,ଶୁବ୍ରଜିତ ପତିହାରି,ପଞ୍ଚାନନ ଜେନା,ବିଶ୍ବଜିତ୍ ବିଶ୍ବାଳ,ରାଜେଦ୍ର ମଲିକ, ଆଦିତ୍ୟ ନାରାୟଣ ସ୍ୱାଇଁ, ଅକ୍ଷୟ ପାଢ଼ୀ ଉପସଭାପତି ପ୍ରଭାସ ଭୋଇ, ପ୍ରୀତିରଞ୍ଜନ ପ୍ରଧାନ, ଜୀବନ ମହାନ୍ତି, ,ଯୁଗ୍ମ ସମ୍ପାଦକ ଅଶୋକ ଗୌଡ଼, ତନ୍ମୟ ଜେନା, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର,ଅନିତା ବେହେରା,ଲୋଜାଳିନ ପଣ୍ଡା, ଅଳକା ମହାନ୍ତି,ରଶ୍ମି ଦାସ,ବାବୁଲ ନାୟକ, ଶିବ ଶଙ୍କର ସାହୁ ପ୍ରମୁଖ ପ୍ରେସ ବ୍ରିବୃତି ରେ କହିଛନ୍ତି

Categories
ବିଶେଷ ଖବର ରାଜ୍ୟ ଖବର

ଜୱାଦ କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ, ଜାଣନ୍ତୁ ରାଜ୍ୟ ସରକାରଙ୍କ ସହ କଣ କଲେ ଆଲୋଚନା

ଭୁବନେଶ୍ୱର: ଘୂର୍ଣ୍ଣିଝଡ ଜୱାଦ କ୍ଷୟକ୍ଷତି ଆକଳନ କରିବାକୁ ଆସିଥିବା କେନ୍ଦ୍ରୀୟ ଦଳ ଦୁଇ ଦିନିଆ କ୍ଷେତ୍ର ପରିଦର୍ଶନ ପରେ ଆଜି ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଗ୍ରାଉଣ୍ଡ ଜିରୋ ସ୍ତରରେ ପରିସ୍ଥିତି ଦେଖିବା ପରେ ସେମାନେ ଲୋକସେବା ଭବନରେ ଆୟୋଜିତ ଏହି ଉଚ୍ଚ ସ୍ତରୀୟ ବୈଠକରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ଫସଲ ଋତୁରେ ପ୍ରାରମ୍ଭିକ ମାସରେ ନିଅଣ୍ଟ ବର୍ଷା ହେତୁ ଅନେକ ଜିଲ୍ଲାରେ ବମ୍ପର ଫସଲ ହୋଇଥିଲା।

ଫସଲଗୁଡିକ ପାଚିବା ଅବସ୍ଥାରେ ଥିବା ବେଳେ ପ୍ରବଳ ବର୍ଷା ସହିତ ଓଡ଼ିଶା ଉପକୂଳ ସୃଷ୍ଟ ଏହି ଘୂର୍ଣ୍ଣିବଳୟ ବହୁ କ୍ଷତି କରିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚାଷୀଙ୍କୁ ଫସଲ ଅମଳ କରି ନିରାପଦ ସ୍ଥାନକୁ ଆଣିବା ପାଇଁ ଉପଦେଶ ଦିଆଯାଇଥିଲା। ଫଳରେ କୃଷକମାନେ ମଧ୍ୟ ଯଥାସମ୍ଭବ ଚେଷ୍ଟା କରିଥିଲେ। କିନ୍ତୁ ସମସ୍ତ ପାଚିଲା ଫସଲ ଅଳ୍ପ ସମୟ ମଧ୍ୟରେ ଅମଳ କରାଯାଇ ସଂଗ୍ରହ କରାଯାଇ ପାରିଲା ନାହିଁ।

କୃଷି ଏବଂ କୃଷକ ସଶକ୍ତିକରଣ ସଚିବ ସୁରେଶ କୁମାର ବଶିଷ୍ଟା ଆକଳନ କରିଛନ୍ତି ଯେ ଧାନ ଏବଂ ଅନ୍ୟାନ୍ୟ ପ୍ରମୁଖ ଖରିଫ ଫସଲ ବ୍ୟତୀତ ପ୍ରବଳ ବର୍ଷା ଦ୍ବାରା ବାଇଗଣ , କୋବି, ଆଳୁ, ଚିନାବାଦାମ ଏବଂ ଅନ୍ୟାନ୍ୟ ପ୍ରମୁଖ ପନିପରିବା ମଧ୍ୟ ଗୁରୁତର କ୍ଷତି ଘଟାଇଛି।

ଉନ୍ନୟନ କମିଶନର ଜେନା କହିଛନ୍ତି ଜମିରେ ଜଳ ଥିବାରୁ ଚାଷୀମାନେ ମଧ୍ୟ ରବି ଫସଲ ପାଇଁ ବିହନ ବୁଣି ପାରିବେ ନାହାଁନ୍ତି। ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି, ଫେବୃଆରୀ ମଧ୍ୟ ଭାଗରେ ତାପମାତ୍ରା ବଢୁଥିବାରୁ ବିଳମ୍ବିତ ରବି ଫସଲ ପାଇଁ ଓଡ଼ିଶାର ଜଳବାୟୁ ମଧ୍ୟ ଅନୁକୂଳ ହୋଇପାରିବ ନାହିଁ।

ବାତ୍ୟା ବର୍ଷା ଯୋଗୁଁ ତ୍ରୁଣମୂଳ ସ୍ତରରେ ଚାଷୀଙ୍କ ପାଇଁ ବହୁ କ୍ଷୟକ୍ଷତି ହୋଇଥିବା ଏହି ଦଳ ମୁଖ୍ୟ ଯୁଗ୍ମ ସଚିବ ସୌରଭ ରାୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କ୍ଷତିଗ୍ରସ୍ତ ପରିବାରମାନେ ସରକାରୀ ସହାୟତା ଏବଂ ସାହାଯ୍ୟ ଆବଶ୍ୟକ ରହିଛି।

ବୈଠକରେ ହୋଇଥିବା ଆଲୋଚନାରେ ଦର୍ଶାଯାଇଛି ଯେ ଆଖି ଦେଖା ଆକଳନ ଅନୁଯାୟୀ ବାରଟି ଜିଲ୍ଲାର ପ୍ରାୟ 131 ଟି ବ୍ଲକର 5.78 ଲକ୍ଷରୁ ଅଧିକ ହେକ୍ଟରରେ ପାଚିଲା ଫସଲ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଭଦ୍ରକ, ପୁରୀ, କଟକ, ବାଲେଶ୍ବର, କେନ୍ଦ୍ରାପଡା, କେଉଁଝର, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ଼, ଯାଜପୁର ଏବଂ ମୟୂରଭଞ୍ଜ। କ୍ଷେତ୍ର ପରିଦର୍ଶନ ସ୍ତରର ମୂଲ୍ୟାୟନ କରାଯାଉଛି ଏହା ସାତ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ବୈଠକରେ କୁହାଯାଇଛି। ଏହି ମୂଲ୍ୟାୟନ ଶେଷ ହେବା ପରେ ସବିଶେଷ କ୍ଷୟକ୍ଷତି ରିପୋର୍ଟ ଦଳକୁ ପଠାଯିବ ବୋଲି କୁହାଯାଇଛି।

ଗୃହ ବିଭାଗ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଛଅ ଜଣଆ ଦଳ ଓଡିଶାରେ ପହଞ୍ଚିବା ପରେ ପ୍ରଥମେ ସ୍ବତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନାଙ୍କ ସହ ପ୍ରାଥମିକ ଆଲୋଚନା କରିଥିଲେ। ଏହା ପରେ ତିନୋଟି ଉପ-ଦଳରେ ବିଭକ୍ତ ହୋଇ ସେମାନେ ବିଭିନ୍ନ ଜିଲ୍ଲା ପରିଦର୍ଶନ କରିଥିଲେ। ଏମାନେ ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଯାଜପୁର ଏବଂ କେନ୍ଦ୍ରାପଡା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୁରେଶ ମହାପାତ୍ର ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ବରିଷ୍ଠ ଆଇଏଏସ୍‌ ସୁରେଶ ମହାପାତ୍ର ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ ।  ପୂର୍ବରୁ ମୁଖ୍ୟ ଶାସନ ସଚିବ ଥିବା ଅସିତ ତ୍ରିପାଠୀଙ୍କ ଅବସର ପରେ ସୁରେଶ ମହାପାତ୍ରଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ଅସିତ୍‌ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ପାଇଛନ୍ତି । ଏହା ଏହା ସହ କିଛି ବିଭାଗର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦାତା ଭାବେ ମଧ୍ୟ ଦାୟିତ୍ବ ତୁଲାଇବେ ଶ୍ରୀ ତ୍ରିପାଠୀ । ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, ଶିଳ୍ପ ଓ କୃଷିବ୍ୟାପାରର ପରାମର୍ଶ ଦାୟିତ୍ବ ସମ୍ଭାଳିବେ ଶ୍ରୀ ତ୍ରିପାଠୀ ।

ସେହିପରି ପ୍ରଦୀପ ଜେନାଙ୍କୁ ଉନ୍ନୟନ କମିଶନରର ଦାୟିତ୍ବ ଦିଆଯାଇଛି । 1986 ବ୍ୟାଚର୍‌ ଆଇଏଏସ୍‌ ଅଧିକାରୀ ସୁରେଶ ମହାପାତ୍ର ପୂର୍ବରୁ ଉନ୍ନୟନ କମିଶନର ଦାୟିତ୍ବରେ ରହିଥିଲେ । 2022 ଫେବୃଆରୀ ପର୍ଯ୍ୟନ୍ତ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ରହିଛି ।

ସୂଚନାଯୋଗ୍ୟ, 1986 ବ୍ୟାଚର ଆଇଏଏସ୍ ଅସିତ୍‌ ତ୍ରିପାଠୀ 2019 ମସିହା ଅଗଷ୍ଟ 15 ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।