ସୁରେଶ ମହାପାତ୍ର ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ

Published: Dec 25, 2020, 1:12 pm IST

ଭୁବନେଶ୍ବର : ବରିଷ୍ଠ ଆଇଏଏସ୍‌ ସୁରେଶ ମହାପାତ୍ର ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ ।  ପୂର୍ବରୁ ମୁଖ୍ୟ ଶାସନ ସଚିବ ଥିବା ଅସିତ ତ୍ରିପାଠୀଙ୍କ ଅବସର ପରେ ସୁରେଶ ମହାପାତ୍ରଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ଅସିତ୍‌ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ପାଇଛନ୍ତି । ଏହା ଏହା ସହ କିଛି ବିଭାଗର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦାତା ଭାବେ ମଧ୍ୟ ଦାୟିତ୍ବ ତୁଲାଇବେ ଶ୍ରୀ ତ୍ରିପାଠୀ । ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, ଶିଳ୍ପ ଓ କୃଷିବ୍ୟାପାରର ପରାମର୍ଶ ଦାୟିତ୍ବ ସମ୍ଭାଳିବେ ଶ୍ରୀ ତ୍ରିପାଠୀ ।

ସେହିପରି ପ୍ରଦୀପ ଜେନାଙ୍କୁ ଉନ୍ନୟନ କମିଶନରର ଦାୟିତ୍ବ ଦିଆଯାଇଛି । 1986 ବ୍ୟାଚର୍‌ ଆଇଏଏସ୍‌ ଅଧିକାରୀ ସୁରେଶ ମହାପାତ୍ର ପୂର୍ବରୁ ଉନ୍ନୟନ କମିଶନର ଦାୟିତ୍ବରେ ରହିଥିଲେ । 2022 ଫେବୃଆରୀ ପର୍ଯ୍ୟନ୍ତ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ରହିଛି ।

ସୂଚନାଯୋଗ୍ୟ, 1986 ବ୍ୟାଚର ଆଇଏଏସ୍ ଅସିତ୍‌ ତ୍ରିପାଠୀ 2019 ମସିହା ଅଗଷ୍ଟ 15 ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

 

Related posts