Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନସ୍ ଜାଲରେ ଶିକ୍ଷାବିଭାଗର ମୁଖ୍ୟ କିରାଣୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜନୈକ ବ୍ୟକ୍ତିଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ରକୁ ଥଇଥାନ କରିବା ନେଇ ଶିକ୍ଷାବିଭାଗର ଜଣେ କିରାଣୀ ଲାଞ୍ଚ ନେଇ ଭିିଜିଲାନସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ବାଲିଗୁଡ଼ା ଥାନା ବାଲିଗୁଡ଼ା ନୂଆ ସାହି ତଥା ଦାରିଙ୍ଗିବାଡ଼ି ବ୍ଲକ୍ ଶିକ୍ଷାଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଚିତ୍ତରଂଜନ ସିଂହ।

ଘଟଣାରୁ ପ୍ରକାଶ ଯେ ଦାରିଙ୍ଗିବାଡ଼ି ଗୌଡ଼ ସାହିର ନିବାସୀ ଶିବ ଶଙ୍କର ପଟ୍ଟନାୟକ ତାଙ୍କ ବାପା ଶିକ୍ଷକ ସ୍ୱର୍ଗତ ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକଙ୍କ ୨୦୧୫ରେ ମୃତ୍ୟୁପରେ ଥଇଥାନ ବାବଦରେ ସେ ବିଇଓ କାର୍ଯ୍ୟାଳୟରେ ଯୋଗାଯୋଗ କରିଥିଲେ। ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଚିତ୍ତରଂଜନ ସିଂ ଥଇଥାନ କାଗଜ ପୋସେସିଂ କରିବା ପାଇଁ ଶିବଶଙ୍କରୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଶିବଶଙ୍କର ବ୍ରହ୍ମପୁର ଭିଜିଲାନସ ବିଭାଗ ସହ ଯୋଗାଯୋଗ କରିବା ପରେ ଲାଞ୍ଚୁଆ କିରାଣୀଙ୍କୁ ଧରିବା ପାଇଁ ଭିଜିଲାନସ ବିଭାଗ ପକ୍ଷରୁ ଜାଲ ବିଛାଯାଇଥିଲା। କିରାଣୀ ଚିତ୍ତରଂଜନ ଦାବି ମୁତାବକ ୫ ହଜାର ଟଙ୍କା ଧରି ଚିତ୍ତରଂଜନ ଆସି ତାଙ୍କ ଅଫିସ୍ କାର୍ଯ୍ୟାଳୟକୁ ଯାଇଥିଲେ। କିରାଣୀଙ୍କ ରୁମ୍‌ରେ କ୍ୟାମିକେଲା ବୋଳା ୫ ହଜାର ଟଙ୍କା ଚିତ୍ତରଂଜନଙ୍କୁ ପ୍ରଦାନ ପରେ ସେ ଉକ୍ତ ଟଙ୍କାକୁ ଗଣି ନିଜ ପକେଟ୍‌ରେ ରଖିବା ସମୟରେ ଭିଜିଲାନସ ଅଧିକାରୀମାନେ ତାଙ୍କ ନିକଟରେ ପହଞ୍ଚି ଯାଇ ଟଙ୍କାକୁ ପରୀକ୍ଷା କରି ଚିତ୍ତରଂଜନଙ୍କୁ ଗିରଫ କରିଥିଲେ।

ଉକ୍ତ ଟଙ୍କାକୁ ଜବତ କରାଯିବା ସହ କିରାଣୀ ଚିତ୍ତରଂଜନଙ୍କୁ କୋର୍ଟଚାଲଣ କରାଯାଇଛି। ତାଙ୍କର ବାଲିଗୁଡ଼ା ଘରେ ଅନୁସନ୍ଧାନ ଜାରି ରହିଥିବା ଭିଜିଲନସ ଏସ୍‌ପି ସୂଚନା ଦେଇଛନ୍ତି। ଏନେଇ ବ୍ରହ୍ମପୁର ଭିଜିଲାନସ କେସ ନଂ ୨୨/୨୪.୧୧.୨୦୨୦ ୟୁ/ଏସ୍ ୭ ପିସି ଆମେଣ୍ଡମେଣ୍ଟରେ ଆକ୍ଟରେ ମାମଲା ରୁଜୁ ହୋଇଛି।