Categories
ଆଜିର ଖବର ମନୋରଂଜନ

ମୁନ ଟିଭିର ନୂଆ ଚଳଚ୍ଚିତ୍ର “ଲଭ୍ ଫିଭର” ପୋଷ୍ଟର ଉନ୍ମୋଚିତ

ଭୁବନେଶ୍ବର: କୋରୋନା ଛାଟ ଭିତରେ ମୁନ ଟିଭି କରି ଚାଲିଛି ରେକର୍ଡ ପରେ ରେକର୍ଡ। ଓଲିଉଡକୁ ଦେଉଛି ଗୋଟିଏ ପରେ ଗୋଟିଏ ଫିଲ୍ମ। ଆଜି ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଦେଇଛି ଅନେକ କିଛି ଭଲ ଖବର। ଭୁବନେଶ୍ଵର ଠାରେ ଏକ ଫିଲ୍ମ ର ସୁଟିଂ ଶେଷ ଘୋଷଣା ସହ, “ଲଭ ଫିବର”ର ପୋଷ୍ଟର ରିଲିଜ୍, “ଲଭ ଇମ୍ପସିବୁଲ”ର ଅଡିଓ ରିଲିଜ଼, “ଲଭ ୪୨୦” ଓ “ତୁ ସେଇ ନୀଳ ନୟାନା” ର ଫାଷ୍ଟ ଲୁକ ରିଲିଜ଼ କରିଛି। ଏହାସହ “ପ୍ରେମ କେବେ ହାରେନା” ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ “ଲଭ୍ ଫିଭର” ର ପୋଷ୍ଟର ରିଲିଜ୍ ହୋଇଥିଲା। ଏଥିରେ ମୁଖ୍ୟ ଭୂମିକାରେ ରାଜବୀର, ବନ୍ଦନା ପରମାଣିକ, ପିଣ୍ଟୁ ନନ୍ଦ, ଅଶ୍ରୁମୋଚନ, ଅସୀତ ପତି, ପୁଷ୍ପା ପଣ୍ଡା, ସନ୍ତୋଷ ପଣ୍ଡା, ମୀନକେତନ। ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଚନ୍ଦନ ଜାନା ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ପି କୁମାର।

ପୋଷ୍ଟର ରିଲିଜ୍ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶଶୀ କୁମାର ଦାସ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ରମେଶ ବାରିକ, ପ୍ରଶାନ୍ତ ମାର୍ଥା, ପ୍ରସନ୍ନ ଦ୍ବିବେଦୀ, ଡଃ ରଜନୀରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ରଟି ଆସନ୍ତା ହୋଲି ଅବସରରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମୁନ ଟିଭିର ନୂଆ ଚଳଚ୍ଚିତ୍ର ‘ପ୍ରେମ କେବେ ହାରେନା’

ଭୁବନେଶ୍ବର: କୋରୋନା ଛାଟ ଭିତରେ ମୁନ ଟିଭି କରି ଚାଲିଛି ରେକର୍ଡ ପରେ ରେକର୍ଡ। ଓଲିଉଡକୁ ଦେଉଛି ଗୋଟିଏ ପରେ ଗୋଟିଏ ଫିଲ୍ମ। ଆଜି ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ଦେଇଛି ଅନେକ କିଛି ଭଲ ଖବର। ଭୁବନେଶ୍ଵର ଠାରେ ଏକ ଫିଲ୍ମ ର ସୁଟିଂ ଶେଷ ଘୋଷଣା ସହ, “ଲଭ ଫିବର”ର ପୋଷ୍ଟର ରିଲିଜ୍, “ଲଭ ଇମ୍ପସିବୁଲ”ର ଅଡିଓ ରିଲିଜ଼, “ଲଭ ୪୨୦ ” ଓ “ତୁ ସେଇ ନୀଳ ନୟାନା” ର ଫାଷ୍ଟ ଲୁକ ରିଲିଜ଼ କରିଛି। ଏହାସହ “ପ୍ରେମ କେବେ ହାରେନା” ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି।

ଏହିଁ ଚଳଚ୍ଚିତ୍ରର ଶୁଭମହୁରତ କୁ ଶିଳ୍ପପତି ଶଶୀକୁମାର ସାହୁ କ୍ଲାପ ଦେଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସମାଜସେବୀ ଓ କାହାଣୀକାର ଗଣେଶ ଅଗ୍ରୱାଲ, ଚଳଚ୍ଚିତ୍ରର ନିର୍ଦ୍ଦେଶନାରେ ବିନି ପଟ୍ଟନାୟକ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଚଳଚ୍ଚିତ୍ର ଓ ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ, ସଂଗୀତ ନିର୍ଦ୍ଦେଶକ ବିଜୟ କୁମାର ଓ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ। ପ୍ରଥମଥର ପାଇଁ ଡେବ୍ୟୁରେ ଯୋଡ଼ି ଭାବେ ରୋହନ ଗର୍ଗ ଓ ସସ୍ମିତା‌ ସାହୁ‌ ଓଲିଉଡ଼ରେ ପଦାର୍ପଣ କରିବେ। ରୋହନ ଏଥିପୂର୍ବରୁ “ଲଭ ଇମ୍ପସିବୁଲ”, “ରିୟଲ ଲଭ ଷ୍ଟୋରୀ” ରେ ଅଭିନୟ କରି ସାରିଛନ୍ତି।

ସେହିପରି ସସ୍ମିତା “ହାପି ଲକି” ଓ “ଓମ ସ୍ୱାହା”ରେ ଅଭିନୟ କରିସାରିଛନ୍ତି। ଏକାଥରକେ ୧୦ ଟି ଚଳଚ୍ଚିତ୍ର ଘୋଷଣା କରି ମୁନ ଟିଭି ଇତିହାସ ସୃଷ୍ଟି କରିଥିବାବେଳେ ଏଭଳି ଆଉ ଏକ ଉତ୍ସବ ଚଳଚ୍ଚିତ୍ର ସମୀକ୍ଷକଙ୍କ ମଧ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଅନ୍ୟପକ୍ଷରେ ଅଭିନେତା ରୋହନ ମୁନ ଟିଭି ରେ ଦୁଇ ବର୍ଷ ପାଇଁ ଚଳଚ୍ଚିତ୍ର କରିବାକୁ ଚୁକ୍ତି କରାଯିବା ସହ ରୋହନଙ୍କୁ ଟାଟା ସଫାରୀ ଗୋଲଡ଼ ଉପହାର ଦିଆଯାଇଥିଲା।