Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନାଭି ମୁମ୍ବାଇ ମନ୍ଦିର ବେଢ଼ାରେ ରଥଯାତ୍ରା, ଛେରାପହଁରା କଲେ ଓଡ଼ିଆ ପୁଅ

ଭୁବନେଶ୍ୱର/ମୁମ୍ବାଇ, ନାଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ କୋଭିଡ଼୍ କଟକଣାରେ ମନ୍ଦିର ବେଢ଼ାରେ ରଥରେ ପୂଜା ହୋଇଥିଲା। ଏହି ଅବସରରେ ଠାକୁରଙ୍କ ନୀତି ପୂଜା କରାଯିବା ସହ ଶ୍ରୀଜିଉଙ୍କ ନିକଟରେ ଓଡ଼ିଆ ପୁଅ ରାମ ପ୍ରସାଦ ମୁଦୁଲିଙ୍କ ଦ୍ୱାରା ଛେରା ପହଁରା କରାଯାଇଥିଲା।

ଏହି ସ୍ଥାନରେ ଠାକୁରଙ୍କୁ ଦେଖିବାକୁ ବହୁ କଟକଣା କରାଯାଇଥିଲା। କେବଳ ପାରମ୍ପରିକ ଘଂଟ ବାଦ୍ୟରେ ପୂଜା କରାଯାଇଥିଲା। ଏଥିରେ ସତ୍ୟବ୍ରତ ପଟ୍ଟନାୟକ, ରତନ ପଟ୍ଟନାୟକ, ବିଭୂତି ରଥ, ଧର୍ମାନନ୍ଦ ପଢ଼ିହାରୀ, ରଞ୍ଜନ ରାୟ, ଜଗଦିଶ ନାୟକ, ମୁଖ୍ୟ ପୂଜକ ରଞ୍ଜନ ଶତପଥି ଓ ବସନ୍ତ ପଣ୍ଡା ଆଦି ପରିଚାଳଣା କରିଥିଲେ।