Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

୬ ଚାମଚରୁ ଅଧିକ ଚିନି ଆପଣଙ୍କ ପାଇଁ ‘ବିଷ’: ବଢିଥାଏ ମୃତ୍ୟୁ ଆଶଙ୍କା

ସ୍ୱାସ୍ଥ୍ୟ ଟିପ୍ସ: ଚିନି ବିଷୟରେ କୁହାଯାଏ ଯେ ଏହାର ଅଧିକ ମାତ୍ରାରେ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦଜନକ। ତଥାପି, ଅନେକ ଲୋକ ଏହାକୁ ଅଧିକ ପରିମାଣରେ ଖାଉଥିବାର ଦେଖାଯାଏ। ଏକ ଆନ୍ତର୍ଜାତୀୟ ସମୀକ୍ଷାରୁ ଜଣାପଡିଛି ଯେ, ସୁସ୍ଥ ରହିବାକୁ ହେଲେ ଦିନରେ ୬ ଚାମଚରୁ ଅଧିକ ଚିନି ଖାଇବା ଉଚିତ୍ ନୁହେଁ। ଆମେରିକା ଏବଂ ଚୀନ୍‌ର ବୈଜ୍ଞାନିକମାନେ ଖାଦ୍ୟରେ ଅଧିକ ଚିନି ମିଶାଇ କେଉଁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ତାହା ଜାଣିବାକୁ ପାଇଛନ୍ତି। ସେମାନେ ଜାଣିବାକୁ ପାଇଲେ ଯେ, ଯେଉଁମାନେ ଅଧିକ ଚିନି ଖାଉଛନ୍ତି ସେମାନେ ଆଜ୍‌ମା, ମଧୁମେହ, ମୋଟାପଣ, ହୃଦ ରୋଗ, ଉଦାସୀନତା, କର୍କଟ ଏବଂ ଆକସ୍ମିକ ମୃତ୍ୟୁ ସମେତ ୪୫ ଟି ରୋଗର ଆଶଙ୍କାରେ ରହିପାରନ୍ତି।

ଚିନି ଏପରି ଏକ ଜିନିଷ, ଯାହାକୁ ଅଧିକ ଖାଇବା ଦ୍ୱାରା ଆପଣଙ୍କୁ ଗୁରୁତର ଅସୁସ୍ଥ ହୋଇପାରେ। କେବଳ ଏତିକି ନୁହେଁ, ଶୀଘ୍ର ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇପାରେ। ଫଳ ଏବଂ ପନିପରିବାରେ ମିଳୁଥିବା ପ୍ରାକୃତିକ ଚିନି ଆମ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ ନାହିଁ, କାରଣ ଏଥିରେ ପ୍ରାକୃତିକ ଚିନି ଏବଂ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ରହିଥାଏ। ଉଚ୍ଚ ରକ୍ତଚାପ, ହୃଦଘାତ ଏବଂ ଷ୍ଟ୍ରୋକ ଏହି ରୋଗ ମଧ୍ୟରେ ଅଛି ଯାହା ଚିନିର ଅତ୍ୟଧିକ ବ୍ୟବହାର ହେତୁ ଅଧିକ ବିପଦରେ ଥାଏ।

Categories
ଆଜିର ଖବର ରାଜ୍ୟ ଖବର

ନାକଟିଦେଉଳ କିସିଣ୍ଡା କୁଲାଡେରା ଜଙ୍ଗଲରେ ଚିକିତ୍ସା ଅଭାବରୁ ହାତୀର ମୃତ୍ୟୁ ଆଶଙ୍କା

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ବାମରା ବନଖଣ୍ଡ କିସିଣ୍ଡା କୁୁଲାଡେରା ଜଙ୍ଗଲରେ ଏକ ଅସୁସ୍ଥ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି।

ବେସରକାରୀ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନାରୁ ଯାହା ଜଣା ପଡିଛି କିଛି ଦିନ ହେଲା କୁଲାଡେରା ଜଙ୍ଗଲରେ ଏକ ଅଣ୍ଡିରା ହାତୀ ଅସୁସ୍ଥ ହୋଇପଡିଥିଲା। ହାତୀଟିର ଗୋଡରେ ଆଘାତ ଲାଗିଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି। ଅସୁସ୍ଥ ହାତୀ ପାଖକୁ ମଧ୍ୟ ବନବିଭାଗ ଯାଇଛି। ହେଲେ ତାର ଚିକିତ୍ସାରେ ବନ ବିଭାଗ ଅବହେଳା କରିଥିବାରୁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। କିଛି ଦିନ ହେଲା କେବଳ କୁଲାଡେରା ଜଙ୍ଗଲରେ ହିଁ ଅସୁସ୍ଥ ହାତୀଟି ରହିଥିଲା। ତାର ଗୋଡରେ ଆଘାତ ଲାଗିଥିବନାରୁ ସେ ବେଶି ବାଟ ଯାଇ ପାରୁ ନ ଥିଲା।

ଯାହା ସୂଚନା ଆମ ପ୍ରତିନିଧିଙ୍କୁ ମିଳିଛି ହାତୀଟିର ଗୋଡରେ ଆଘାତ ଲାଗିଥାଉ ବା କୌଣସି ରୋଗ ହୋଇଥାଉ ହାତୀଟି ଭଲ ଭାବରେ ଚଲାବୁଲା କରିପାରୁ ନ ଥିଲା। ବନବିଭାଗ ଆହତ ଥିବା ସମୟରେ ଜଙ୍ଗଲରେ ଦେଖିଛି ହେଲେ ଚିକିତ୍ସା କରିବାରେ ଅବହେଳା କରିଥିଲା। ଯଦି ହାତୀଟିର ଚିକିତ୍ସା ବନବିଭାଗ କରିଥାନ୍ତା ନିଶ୍ଚୟ ବଂଚି ଯାଇଥାନ୍ତା। କିସିଣ୍ଡା ଫରେଷ୍ଟର ଅନୁ ମାଡାମଙ୍କୁ ଫୋନ୍ କରିଥିଲେ ମଧ୍ୟ ଫୋନ୍ ସୁଇଚ୍ ଅଫ୍ ଥିବା ବେଳେ ଜନୈକ ଫରେଷ୍ଟଗାର୍ଡଙ୍କୁ ଫୋନ୍ କରିବାରୁ ସେ ଫୋନ୍ ଟି କାଟିଦେଇଥିଲେ। ଯା’ ଫଳରେ ହାତୀଟିର ମୃତ୍ୟୁକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି। ବନବିଭାଗ ଗଣ ମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେବାରେ ମଧ୍ୟ କୁଣ୍ଠା ବୋଧ କରୁଛନ୍ତି।

ଏକ ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି ଯେ, ଆଉ ଦୁଇଟି ହାତୀ ମା ଓ ଛୁଆ ମଧ୍ୟ ଅସୁସ୍ଥ ହୋଇ ସେଇ ନିକଟସ୍ଥ ଏକ ଜଙ୍ଗଲରେ ଥିବାର ଅନୁମାନ କରାଯାଉଛି। ସେ ହାତୀମାନଙ୍କୁ ଠାବ କରି ଚିକିତ୍ସା କରିବାକୁ ବନ ବିଭାଗ ଦୃଷ୍ଟିଦେବା ଜରୁରି ହୋଇପଡିଛି। ହାତୀଟି ମୃତ୍ୟୁବରଣ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏବାବଦରେ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇ ନାହିଁ।