Categories
ଅପରାଧ ଆଜିର ଖବର ଜାତୀୟ ଖବର

ଶ୍ରୀନଗର: ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ତିନି ଆତଙ୍କବାଦୀ

ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଶ୍ରୀନଗରର ରାମବାଗରେ ସୁରକ୍ଷା ବାହିନୀଙ୍କ ଗୁଳିରେ ତିନିଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସାଧାରଣ ନାଗରିକଙ୍କ ହତ୍ୟାରେ ଏହି ଆତଙ୍କବାଦୀମାନେ ସମ୍ପୃକ୍ତ ଥିଲେ। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ୍) ର ମେହେରାନ୍ ଓ ବାସିତ ବୋଲି ଜଣା ପଡିଛି। ତେବେ ପରିଚୟ ସମ୍ପର୍କରେ କୌଣସି ଅଫିସିଆଲ୍ ନିଶ୍ଚିତକରଣ ହୋଇନାହିଁ। ଅଧିକାରୀମାନେ କହିଛନ୍ତି ଯେ ଲାଲ ଚୌକ-ବିମାନବନ୍ଦର ରାସ୍ତାରେ ଥିବା ରାମବାଗ ବ୍ରିଜ ନିକଟରେ କିଛି ସମୟ ଗୁଳି ବିନିମୟରେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

ଏହାପୂର୍ବରୁ ନଭେମ୍ବର ୨୦ ତାରିଖରେ ସୁରକ୍ଷା ବାହିନୀ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ମୁଦାସିର ୱାଗେ ସମେତ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏହାପୂର୍ବରୁ ନଭେମ୍ବର ୧୭ ତାରିଖରେ ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ଦୁଇଟି ପୃଥକ ମୁକାବିଲାରେ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) କମାଣ୍ଡର ଆଫାକ ସିକନ୍ଦରଙ୍କ ସମେତ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ପ୍ରଥମ ଘଟଣା: ଟୀକା ଯୋଗୁଁ ୬୮ ବର୍ଷୀୟ ବ୍ୟକ୍ତିଙ୍କ ଗଲା ଜୀବନ

ନୂଆଦିଲ୍ଲୀ: ଟୀକା ଯୋଗୁଁ ଭାରତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହା ଦେଶର ପ୍ରଥମ ଘଟଣା, ଯାହା ଟୀକା ଯୋଗୁଁ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। କେନ୍ଦ୍ର ସରକାର ଦ୍ଵାରା ଗଠିତ କମିଟି ଏହା ଘୋଷଣା କରିଛି। ସୂଚନା ଅନୁଯାୟୀ, ୬୮ ବର୍ଷୀୟ ଜଣେ ବ୍ୟକ୍ତି ମାର୍ଚ୍ଚ ୮ ତାରିଖରେ ଟୀକା ନେଇଥିଲେ। ଯାହାପରେ ତାଙ୍କର ମୃତ୍ୟୁ ହୋଇଥିଲା।