ଶ୍ରୀନଗର: ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ତିନି ଆତଙ୍କବାଦୀ

Published: Nov 24, 2021, 7:32 pm IST

ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଶ୍ରୀନଗରର ରାମବାଗରେ ସୁରକ୍ଷା ବାହିନୀଙ୍କ ଗୁଳିରେ ତିନିଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସାଧାରଣ ନାଗରିକଙ୍କ ହତ୍ୟାରେ ଏହି ଆତଙ୍କବାଦୀମାନେ ସମ୍ପୃକ୍ତ ଥିଲେ। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ୍) ର ମେହେରାନ୍ ଓ ବାସିତ ବୋଲି ଜଣା ପଡିଛି। ତେବେ ପରିଚୟ ସମ୍ପର୍କରେ କୌଣସି ଅଫିସିଆଲ୍ ନିଶ୍ଚିତକରଣ ହୋଇନାହିଁ। ଅଧିକାରୀମାନେ କହିଛନ୍ତି ଯେ ଲାଲ ଚୌକ-ବିମାନବନ୍ଦର ରାସ୍ତାରେ ଥିବା ରାମବାଗ ବ୍ରିଜ ନିକଟରେ କିଛି ସମୟ ଗୁଳି ବିନିମୟରେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

ଏହାପୂର୍ବରୁ ନଭେମ୍ବର ୨୦ ତାରିଖରେ ସୁରକ୍ଷା ବାହିନୀ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ମୁଦାସିର ୱାଗେ ସମେତ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏହାପୂର୍ବରୁ ନଭେମ୍ବର ୧୭ ତାରିଖରେ ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ଦୁଇଟି ପୃଥକ ମୁକାବିଲାରେ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) କମାଣ୍ଡର ଆଫାକ ସିକନ୍ଦରଙ୍କ ସମେତ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ।

Related posts