Categories
ଆଞ୍ଚଳିକ

ବାଣପୁର: କେନାଲରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତ ଶରୀର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମୁକ୍ତାଦେଇପୁର ଗ୍ରାମ ନିକଟସ୍ଥ ଶାଳିଆ କେନାଲରେ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଶରୀର ଭାସୁଥିବାର ଦେଖିବାକୁ ମିଳିଛି। ମୃତକଙ୍କ ଶବ ଭାସୁଥିବାର ଗ୍ରାମବାସୀ ଦେଖିବାକୁ ପାଇଛନ୍ତି। ତେବେ ମୃତକ ଜଣକ କିଏ ଏବଂ କ’ଣ ପାଇଁ କେନାଲରେ ତାଙ୍କ ଶବ ଭାସୁଛି ତାହା ଜଣାପଡ଼ିନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ଶାଳିଆ ନଈରେ ଭାସିଯାଇ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ସୀତାରାମ ଅଗ୍ରୱାଲ

ବାଣପୁର: ଶାଳିଆ ନଈରେ ଭାସିଯାଇ ନିଖୋଜ ଥିବା ଖୋର୍ଦ୍ଧା ଜିଲ୍ଲା ମାଣିକପୁର ଗ୍ରାମର ଚରଣ ବେହେରାଙ୍କ ମୃତ ଶରୀରକୁ ଅଗ୍ନିଶମ ବାହିନୀ ଠାବ କରିଛି। ଦୀର୍ଘ ଦୁଇ ଦିନ ହେବ ଉଭୟ ବାଣପୁର ଓ ବାଲୁଗାଁ ଅଗ୍ନିଶମ ବାହିନୀ, ସ୍ଥାନୀୟ ଜନସାଧାରଣ ଏବଂ ପୋଲିସ ଅକ୍ଲାନ୍ତ ପରିଶ୍ରମ କରିଥିଲେ ସୁଦ୍ଧା ନିଖୋଜ ଚରଣଙ୍କ ପତ୍ତା ମିଳିପାରିନଥିଲା। ଶେଷରେ ଆଜି ପୂର୍ବାହ୍ନରେ ବାଣପୁର ଏବଂ ବାଲୁଗାଁ ଅଗ୍ନିଶମ ଅଧିକାରୀଙ୍କ ଦ୍ୱାରା ଗଠିତ ଟିମ ସର୍ଚ୍ଚ ଅପେରସନ କରୁଥୁବା ବେଳେ ବେଙ୍ଗରାଜପଲ୍ଲୀ ଗ୍ରାମ ନିକଟସ୍ଥ ନଦୀରୁ ଚରଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବାର ସୂଚନା ଦେଇଛନ୍ତି ଉଭୟ ଅଗ୍ନିଶମ ଅଧିକାରୀ।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୨୦ ତାରିଖ ସକାଳ ୬ ଘଟିକାରେ ଚରଣ ବେହେରା (୬୦) ଶୌଚ୍ଚ ନିମନ୍ତେ ମାଣିକପୁର ଗ୍ରାମର ଜାମୁଆ ତୁଠ (ଶାଳିଆ ନଈ) ମଧ୍ୟକୁ ଯାଇଥିବାବେଳେ ଜଳର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ସକାଳ ୭ ଘଟିକାରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ସନ୍ଧାନ ମିଳିପାରିନଥିଲା। ପରବର୍ତ୍ତୀ ସମୟରେ ବାଲୁଗାଁ ଅଗ୍ନିଶମ ବାହିନୀ, ବାଣପୁର ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କିନ୍ତୁ ଦୀର୍ଘ ୨ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଚରଣଙ୍କ ମୃତ ଦେହ ଉଦ୍ଧାର ହୋଇପାରିଛି।

Categories
ଆଜିର ଖବର ଜାତୀୟ ଖବର

୬ ବର୍ଷୀୟ ଝିଅକୁ ହତ୍ୟା ଅଭିଯୋଗ: ମୃତ ଶରୀର ମଧ୍ୟରୁ ଫୁସଫୁସ ଗାଏବ୍

କାନପୁର: ଉତ୍ତରପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୬ ବର୍ଷୀୟ ଝିଅର ମୃତ ଦେହ ଉଦ୍ଧାର କରାଯାଇଛି। ହେଲେ ସେହି ଝିଅଟିର ମୃତ ଦେହରୁ ଫୁସଫୁସ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ରାତିରେ ଝିଅଟି କିଛି ବାଣ କିଣିବା ପାଇଁ ଦୋକାନକୁ ଯାଇଥିଲା। ଫେରିବାରେ ବିଳମ୍ବ ହେବାରୁ ଘର ଲୋକ ବହୁତ ଖୋଜା ଖୋଜି କରିଥିଲେ। ପରେ ଝିଅଟିର ମୃତଦେହ କାଳୀ ମନ୍ଦିର ନିକଟ ବୁଦା ଭିତରୁ ମିଳିଥିଲା।

ଏନେଇ ଝିଅର ବାପା ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ତେବେ ଝିଅଟି କିଛି ବଣୁଆ ଜନ୍ତୁ ଦ୍ୱାରା ଶିକାର ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଏସପି (ଗ୍ରାମୀଣ) ବ୍ରିଜେଶ ଶ୍ରୀବାସ୍ତବ କହିଛନ୍ତି ଯେ ଶିଶୁର ମୃତଦେହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଏହି ଘଟଣା ଉପରେ ସବୁ ଦିଗରୁ ଘଟଣାର ତଦନ୍ତ କରାଯାଉଛି। ହତ୍ୟାକାଣ୍ଡକୁ ନେଇ ଉକ୍ତ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି। ସେଥିପାଇଁ ପୋଲିସ ପକ୍ଷରୁ ଗାଁରେ ପୋଲିସ ମୂତୟନ କରାଯାଇଛି।