Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ମେହୁଲ ଚୋକସିଙ୍କ ସପକ୍ଷରେ ରାୟ ଦେଲେ ବିଦେଶ କୋର୍ଟ, ଏବେ ଭାରତ ଆଣିବା ହେବ କଷ୍ଟକର!

ନୂଆଦିଲ୍ଲୀ: ଭାରତରେ ୧୩ ହଜାର କୋଟି ଟଙ୍କା ଠକେଇ ମାମଲାରେ ୱାଣ୍ଟେଡ୍ ହୀରା ବ୍ୟବସାୟୀ ମେହୁଲ ଚୋକସି କୋର୍ଟ ଯୁଦ୍ଧରେ ଜିତିଛନ୍ତି। ଆଣ୍ଟିଗୁଆ ଏବଂ ବାରବୁଡା ହାଇକୋର୍ଟ ଶୁକ୍ରବାର ଦିନ ମେହୁଲ ଚୋକସିଙ୍କ ସପକ୍ଷରେ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ମେହୁଲ ଚୋକସିଙ୍କୁ ଆଣ୍ଟିଗୁଆ ଏବଂ ବାରବୁଡାରୁ ବାହାର କରାଯାଇପାରିବ ନାହିଁ। ଏଭଳି ପରିସ୍ଥିତିରେ ମେହୁଲ ଚୋକସିଙ୍କୁ ଭାରତ ଆଣିବାରେ ଅସୁବିଧା ଉପୁଜିପାରେ। ତାଙ୍କ ନାଗରିକ ମକଦ୍ଦମାରେ ସେ ଯୁକ୍ତି କରିଛନ୍ତି ଯେ, ତାଙ୍କ ବିରୋଧରେ ଆଣ୍ଟିଗୁଆର ଆଟର୍ଣ୍ଣି ଜେନେରାଲ ଏବଂ ପୋଲିସ ମୁଖ୍ୟଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାର ତଦନ୍ତ କରିବାର ଦାୟିତ୍ଵ ରହିଛି।

ହାଇକୋର୍ଟରେ ମେହୁଲ ଚୋକସି କହିଛନ୍ତି ଯେ, ମେ ୨୩ ତାରିଖ ୨୦୨୧ରେ ଆଣ୍ଟିଗୁଆ ଏବଂ ବାରବୁଡାରୁ ତାଙ୍କୁ ଅପହରଣ କରିନେବା ଘଟଣାର ତଦନ୍ତ ହେବା ଉଚିତ। ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ମେହୁଲ ଚୋକସିଙ୍କୁ ଆଣ୍ଟିଗୁଆ ଏବଂ ବାରବୁଡା ସୀମାରୁ କୋର୍ଟଙ୍କ ନିର୍ଦ୍ଦେଶ ବିନା ବାହାରକୁ ନିଆଯାଇପାରିବ ନାହିଁ।

ଏହା ସହିତ କୋର୍ଟ ମଧ୍ୟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଡୋମିନିକାନ୍ ପୋଲିସ୍ ଯାଞ୍ଚ କରିବା ଉଚିତ୍ କି ଚୋକସିଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ଡୋମିନିକାକୁ ଜବରଦସ୍ତ ନିଆଯାଇଥିଲା କି ନାହିଁ?

ସିବିଆଇ କହିଛି ଯେ, ପଳାତକ ତଥା ଅପରାଧୀଙ୍କୁ ଭାରତକୁ ଅପରାଧିକ ନ୍ୟାୟ ପ୍ରକ୍ରିୟାକୁ ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବାକୁ ଦ୍ୱିଧା କରିବ ନାହିଁ। ପ୍ରକାଶ ଯେ, ଗତ ୧୫ ମାସ ମଧ୍ୟରେ ୩୦ ରୁ ଅଧିକ ବାଞ୍ଛିତ ଅପରାଧୀ ଭାରତକୁ ଫେରିଛନ୍ତି। ଫେବୃଆରୀ ୧୫ ତାରିଖ ୨୦୧୮ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଠକିବା ଅଭିଯୋଗରେ ସିବିଆଇ ମେହୁଲ ଚୋକସି ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

Categories
ବିଶେଷ ଖବର ବ୍ୟବସାୟ

ପଳାତକ ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୋକସିଙ୍କଠାରୁ କେତେ ସମ୍ପତ୍ତି ହେଲା ଜବତ? ସଂସଦରେ ସରକାର ଦେଲେ ବଡ ସୂଚନା

ନୂଆଦିଲ୍ଲୀ: ପଳାତକ ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୋକସିଙ୍କ ଠାରୁ 19,111.20 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି। କେନ୍ଦ୍ର ସରକାର ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୋଧୁରୀ କହିଛନ୍ତି ଯେ, ତିନି ଜଣ ପଳାତକ ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡ଼ିକୁ ଠକିଛନ୍ତି। ଯାହାଦ୍ୱାରା ଋଣ ନେଇଥିବା ସେହି ବ୍ୟକ୍ତିଙ୍କ ଦ୍ଵାରା ମୋଟ 22,585.83 କୋଟି ଟଙ୍କା କ୍ଷତି ହୋଇଛି।

ସେ କହିଛନ୍ତି ଯେ, ମାର୍ଚ୍ଚ 15, 2022 ସୁଦ୍ଧା 19,111.20 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧିନିୟମ ସହିତ ସଂଲଗ୍ନ କରାଯାଇଛି। 19,111.20 କୋଟି ଟଙ୍କା ମଧ୍ୟରୁ 15,113.19 କୋଟି ଟଙ୍କା ସମ୍ପତ୍ତି ଘରୋଇ କ୍ଷେତ୍ର ବ୍ୟାଙ୍କକୁ ହସ୍ତାନ୍ତର କରାଯାଇଛି। ଭାରତ ସରକାର 335.06 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ସଂଲଗ୍ନ କରିଛନ୍ତି।

ପଙ୍କଜ ଚୌଧୁରୀ କହିଛନ୍ତି ଯେ, ମାର୍ଚ୍ଚ 15, 2022 ପର୍ଯ୍ୟନ୍ତ ତିନୋଟି ମାମଲାରେ ମୋଟ ଜାଲିଆତିର 84.61 ପ୍ରତିଶତ ସଂଲଗ୍ନ ହୋଇଛି କିମ୍ବା ଜବତ କରାଯାଇଛି ଏବଂ ବ୍ୟାଙ୍କର 66.91 ପ୍ରତିଶତ କ୍ଷତି ସେମାନଙ୍କୁ ଫେରସ୍ତ କରାଯାଇଛି କିମ୍ବା ଭାରତ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ଵାରା ବ୍ୟାଙ୍କଗୁଡିକର ଏସବିଆଇ ନେତୃତ୍ୱାଧୀନ ସଂଘ ହସ୍ତାନ୍ତର କରିଥିବା ସମ୍ପତ୍ତି ବିକ୍ରୟରୁ 7,975.27 କୋଟି ଟଙ୍କା ଜବତ କରିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସରକାରୀ ବ୍ୟାଙ୍କରେ ଜମା ହେଲା ପଳାତକ ଘୋଷିତ ବ୍ୟବସାୟୀଙ୍କ ୯ ହଜାର ୩୭୧ କୋଟି ଟଙ୍କା

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୋକସିଙ୍କ ମୋଟ ୯ ହଜାର ୩୭୧ କୋଟି ଟଙ୍କାର ସମ୍ପତ୍ତିକୁ ସରକାରୀ ବ୍ୟାଙ୍କରେ ଜମା ହୋଇଯାଇଛି। ଫଳରେ ସେମାନଙ୍କ ଠକାମି ଯୋଗୁଁ ବ୍ୟାଙ୍କକୁ ହୋଇଥିବା କ୍ଷତି ଟଙ୍କାର ଭରଣ ହୋଇପାରିବ।

ଉଲ୍ଲେଖ ଯୋଗ୍ୟ ଯେ, ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୋକସି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ଧୋକା ଦେଇ ୨୨ ହଜାର ୫୮୫ କୋଟି ୮୩ ଲକ୍ଷ ଟଙ୍କା ଲୁଟିନେଇ ବିଦେଶ ଚାଲିଯାଇଥିଲେ। ଏହାପରେ କେନ୍ଦ୍ର ସରକାର ପକ୍ଷରୁ ସେହି ତିନିଜଣ ବ୍ୟବସାୟୀଙ୍କୁ ପଳାତକ ଘୋଷଣା କରାଯାଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରୟାସ ଜାରି କରାଯାଇଥିଲା।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏନେଇ ପଳାତକଙ୍କ ସମ୍ପତ୍ତି ଉପରେ ତଦନ୍ତ କରି ୧୮ ହଜାର ୧୭୦ କୋଟି ଟଙ୍କା ଜବତ କରିଥିଲା। ଯାହାର ମୂଲ୍ୟ ବ୍ୟାଙ୍କରୁ ଲୁଟିଥିବା ମୂଲ୍ୟର ୮୦.୪୫ ପ୍ରତିଶତ ଥିଲା। ଏହି ସମ୍ପତ୍ତି ମଧ୍ୟରୁ କିଛି ସମ୍ପତ୍ତି ନକଲି କମ୍ପାନୀ, ତୃତୀୟ ପକ୍ଷ, ସମ୍ପର୍କୀୟ ଏବଂ କିଛି ଟ୍ରଷ୍ଟ ନାମରେ ସେମାନେ ରଖିଥିବା ତଦନ୍ତ ସମୟରେ ଇଡି ଜାଣିପାରିଥିଲା।

ତେବେ ଇଡି ପକ୍ଷରୁ ଜବତ ହୋଇଥିବା ମୋଟ ସମ୍ପତ୍ତି ମଧ୍ୟରୁ ୯ ହଜାର ୩୭୧ କୋଟି ୧୭ ଲକ୍ଷ ଟଙ୍କା ସରକାରୀ ବ୍ୟାଙ୍କକୁ ସ୍ଥାନାନ୍ତରିତ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପଳାତକ ହୀରା ବ୍ୟବସାୟୀ ହେଲା ଗିରଫ: ସିଧା ଭାରତ ପଠାଇବା ପାଇଁ କହିଲେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି  ଡୋମିନିକାରୁ ଗିରଫ ହୋଇଛି।  ମେହୁଲକୁ ସିଧା ଭାରତକୁ ହସ୍ତାନ୍ତର କରାଯାଉ ବୋଲି ଆଣ୍ଟିଗୁଆ ଏବଂ ବାରବୁଡାର ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନେ ନିର୍ଦ୍ଦେଶ ଦେଇଛନ୍ତି। ହୀରା ବ୍ୟବସାୟୀ ଚୋକସି ୨୦୧୭ରେ ଆଣ୍ଟିଗୁଆର ନାଗରିକତା ଗ୍ରହଣ କରିଥିଲା। ଏବଂ ସେ ୨୦୧୮ରୁ ଆଣ୍ଟିଗୁଆ ଏବଂ ବାରବୁଡାରେ ରହି ଆସୁଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଚୋକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର ୫୦୦ କୋଟି ଟଙ୍କାର ଲୋନ ନେଇ ବିଦେଶ ଚାଲିଯାଇଥିଲା।