Categories
ଆଜିର ଖବର ରାଜ୍ୟ ଖବର

ମୋ’ ସରକାରରେ ସାମିଲ୍‌ ହେଲା ଆଉ ପାଞ୍ଚୋଟି ବିଭାଗ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ନବୀନ ସରକାରଙ୍କ ମୋ ସରକାରରେ ସାମିଲ୍‌ ହେଲା ଆଉ ପାଞ୍ଚୋଟି ବିଭାଗ। ଜଙ୍ଗଲ ଓ ପରିବେଶ, ସୂଚନା ଓ ଜନ ସମ୍ପର୍କ, ପର୍ଯ୍ୟଟନ, ଖେଳ ଓ ଯୁବସେବା, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ପ୍ରମୁଖକୁ ମୋ’ ସରକାରରେ ସାମିଲ୍‌ ରହିଛନ୍ତି। ଆଜି ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଏହି ସମସ୍ତ ବିଭାଗଗୁଡ଼ିକର ପରିବର୍ତ୍ତନଶୀଳ ପଦକ୍ଷେପ ପାଇଁ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ମୋ’ ସରକାରରେ 12ଟି ବିଭାଗ ସାମିଲ୍‌ ହୋଇଛି ।

ଗତ ଅକ୍ଟୋବର ଦୁଇ ତାରିଖରେ ମୋ’ ସରକାରରେ ଘୋଷଣା କରାଯାଇଥିଲା । ଏହା ଜରିଆରେ ସରକାର ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଆଣିବାକୁ ଉଦ୍ୟମ ଚଳାଇଛନ୍ତି । ମୋ ସରକାର କାର୍ଯ୍ୟକ୍ରମରେ ନାଗରିକ କୌଣସି ସେବା ପାଇଁ ସରକାରଙ୍କ ପଛରେ ଗୋଡ଼ାଇବ ନାହିଁ । ବରଂ ସରକାର ଅଭିଯୋଗକାରୀଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଉତ୍ତମ ସେବା ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ମୋ’ସରକାରରେ ସାମିଲ୍‌ ହେବ ଗ୍ରାମ୍ୟ ଉନ୍ନୟନ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 1/1: ମୋ’ ସରକାରରେ ସାମିଲ୍‌ ହେବ ଗ୍ରାମୀଣ ବିକାଶ ବିଭାଗ। ଶିକ୍ଷା କୃଷି ପରେ ଏବେ ମୋ ସରକାର ଅଧିନକୁ ଯିବ ଗ୍ରାମୀଣ ବିକାଶ ବିଭାଗ। ଫେବ୍ରୁଆରୀ ପହିଲାରୁ ଗ୍ରାମୀଣ ବିକାଶ ବିଭାଗ ମୋ ସରକାରରେ ସାମିଲ ହେବ । ଏନେଇ ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଯେଉଁ ଗାଁକୁ ରାସ୍ତା ନଥିବା, ରାସ୍ତା ସଂଯୋଗୀକରଣ କରାଯିବ। କିଛି ରାସ୍ତା ପ୍ଲାନର ପୁଣି ସଂଶୋଧନ କରାଯିବ। ବର୍ତ୍ତମାନ ସୁଦ୍ଧା ୪୩୦୦ ଅଧିକ ଗାଁକୁ ରାସ୍ତା ନାହିଁ। ତେବେ ରାସ୍ତା ନଥିବା ଗ୍ରାମର ସଂଖ୍ୟା ଅଧିକ ହୋଇପାରେ, ଏନେଇ ସମୀକ୍ଷା ଚାଲିଛି।  ଜିଲ୍ଲା ସଂଯୋଗୀକରଣ ପ୍ଲାନ ୨୦୦୩କୁ ସଂଶୋଧନ କରି ୧୦୦ରୁ ଅଧିକ ଲୋକସଂଖ୍ୟା ଥାଇ ରାସ୍ତା ନଥିଲେ, ନୂଆ ପ୍ଲାନରେ ସାମିଲ କରି ସଂଯୋଗ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ ଜେନା କହିଛନ୍ତି ।