ମୋ’ ସରକାରରେ ସାମିଲ୍‌ ହେଲା ଆଉ ପାଞ୍ଚୋଟି ବିଭାଗ

Published: Feb 29, 2020, 8:47 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ନବୀନ ସରକାରଙ୍କ ମୋ ସରକାରରେ ସାମିଲ୍‌ ହେଲା ଆଉ ପାଞ୍ଚୋଟି ବିଭାଗ। ଜଙ୍ଗଲ ଓ ପରିବେଶ, ସୂଚନା ଓ ଜନ ସମ୍ପର୍କ, ପର୍ଯ୍ୟଟନ, ଖେଳ ଓ ଯୁବସେବା, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ପ୍ରମୁଖକୁ ମୋ’ ସରକାରରେ ସାମିଲ୍‌ ରହିଛନ୍ତି। ଆଜି ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଏହି ସମସ୍ତ ବିଭାଗଗୁଡ଼ିକର ପରିବର୍ତ୍ତନଶୀଳ ପଦକ୍ଷେପ ପାଇଁ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ମୋ’ ସରକାରରେ 12ଟି ବିଭାଗ ସାମିଲ୍‌ ହୋଇଛି ।

ଗତ ଅକ୍ଟୋବର ଦୁଇ ତାରିଖରେ ମୋ’ ସରକାରରେ ଘୋଷଣା କରାଯାଇଥିଲା । ଏହା ଜରିଆରେ ସରକାର ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଆଣିବାକୁ ଉଦ୍ୟମ ଚଳାଇଛନ୍ତି । ମୋ ସରକାର କାର୍ଯ୍ୟକ୍ରମରେ ନାଗରିକ କୌଣସି ସେବା ପାଇଁ ସରକାରଙ୍କ ପଛରେ ଗୋଡ଼ାଇବ ନାହିଁ । ବରଂ ସରକାର ଅଭିଯୋଗକାରୀଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଉତ୍ତମ ସେବା ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି ।

Related posts