Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବଢିଲା ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଏବଂ କାଉନସିଲରଙ୍କ ପାରିଶ୍ରମିକ

ଭୁବନେଶ୍ବର: ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ ଓ ଭତ୍ତାରେ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ତଥା ଓଡିଶା ମ୍ୟୁନିସିପାଲ କର୍ପୋରେସନ ରୁଲ୍ସ- ୨୦୦୪ ଓ ଓଡିଶା ମ୍ୟୁନିସିପାଲିଟି ରୁଲ୍ସ-୧୯୫୩ ରେ ସଂଶୋଧନ ଆଣି ଏହି ବୃଦ୍ଧି କରାଯାଇଛି।

ମହାନଗର ନିଗମମାନଙ୍କର ମେୟରମାନେ ପୂର୍ବରୁ ପାରିତୋଷିକ ଭାବରେ ୮ ହଜାର ଟଙ୍କା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ମାସିକ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡେପୁଟି ମେୟରମାନଙ୍କ ପାରିତୋଷିକ ମାସିକ ୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ପୌର ପରିଷଦ ଅଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୫୦୦ ରୁ ୧୫ ହଜାର ଟଙ୍କାକୁ, ଉପଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୨୦୦ ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଏନ୍‌.ଏ.ସି. ଅଧ୍ୟକ୍ଷମାନଙ୍କର ମାସିକ ପାରିତୋଷିକ ୧,୦୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ଏବଂ ଉପାଧ୍ୟକ୍ଷଙ୍କ ମାସିକ ପାରିତୋଷିକ ୮୦୦ ରୁ ୭,୫୦୦ ଟଙ୍କାକୁ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ମହାନଗର ନିଗମ କର୍ପୋରେଟରମାନେ ପ୍ରତି ବୈଠକ ପାଇଁ ଭତ୍ତା ବାବଦରେ ୭,୦୦ ଟଙ୍କା ପାଉଥିବା ବେଳେ ଏବେ ଏହାକୁ ୨,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଭିନ୍ନ ପୌର ପରିଷଦ ଓ ଏନ୍‌.ଏ.ସି.ର କାଉନସିଲରଙ୍କ ଭତ୍ତା ୧୫୦ ରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏତଦ୍‌ ବ୍ୟତୀତ ମହାନଗର ନିଗମର Standing Committee ର ସଦସ୍ୟମାନଙ୍କୁ ବୈଠକ ସମୟରେ ମଧ୍ୟ ଦୈନିକ ୨୦୦ ଟଙ୍କା ଭତ୍ତା ମିଳିବ।

ପୌରାଞ୍ଚଳଗୁଡିକର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଅନୁକମ୍ପା ସହାୟତା ଲାଗୁ କରାଯିବା ବିଷୟ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ରାଶି ୨ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ସମ୍ପୂର୍ଣ୍ଣ ଓ ଆଂଶିକ ଅକ୍ଷମତା କ୍ଷେତ୍ରରେ ଯଥାକ୍ରମେ ୨ ଲକ୍ଷ ଓ ୧ ଲକ୍ଷ ଟଙ୍କା ରଖାଯାଇଛି।

ଏଥିପାଇଁ ରାଜ୍ୟ ସରକାର ୪ କୋଟି ୭୬ ଲକ୍ଷ ୫୨ ହଜାର ଟଙ୍କା ବାର୍ଷିକ ବ୍ୟୟ ବହନ କରିବେ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ମ୍ୟୁନିସିପାଲିଟି ଓ ଏନ୍‌.ଏ.ସି.ରେ ୧୬୯୬ କାଉନସିଲର ଏବଂ ମହାନଗର ନିଗମରେ ୨୪୪ଜଣ କର୍ପୋରେଟର ନିର୍ବାଚିତ ହୋଇ କାମ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରର ପ୍ରଥମ ମେୟର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର: ଆଜି ମହାନ ସମାଜସେବୀ, ଡାକ୍ତର ତଥା ଭୁବନେଶ୍ବର ପୌରାଞ୍ଚଳର ପ୍ରଥମ ମେୟର ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ  ବୟସ ହୋଇଥିଲା। ସେ ନିଜକୁ ଜନସେବାରେ ନିୟୋଜିତ ରଖିଥିଲେ।

ଡାକ୍ତରୀ ପାଶ ପରେ ସେ ଭୁବନେଶ୍ବରର ସହୀଦନଗରରେ ଚିକିତ୍ସା କରୁଥିଲେ। ସେଠାରେ ବର୍ତ୍ତମାନ ଜଗନ୍ନାଥ ସେବା ସଦନ ନାମରେ ଡାକ୍ତରଖାନା ରହିଛି। ତାଙ୍କର ଧର୍ମପତ୍ନୀ ସଂଘମିତ୍ରା ମହାପାତ୍ର ଓଡିଶାର ଜଣେ ଜଣାଶୁଣା ସାହିତ୍ୟିକ ଭାବେ ପରିଚିତ। ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ଜାତୀୟ ଖବର

MCD ରେ ମେୟର କିଏ ହେବେ?, ସ୍ପଷ୍ଟ କଲେ ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା

ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପରେ ମେୟର କିଏ ହେବେ? ଏହି ପ୍ରଶ୍ନ ଉଠିଛି। କାରଣ ଫଳାଫଳ ଦିନ ଅନେକ ବିଜେପି ନେତା କହିଛନ୍ତି ଯେ, ନିଗମର ମେୟର ସେମାନଙ୍କର ହେବେ, କିନ୍ତୁ ବର୍ତ୍ତମାନ ଏମସିଡିରେ ବିରୋଧୀ ଦଳର ଭୂମିକା ଗ୍ରହଣ କରିବ ବୋଲି ବିଜେପି କହିଛି।

ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନରେ ସେ ଏକ ଶକ୍ତିଶାଳୀ ତଥା ଦାୟିତ୍ଵପୂର୍ଣ୍ଣ ବିରୋଧୀ ଭୂମିକାରେ ରହିବେ ବୋଲି ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା କହିଛନ୍ତି। ମେୟର କିଏ ହେବେ ସେନେଇ ସେ କହିଛନ୍ତି ଯେ, ଦିଲ୍ଲୀବାସୀ ଆମକୁ ୪୦ ପ୍ରତିଶତ ଭୋଟ୍ ଦେଇଛନ୍ତି। କମ୍ ଭୋଟ୍ ବ୍ୟବଧାନରେ ଆମେ ଅନେକ ସିଟ୍ ହରାଇଲୁ। ଦିଲ୍ଲୀର ଏମସିଡିରେ ଆମ୍ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଛି। ବର୍ତ୍ତମାନ MCD ରେ ଦୁର୍ନୀତି କରିବାକୁ ଆମେ ସୁଯୋଗ ଦେବୁ ନାହିଁ।

ମେୟର ନିର୍ବାଚନରେ ​​ବିଜେପି କ’ଣ କରିବ?:

ସେ ବିରୋଧୀ ଦଳର ଭୂମିକା ଗ୍ରହଣ କରିବେ ବୋଲି ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା କହିଛନ୍ତି। ଦିଲ୍ଲୀରେ ଆମକୁ ବହୁତ ଭଲ ଶକ୍ତି ମିଳିଛି। ଆମ୍ ଆଦମୀ ପାର୍ଟି ସହ କଂଗ୍ରେସ ମିଶି ନିର୍ବାଚନ ଲଢି ଆତ୍ମସମର୍ପଣ କରିଥିଲା, ଯେଉଁ କାରଣରୁ ଏହାର ଅବସ୍ଥା ଏହିପରି ହୋଇଯାଇଥିଲା। ଆମ ଆଦମୀ ପାର୍ଟି ବିଧାନସଭାରେ କରିଥିବା ପ୍ରଦର୍ଶନ ଦୋହରାଇପାରି ନାହିଁ, ତେଣୁ ଏଭଳି ପରିସ୍ଥିତିରେ ଆମେ ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବୁ, ଆମେ ଦିଲ୍ଲୀ ବିଧାନସଭା ପାଇଁ ପ୍ରସ୍ତୁତ ହେବୁ।