Categories
ଆଞ୍ଚଳିକ

ମୋଟରସାଇକେଲ ଧକ୍କାରେ ନାବାଳକ ଗୁରୁତର, ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୁଗୁଡ଼ା ଥାନା ଅନ୍ତର୍ଗତ ପଥରବଣି ଗ୍ରାମର ରାହୁଲ ନାୟକ ନାମକ ଜଣେ ନାବାଳକ ମୋଟରସାଇକେଲ ଧକ୍କାରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି।

ଘଟଣାରୁ ପ୍ରକାଶ ଯେ, ଆହତ ରାହୁଲ ୩ୟ ଶ୍ରେଣୀର ଛାତ୍ର ଓ ସେ ଘରୁ ବାହାରି ଟିଉସନ୍ ଯିବା ସମୟରେ ଆଗ ପଟୁ ଏକ ମୋଟରସାଇକେଲ ତାକୁ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରୁ ସେ କିଛି ଦୂର ଛିଟିକି ପଡ଼ିଥିଲା। ଫଳରେ ଗୁରୁତର ଆହତ ହୋଇ ପଡ଼ିଥିଲା ବେଳେ ଅଞ୍ଚଳର ଲୋକ ମାନେ ଆମ୍ବୁଲାନ୍ସ ଯୋଗେ ତାକୁ ବୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୋଟରସାଇକେଲ ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସଦର ଥାନା ଅନ୍ତର୍ଗତ ଆମ୍ବଗଡ ଶ୍ମଶାନ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଅଟୋ ଚାଳକ ସିମାଞ୍ଚଳ ଦଳେଇଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଅଚିହ୍ନା ମୋଟରସାଇକେଲ ଆରୋହୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଟୋ ଚାଳକ ସିମାଞ୍ଚଳ ମୃଦ୍ୟୁ ପାନୀୟ ବ୍ୟବସାୟ ସାରି ନିଜ ନିଜ ଘରକୁ ଫେରୁଥିବା ବେଳେ ଉକ୍ତ ମୋଟରସାଇକେଲ ପଛପଟୁ ବଡ଼ ଜୋରରେ ପିଟି ଦେବାରୁ ଅଟୋଟି ରାସ୍ତା କଡ଼କୁ ଖସି ଯିବାରୁ ସିମାଞ୍ଚଳ ଦେହରେ ଅଟୋ କାଚ ପଶି ସେ ଗୁରୁତର ଆହତ ହୋଇ ଯାଇଥିଲେ। ଯ’ଦ୍ଵାରା ସେ ଗୁରୁତର ଆହତ ହୋଇ ବିୟୋଗ ଘଟିଛି।

ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁତର ଆହତ ମୋଟରସାଇକେଲ ଆରୋହୀ ଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।