ନୟାଗଡ଼: ନୟାଗଡ଼ ସହରର ଜଣାଶୁଣା ସମାଜସେବୀ ସ୍ବର୍ଗତ ମୋତିଲାଲ ରାମଙ୍କ ଆଜି ଦ୍ଵାଦଶହ କାର୍ଯ୍ୟ ପୁରୁଣା ସହର ଫରେଷ୍ଟ ଚେକ ଗେଟ ନିକଟସ୍ଥ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ଉପସ୍ଥିତ ବ୍ୟକ୍ତିବିଶେଷ ମାନେ ଶ୍ରୀ ରାମଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭାର ଆୟୋଜନ କରିଥିଲେ।
ଉକ୍ତ ସଭାରେ ସ୍ବର୍ଗତ ଶ୍ରୀ ରାମଙ୍କ ନୟାଗଡ଼ ସହର ପ୍ରତି ଅବଦାନ ବିଷୟରେ ଚର୍ଚ୍ଚା କରାଯାଇଥିଲା। ନୟାଗଡ଼ ସହରର ଏକାଧିକ ଧାର୍ମିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ ଶ୍ରୀ ରାମ। ମା’ ଦକ୍ଷିଣକାଳୀଙ୍କ ପରମ ଭକ୍ତ ଥିବା ଶ୍ରୀ ରାମ ଉକ୍ତ ମନ୍ଦିର ଉନ୍ନୟନ ଦିଗରେ ଏକାଧିକ କାର୍ଯ୍ୟ କରିଛନ୍ତି। ତାଙ୍କର ବିୟୋଗରେ ନୟାଗଡ଼ ଅଞ୍ଚଳର ଏକ ଉଜ୍ଜଳ ତାରକା ଅସ୍ତ ହେଲା ବୋଲି ବୁଦ୍ଧିଜୀବୀ ମାନେ କହିବା ସହ ଦୁଃଖ ପ୍ରକାଶ କରିଥିଲେ।
ସଭାଶେଷରେ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସ୍ବର୍ଗତ ଶ୍ରୀ ରାମଙ୍କ ଦୁଇ ପୁତ୍ର ଲଲିତ ରାମ, ଟବୁଲ ରାମ ଏବଂ ସମ୍ପର୍କୀୟ ମାନେ ପରିଚାଳନା କରିଥିଲେ।