Categories
ଆଜିର ଖବର ଜାତୀୟ ଖବର

ଅଯୋଧ୍ୟାରେ ପୁଅ କରୁଥିବା ଭୂମିପୂଜନ ଉତ୍ସବକୁ ଟିଭିରେ ସିଧାପ୍ରସାରଣ ଦେଖିଲେ ମୋଦିଙ୍କ ମା ହୀରାବେନ

ଅହମଦାବାଦ୍, ଅଯୋଧ୍ୟାରେ ଏକ ଭବ୍ୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜାନ ଉତ୍ସବରେ ଯୋଗ ଦେବା ବେଳେ ତାଙ୍କ ମା ଘରେ ଟିଭିରେ ତାଙ୍କୁ ଦେଖଉଥିଲେ। ମୋଦି ପ୍ରଥମେ ଯେତେବେଳେ ହନୁମାନ ମନ୍ଦିରରେ ପୂଜା ଅର୍ଚ୍ଚନା କଲେ ସେତେବେଳେ ତାଙ୍କ ମା ହୀରାବେନ୍ ହାତ ଯୋଡି ନମସ୍କାର ମାରୁଥିଲେ। ସେହିପରି ମୋଦି ଭୂମିପୂଜନ କରିବାଠାରୁ ଆରମ୍ଭ କରି ଭାଷଣ ଦେବା ପର୍ଯ୍ୟନ୍ତ ତାଙ୍କ ମା ସିଧାପ୍ରସାରଣ ଦେଖୁଥିଲେ।

ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ତାହା ଭାଇରାଲ ହେବାରେ ଲାଗିଛି।