Categories
ଆଜିର ଖବର ଜାତୀୟ ଖବର ଧର୍ମ

ପ୍ରଥମ ନେଟୱର୍କ ଭାବେ କେଦାରନାଥ ଧାମ ପଦଯାତ୍ରା ମାର୍ଗରେ ମୋବାଇଲ ସଂଯୋଗ କଲା ଜିଓ

ଡେରାଡୁନ/ଭୁବନେଶ୍ୱର: କେଦାରନାଥ ଧାମ ମନ୍ଦିରର ପାଦଚଲା ଯାତ୍ରା ମାର୍ଗରେ ମୋବାଇଲ ଯୋଗାଯୋଗ ପ୍ରଦାନ କରିବାରେ ରିଲାଏନ୍ସ ଜିଓ ପ୍ରଥମ ଅପରେଟର ହୋଇଛି। ଜିଓ ଦ୍ୱାରା ଗୌରୀକୁଣ୍ଡ ଏବଂ କେଦାରନାଥ ଧାମ ମଧ୍ୟରେ ସମୁଦାୟ ୫ଟି ଟାୱାର ସ୍ଥାପନ କରାଯିବ। କମ୍ପାନି ଅନୁଯାୟୀ, ଛୋଟି ଲିଂଚୋଲି, ଲିଂଚୋଲି ଏବଂ ରୁଦ୍ରପଏଂଟରେ ତିନିଟି ଟାୱାର ସ୍ଥାପନ କରାଯାଇ ସାରିଛି। ଅନ୍ୟ ଦୁଇଟି ଟାୱାର ମଧ୍ୟ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେ।

ଜିଓ କେବଳ ୪ଜି ନେଟୱର୍କ ଚଳାଉଥିବାରୁ ଯାତ୍ରା ସମୟରେ ଲୋକମାନେ ସମଗ୍ର ଯାତ୍ରାମାର୍ଗରେ ୪ଜି କଭରେଜ୍ ସୁବିଧା ପାଇବେ। ଉଲ୍ଲେଖଯୋଗ୍ୟ ଯେ କେଦାରନାଥ ମନ୍ଦିର ପଥଚାରୀ ମାର୍ଗରେ କୌଣସି ଅପରେଟରଙ୍କର ମୋବାଇଲ ସେବା ନଥିବା କାରଣରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ବଦ୍ରିନାଥ କେଦାରନାଥ ମନ୍ଦିର କମିଟିର ଚେୟାରମ୍ୟାନ ଅଜୟ ଅଜେନ୍ଦ୍ର ଏବଂ ସିଇଓ ବି ଡି ସିଂହ ଆନୁଷ୍ଠାନିକ ଭାବେ ଏହି ସେବା ଆରମ୍ଭ ଘୋଷଣା କରିଛନ୍ତି। କେଦାରନାଥ ପଥଚାରୀ ମାର୍ଗରେ ଜିଓର ମୋବାଇଲ ସଂଯୋଗ ଆରମ୍ଭକୁ ଚେୟାରମ୍ୟାନ ଅଜୟ ଅଜେନ୍ଦ୍ର ଏକ ଆଶ୍ୱସ୍ତିଭରା ଖବର ବୋଲି କହିଛନ୍ତି। ସେ ଆଶା ପ୍ରକଟ କରିଛନ୍ତି ଯେ ବର୍ତମାନ ଜରୁରୀ ପରିସ୍ଥିତିରେ ପ୍ରଶାସନ ଶୀଘ୍ର ସହାୟତା ଯୋଗାଇ ଦେବ।

ରିଲାଏନ୍ସ ଜିଓ ସୋନପ୍ରୟାଗ ପରି ଏକ ଗୁରୁତ୍ୱପୂର୍ଣ୍ଣ ରହଣୀ ସ୍ଥଳରେ ଏକ ପୂର୍ଣ୍ଣ କ୍ଷମତା ବିଶିଷ୍ଟ ଟାୱାର ସ୍ଥାପନ କରିଛି। ଟ୍ରାଫିକ ବଢ଼ିବା ସମୟରେ ଏହି ଟାୱାର ନେଟୱର୍କର ଅତିରିକ୍ତ ଭାର ବହନ କରିବା କ୍ଷମତା ରଖିଛି। ଫଳରେ ଯଦି ମୋବାଇଲ ଟ୍ରାଫିକ ବୃଦ୍ଧି ହୁଏ ତା’ହେଲେ ମଧ୍ୟ ଏହା ସ୍ୱାଭାବିକ ଭାବେ କାର୍ଯ୍ୟ କରିବ। ଚାରଧାମ ଯାତ୍ରାରେ ନେଟୱର୍କ କଭରେଜ ବୃଦ୍ଧି କରିବାକୁ ଜିଓ ଦ୍ୱାରା ୧୦ଟି ଅତିରିକ୍ତ ସମାଧାନ ମଧ୍ୟ ସ୍ଥାପନ କରାଯାଉଛି । ଯାହାଦ୍ୱାରା ସ୍ଥାନୀୟ ଲୋକ ଏବଂ ଅନ୍ୟ ରାଜ୍ୟରୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କୁ ନେଟୱର୍କ ସମ୍ବନ୍ଧୀୟ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

କୋଭିଡ କାରଣରୁ ଦୁଇବର୍ଷ ପରେ ଆରମ୍ଭ ହୋଇଥିବା ଚାରଧାମ୍ ଯାତ୍ରାରେ ରେକର୍ଡ ସଂଖ୍ୟକ ଯାତ୍ରୀ ଚଳିତ ବର୍ଷ ଦେବଭୂମି ଉତରାଖଣ୍ଡକୁ ଆସୁଛନ୍ତି। ଏଭଳି ସ୍ଥିତିରେ ଯାତ୍ରା ମାର୍ଗରେ ବ୍ୟାପକ ୪ଜି ନେଟୱର୍କର ଉପଲବ୍ଧତା ଆଶ୍ୱସ୍ତି ଆଣି ଦେଇଛି। ଉତରାଖଣ୍ଡରେ ରିଲାଏନ୍ସ ଜିଓ ଏକମାତ୍ର ନେଟୱର୍କ ଯାହା ଚାରିଟି ଧାମ ସମେତ ଶ୍ରୀ ହେମକୁଣ୍ଡ ସାହିବରେ ଉପଲବ୍ଧ ହେଉଛି। ଚାରଧାମକୁ ମୋବାଇଲ ନେଟୱର୍କ ଓ ଫାଇବର କେବୁଲ ସହିତ ସଂଯୋଗ କରିବାରେ ଜିଓ ହେଉଛି ଏକମାତ୍ର ଅପରେଟର।