ଆଉ ନୁହେଁ ସିମ୍ ପ୍ଲାଇ: ମୋବାଇଲ ସଂଯୋଗକୁ ବିଚ୍ଛିନ୍ନ କରିବା ଦୂରସଂଚାର ବିଭାଗର ଲକ୍ଷ୍ୟ

Published: May 23, 2024, 8:36 pm IST

ନୂଆଦିଲ୍ଲୀ: ଦୂରସଂଚାର ବିଭାଗ (ଡିଓଟି) ଅବୈଧ, ଅନାବଶ୍ୟକ କିମ୍ବା ନକଲି / ଜାଲି ପରିଚୟ ପତ୍ର ପ୍ରମାଣ (ପିଓଆଇ) ଏବଂ ଜାଲି ଠିକଣାର ପ୍ରମାଣ ପତ୍ର (ପିଓଏ) କେୱାଇସି ଦସ୍ତାବିଜ ବ୍ୟବହାର କରି ନିଆଯାଇଥିବା ପ୍ରାୟ ୬.୮୦ ଲକ୍ଷ ସନ୍ଦିଗ୍ଧ ମୋବାଇଲ ସଂଯୋଗକୁ ଚିହ୍ନଟ କରିଛି।

ମୁଖ୍ୟାଂଶ:

୧. ସନ୍ଦିଗ୍ଧ ଜାଲି ସଂଯୋଗ ଚିହ୍ନଟ – ଉନ୍ନତ ଏଆଇ – ପରିଚାଳିତ ବିଶ୍ଳେଷଣ ମାଧ୍ୟମରେ, ଦୂରସଂଚାର ବିଭାଗ ପ୍ରାୟ ୬.୮୦ ଲକ୍ଷ ମୋବାଇଲ ୍ ସଂଯୋଗକୁ ସମ୍ଭାବ୍ୟ ଜାଲିଆତି ଉଦ୍ଦେଶ୍ୟରେ ନିଆଯାଇଥିବା ସନ୍ଦେହରେ ଚିହ୍ନଟ କରିଛି । ପିଓଆଇ/ ପିଓଏ କେୱାଇସି ଦସ୍ତାବିଜର ସନ୍ଦେହଜନକ ସତ୍ୟତା ଏହିସବୁ ମୋବାଇଲ ସଂଯୋଗ ପାଇବା ପାଇଁ ନକଲି ଦସ୍ତାବିଜ୍ ବ୍ୟବହାର କରା ଯାଇଥିବାକୁ ସୂଚାଇ ଦେଇଥାଏ।

୨. ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ – ଏହି ଚିହ୍ନଟ ହୋଇଥିବା ମୋବାଇଲ ୍ ନମ୍ବର ଗୁଡ଼ିକର ତୁରନ୍ତ ପୁନଃ ଯାଞ୍ଚ କରିବାକୁ ଟିଏସ୍‌ପିଙ୍କୁ ଦୂରସଂଚାର ବିଭାଗ ନିର୍ଦ୍ଦେଶ ଦେଇଛି। ସମସ୍ତ ଟିଏସପିଙ୍କୁ ୬୦ ଦିନ ମଧ୍ୟରେ ଚିହ୍ନଟ କରାଯାଇଥିବା ସଂଯୋଗ ପୁନଃ ଯାଞ୍ଚ କରିବାକୁ ବାଧ୍ୟତାମୂଳକ କରାଯାଇଛି। ପୁନଃ ଯାଞ୍ଚ ସମ୍ପୂର୍ଣ୍ଣ ନ ହେଲେ ସମ୍ପୃକ୍ତ ମୋବାଇଲ ନମ୍ବର ବିଚ୍ଛିନ୍ନ ହୋଇଯିବ।

୩. ମିଳିତ ପ୍ରୟାସ ଫଳାଫଳ ଦେଇଥାଏ: ପରିଚୟ ଜାଲିଆତିର ମୁକାବିଲା କ୍ଷେତ୍ରରେ ସମନ୍ୱିତ ଡିଜିଟାଲ ପ୍ଲାଟଫର୍ମର ଫଳପ୍ରଦତା ପ୍ରଦର୍ଶନ କରି ଏହି ଜାଲିଆତି ସଂଯୋଗକୁ ଚିହ୍ନଟ କରିବାରେ ବିଭିନ୍ନ କ୍ଷେତ୍ର ଏବଂ ଏଆଇ ଟେକ୍ନୋଲୋଜିର ଉପଯୋଗ ମଧ୍ୟରେ ସହଯୋଗ ଗୁରୁତ୍ୱପୂର୍ଣ୍ଣ ହୋଇଛି।

ମୋବାଇଲ ସଂଯୋଗର ଅଖଣ୍ଡତା ଏବଂ ଡିଜିଟାଲ୍ କାରବାରର ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ପୁନଃ ଯାଞ୍ଚ କରିବାକୁ ଦୂରସଂଚାର ବିଭାଗ କହିଛି। ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଡିଜିଟାଲ ପରିବେଶ ସୃଷ୍ଟି କରିବାକୁ ଦୂରସଂଚାର ବିଭାଗ ପ୍ରତିଶ୍ରୁତିବଦ୍ଧ।

Related posts