Categories
ଆଜିର ଖବର ରାଜ୍ୟ ଖବର

ବହୁ କଷ୍ଟରେ ଢାକାରୁ ଆସି ଭୁବନେଶ୍ବରରେ ପହଁଚିଲା ଓଡିଆ ମହିଳାଙ୍କ ପାର୍ଥିବ ଶରୀର

ଭୁବନେଶ୍ବର:-ବାଙ୍ଗାଲାଦେଶରେ କାର୍ଯ୍ୟରତ ଥିବା ଜଣେ ମହିଳାଙ୍କ ମୃତ ଶରୀର ଆଜି  ଭୁବନେଶ୍ବରର ବିମାନ ବନ୍ଦରରେ ପହଁଚିଛି। ଭୁବନେଶ୍ବରର ପ୍ରଜ୍ଞା ବେହେରା ବାଙ୍ଗଲାଦେଶସ୍ଥିତ ଖାଦ୍ୟ ଏବଂ କୃଷି ସଂଗଠନ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ଦୁର୍ଭାଗ୍ୟ ବଶତଃ ଗତ ନଭେମ୍ବର ୧୯ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ତାଙ୍କର ପାର୍ଥିବ ଶରୀରକୁ ଓଡିଶା ସ୍ଥାନାନ୍ତର କରିବାରେ ଅସୁବିଧା ଦେଖାଦେଇଥିଲା। ଢାକାରେ ଥିବା ସଂପୃକ୍ତ ମହିଳାଙ୍କ ସ୍ବାମୀ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଏ ସମ୍ପର୍କରେ ‘ଓଡିଶା ମୋ ପରିବାର’ ତରଫରୁ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ଅବଗତ କରାଯାଇ ସହଯୋଗ ଲୋଡାଯାଇଥିଲା। ସସ୍ମିତ ବାଙ୍ଗଲାଦେଶସ୍ଥିତ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ଯୋଗାଯୋଗ କରି ସମସ୍ୟାର ସମାଧାନ କ୍ଷେତ୍ରରେ ତାଙ୍କର ସହାୟତା ଲୋଡିଥିଲେ।

ପରେ ସଂପୃକ୍ତ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସମସ୍ତ ପ୍ରକାରର ବୈଧାନିକ ଓୌପଚାରିକତା ସମାପ୍ତ କରାଯାଇ ପାର୍ଥିବ ଶରୀରକୁ ଭୁବନେଶ୍ବର ସ୍ଥାନାନ୍ତର କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଆଜି ଅପରାହ୍ନ ୧.୩୦ରେ ସାଗର କୁମାର ପତ୍ନୀଙ୍କ ପାର୍ଥିବ ଶରୀର ସହ ଭୁବନେଶ୍ବର ସ୍ଥିତ ବିମାନ ବନ୍ଦରରେ ପହଞ୍ଚିଥିଲେ।

Categories
ଆଞ୍ଚଳିକ

ମୋ ପରିବାର ପକ୍ଷରୁ ଚାରାବଣ୍ଟନ କାର୍ଯ୍ୟକ୍ରମ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସକାଳୁ ବ୍ରଜନଗର ସ୍ଥିତ ମୋ ପରିବାର ଜିଲ୍ଲା ସଂଯୋଜକ ତଥା ରାଜ୍ୟ ସଂପାଦକ ସୁବାସ ମହାରଣାଙ୍କ ତତ୍ତ୍ୱାବଧାନରେ ଓ ସାହି ବାସିନ୍ଧାଙ୍କ ସହଯୋଗରେ ରେଡ଼ିଓ ଷ୍ଟେସନର ବିଭିନ୍ନ ଗଳି ରାସ୍ତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହ ସାହି ବାସିନ୍ଧାଙ୍କୁ ବେଲ, ଅଁଳା, ଡ଼ାଳିମ୍ବ, ନିମ ଗଛ ଚାରା ବଣ୍ଟନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ମମତା ବିଷୋୟୀ, ବିଜୟ ସାମଲ, ମୁକୁନ୍ଦ ଗୌଡ଼, ସଂଜୟ ଜେନା, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ତ୍ରିପାଠୀ, କୈଳାସ ପଟ୍ଟନାୟକ, ପ୍ରଭାକର ମହାନ୍ତି, ଏଙ୍କଟି ରେଡ଼ି, ସବିତା ବେହେରା, ମମାନି ପାଣି, ବାବୁ ରେଡ଼ିଙ୍କ ସମେତ ସାହିବାସି ଯୋଗ ଦେଇଥିଲେ। ଏହାପରେ ଭାବାନଗର ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟରେ ହିଂଜିଳିକାଟୁ ଅଜୁ ମହାରଣାଙ୍କ ନେତୃତ୍ୱରେ ହିଂଜିଳିବାସୀଙ୍କ ଦ୍ୱାରା ସୁବାସ ମହାରଣା, କୈଳାସ ରଣା ଏବଂ ସଂଘମିତ୍ରା ଦଳେଇଙ୍କୁ ନୂତନ ପଦବୀ ପାଇଁ ସମ୍ବର୍ଦ୍ଧନା କରାଯାଇଥିଲା।

Categories
ଆଞ୍ଚଳିକ

ମୋ ପରିବାର ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସଂପ୍ରତି କରୋନା ମହାମାରୀ ଲାଗି ରାଜ୍ୟରେ ସୃଷ୍ଟି ହୋଇଥିବା ରକ୍ତ ଅଭାବ ଦୂର କରବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱେଚ୍ଚାକୃତ ରକ୍ତଦାନ ସକାଶେ ଆହ୍ୱାନ ଦେଇଛନ୍ତି। ବ୍ରହ୍ମପୁର ସରକାରୀ ରକ୍ତଭଣ୍ଡାରରେ ଗଚ୍ଛିତ ରକ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିବା ପରେ ଓଡ଼ିଶା ମୋ ପରିବାର ତରଫରୁ ଏମ୍‌କେସିଜି ମେଡ଼ିକାଲ୍ ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ଯେତେ ଦିନ ପର୍ଯ୍ୟନ୍ତ ରକ୍ତର ଅଭାବ ଦୂର ହେବ ନାହିଁ ସେତେ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। କୋଭିଡ଼ ନିର୍ଦ୍ଦେଶାବଳୀ ପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷା କରି ପ୍ରତ୍ୟକ୍ଷ ଅନୁଷ୍ଠିତ ହେବାକୁ ଥିବା ଏହି ରକ୍ତଦାନ ଶିବିରକୁ ପ୍ରତ୍ୟେକ ଦିନ ଉତ୍ସାହୀ ଯୁବକମାନେ ଆସି ରକ୍ତଦାନ କରିବାକୁ ବିଧାୟକ ବିକ୍ରମ ପଣ୍ଡା ନିବେଦନ କରିଛନ୍ତି। ଆଜି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

Categories
ଆଞ୍ଚଳିକ

ମୋ ପରିବାର ତରଫରୁ ପ୍ରବାସୀ ଶ୍ରମିକଙ୍କୁ ସହାୟତା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ହଳଦିଆପଦର ନିକଟସ୍ଥ ନୂଆ ବସ୍‌ଷ୍ଟାଣ୍ଡ ଆଗକୁ ହାଇୱେଠାରେ ଓଡ଼ିଶା ମୋ ପରିବାର ପକ୍ଷରୁ କନଭେନର ଅରୁପ ପଟ୍ଟନାୟକଙ୍କ ନେତୃତ୍ୱରେ ଟ୍ରକ, ବସ୍‌ରେ ଆସୁଥିବା ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଆଜିକୁ ମିଶାଇ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ପଞ୍ଚମ ଦିନରେ ପହଞ୍ଚିଛି । ବ୍ରେଡ଼୍ ବିସ୍କୁଟ, କଦଳୀ, ମୁଢ଼ି ଓ ପାଣିବୋତଲ ମିଶାଇ ପ୍ରାୟ ୩୦୦ଗୋଟି ପ୍ୟାକେଟ୍ କରାଯାଇ ବସ୍‌ଟ୍ରକ ଯୋଗେ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକମାନଙ୍କୁ ଦିଆଯାଇଥିଲା ।

ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ସଙ୍ଗଠିତ ଏହି କାର୍ଯ୍ୟକ୍ରମରେ ମହାନଗର ବିଜେଡ଼ି ସଭାପତି ବିଜୟ ଚନ୍ଦ୍ର ସାମଲ, ମହିଳା ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳେଇ, ନଳିନୀକାନ୍ତ ଦେବଦର୍ଶି, ଅଜିତ ପଣ୍ଡା, ଗିରିଜା ଶଙ୍କର ଶତପଥୀ, ତେଜେଶ୍ୱର ସ୍ୱାମୀ, ତାପସ କୁମାର ସାହୁ, ଶୀକାନ୍ତ ସାବତ, ଚିତ୍ରସେନ ମହାପାତ୍ର, ନେତାଜୀ କୁମାର ପାତ୍ର, ସୁନିଲ ପଣ୍ଡା ଏବଂ ଏମ୍‌. ନାଗେଶ୍ୱର ରାଓଙ୍କ ସହ ଦଳର ଅନ୍ୟ କର୍ମକର୍ତ୍ତାମାନେ ରହି ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।