ମୋ ପରିବାର ତରଫରୁ ପ୍ରବାସୀ ଶ୍ରମିକଙ୍କୁ ସହାୟତା

Published: Jun 2, 2020, 9:29 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ହଳଦିଆପଦର ନିକଟସ୍ଥ ନୂଆ ବସ୍‌ଷ୍ଟାଣ୍ଡ ଆଗକୁ ହାଇୱେଠାରେ ଓଡ଼ିଶା ମୋ ପରିବାର ପକ୍ଷରୁ କନଭେନର ଅରୁପ ପଟ୍ଟନାୟକଙ୍କ ନେତୃତ୍ୱରେ ଟ୍ରକ, ବସ୍‌ରେ ଆସୁଥିବା ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଆଜିକୁ ମିଶାଇ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ପଞ୍ଚମ ଦିନରେ ପହଞ୍ଚିଛି । ବ୍ରେଡ଼୍ ବିସ୍କୁଟ, କଦଳୀ, ମୁଢ଼ି ଓ ପାଣିବୋତଲ ମିଶାଇ ପ୍ରାୟ ୩୦୦ଗୋଟି ପ୍ୟାକେଟ୍ କରାଯାଇ ବସ୍‌ଟ୍ରକ ଯୋଗେ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକମାନଙ୍କୁ ଦିଆଯାଇଥିଲା ।

ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ସଙ୍ଗଠିତ ଏହି କାର୍ଯ୍ୟକ୍ରମରେ ମହାନଗର ବିଜେଡ଼ି ସଭାପତି ବିଜୟ ଚନ୍ଦ୍ର ସାମଲ, ମହିଳା ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳେଇ, ନଳିନୀକାନ୍ତ ଦେବଦର୍ଶି, ଅଜିତ ପଣ୍ଡା, ଗିରିଜା ଶଙ୍କର ଶତପଥୀ, ତେଜେଶ୍ୱର ସ୍ୱାମୀ, ତାପସ କୁମାର ସାହୁ, ଶୀକାନ୍ତ ସାବତ, ଚିତ୍ରସେନ ମହାପାତ୍ର, ନେତାଜୀ କୁମାର ପାତ୍ର, ସୁନିଲ ପଣ୍ଡା ଏବଂ ଏମ୍‌. ନାଗେଶ୍ୱର ରାଓଙ୍କ ସହ ଦଳର ଅନ୍ୟ କର୍ମକର୍ତ୍ତାମାନେ ରହି ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Related posts