Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ରାସ୍ତା କଡକୁ ଖସିଲା ମୋ ବସ, ୧୨ ଯାତ୍ରୀ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀ ପାଖରେ ମୋ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୋ ବସ ଟି ରାସ୍ତାକଡ଼ ନାଳକୁ ଖସିପଡ଼ିଛି। ଯାହାଫଳରେ ୨୦ ଜଣ ଯାତ୍ରୀ ଆହତ ହେବା ସହ ୧୨ ଯାତ୍ରୀ ଗୁରୁତର ଥିବା ଜଣାପଡିଛି।

ସୂଚନା ଅନୁଯାୟୀ ମୋ ବସଟି ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଉଥିଲା। ଖୋର୍ଦ୍ଧା ପିତାପଲ୍ଲି ବ୍ରିଜ ତଳ ସର୍ଭିସ୍ ରାସ୍ତାରେ ମୋ ବସ ଦୃତ ଗତିରେ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ଅଟୋ ଆସୁଥିଲା। ତେବେ ବସର ବେଗ ଅଧିକ ଥିବାରୁ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡ଼ିଥିବା କୁହାଯାଉଛି।

ଦୁର୍ଘଟଣାର ଶିକାର ହୋଇଥିବା ଆହତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ମାନଙ୍କ ମଧ୍ୟରୁ ୬ ଗୁରୁତର ଯାତ୍ରୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଖବର ପାଇ ଶିଳ୍ପାଞ୍ଚଳ ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଖୋର୍ଦ୍ଧା ଚିକିତ୍ସାଳୟରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଦୁର୍ଘଟଣା ଘଟାଇ ମୋ ବସ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆଜିଠାରୁ ଭୁବନେଶ୍ବରରୁ ଦୁଇଟି ନୂଆ ରୁଟରେ ଚାଲିବ ମୋ ବସ

ଭୁବନେଶ୍ବର: ଆଜିଠାରୁ ଦୁଇଟି ନୂଆ ରୁଟରେ ଚାଲିବ ମୋ ବସ। ସେ ନେଇ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନସପୋର୍ଟ ବା କ୍ରୁଟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ 5 ତାରିଖ ବା ଆଜିଠାରୁ ଏହି ଦୁଇଟି ରୁଟରେ ଚାଲିବ ମୋ ବସ ଏକ୍ସପ୍ରେସ ସେବ।

ତେବେ ଯେଉଁ ଦୁଇଟି ରୁଟରେ ଏହି ମୋ ବସ ଚାଲିବା ପାଇଁ ନିଷ୍ପତି ହୋଇଛି ତାହା ହେଲା ଗୋଟିଏ ଭୁବନେଶ୍ବର ଏୟାରପୋର୍ଟରୁ ଯିବ କଟକ। ସେହିପରି ଅନ୍ୟ ବସଟି ଭୁବନେଶ୍ବର ଏୟାର ପୋର୍ଟରୁ ଯିବ ପୁରୀ। ଏହା ପୁରୀ ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ଓହ୍ଲାଇବ। ଖୁବ ଶିଘ୍ର ଆଉ ତିନୋଟି ନୂଆ ରୁଟରେ ବସ ଚଳାଚଳ ପାଇଁ ଘୋଷଣା ହେବ ବୋଲି କ୍ରୁଟ ତରଫରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

Breaking News: ଚାଲୁଥିବା ବେଳେ ହୁତୁହୁତୁ ହୋଇ ଜଳିଗଲା ମୋ ବସ

ମୋ ବସରେ ନିଆଁ: ଆଜି ସକାଳେ ମୋ ବସ ଚାଲୁଥିବା ବେଳେ ହଠାତ ନିଆଁ ଲାଗିଗଲା। ଫଳରେ ଡ୍ରାଇଭର ରାସ୍ତା କଡକୁ ବସ ଆଣିବା ପରେ ପୁରା ବସଟି ଜଳିଗଲା। ସେତେବେଳେକୁ ସବୁ ଯାତ୍ରୀ ତଳକୁ ଓହ୍ଲାଇ ପଡିଥିଲେ। ଫଳରେ ଏକ ବଡ ଦୁର୍ଘଟଣାରୁ ସମସ୍ତେ ବର୍ତ୍ତିଗଲେ।

ଘଟଣାରୁ ଜଣାପଡିଛି ଯେ, ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ରାଉରକେଲାରୁ ବେଦବ୍ୟାସ ଯାଉଥିଲା ମୋ ବସ।  ସେତେବେଳେ ବସ୍‌ରେ ୮ରୁ ୧୦ ଜଣ ଯାତ୍ରୀ ଥିଲେ।ତେବେ ବସଟି ଟିସିଆଇ ଛକ ନିକଟରେ ପହଞ୍ଚିବା ବେଳେ ଏଥିରେ ନିଆଁ ଲାଗି ଯାଇଥିଲା।

ଇଞ୍ଜିନ ପାଖରୁ ଧୂଆଁ ବାହାରୁଥିବା ଦେଖି ପ୍ରଥମେ ଯାତ୍ରୀମାନେ  ଡ୍ରାଇଭରଙ୍କୁ ଜଣାଇଥିଲେ। ଡ୍ରାଇଭର ସଙ୍ଗେ ସଙ୍ଗେ ବସକୁ ରାସ୍ତାକଡ଼କୁ ନେଇ ଯାଇଥିଲେ। ତା’ପରେ ବସ୍ କର୍ମଚାରୀ ଓ ଯାତ୍ରୀମାନେ ବସରୁ ଓହ୍ଲାଇ ଯାଇଥିଲେ। ଏହାପରେ ବସଟି ହୁତୁହୁତୁ ହୋଇ ଜଳିଯାଇଥିଲା। ତେବେ ଏହାର କାରଣ କଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ।