ଖୋର୍ଦ୍ଧା: ରାସ୍ତା କଡକୁ ଖସିଲା ମୋ ବସ, ୧୨ ଯାତ୍ରୀ ଗୁରୁତର

Published: Apr 6, 2024, 6:08 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀ ପାଖରେ ମୋ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୋ ବସ ଟି ରାସ୍ତାକଡ଼ ନାଳକୁ ଖସିପଡ଼ିଛି। ଯାହାଫଳରେ ୨୦ ଜଣ ଯାତ୍ରୀ ଆହତ ହେବା ସହ ୧୨ ଯାତ୍ରୀ ଗୁରୁତର ଥିବା ଜଣାପଡିଛି।

ସୂଚନା ଅନୁଯାୟୀ ମୋ ବସଟି ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଉଥିଲା। ଖୋର୍ଦ୍ଧା ପିତାପଲ୍ଲି ବ୍ରିଜ ତଳ ସର୍ଭିସ୍ ରାସ୍ତାରେ ମୋ ବସ ଦୃତ ଗତିରେ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ଅଟୋ ଆସୁଥିଲା। ତେବେ ବସର ବେଗ ଅଧିକ ଥିବାରୁ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡ଼ିଥିବା କୁହାଯାଉଛି।

ଦୁର୍ଘଟଣାର ଶିକାର ହୋଇଥିବା ଆହତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ମାନଙ୍କ ମଧ୍ୟରୁ ୬ ଗୁରୁତର ଯାତ୍ରୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଖବର ପାଇ ଶିଳ୍ପାଞ୍ଚଳ ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଖୋର୍ଦ୍ଧା ଚିକିତ୍ସାଳୟରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଦୁର୍ଘଟଣା ଘଟାଇ ମୋ ବସ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Related posts