Categories
ଆଜିର ଖବର ଜାତୀୟ ଖବର

ହିମାଚଳ ପ୍ରଦେଶରେ ବନ୍ୟା ପରିସ୍ଥିତି, ୭୪ ମୃତ, NHAI ର ୧୦୦୦ କୋଟି କ୍ଷତି

ଶିମଲା: ହିମାଚଳ ପ୍ରଦେଶରେ ମୌସୁମୀ ବର୍ଷା ଅନେକ କ୍ଷତି ଘଟାଇଛି। ଗୁରୁବାର ଦିନ ପ୍ରବଳ ବର୍ଷା ଓ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୭୪ କୁ ବୃଦ୍ଧି ପାଇଛି। ଉଦ୍ଧାରକାରୀ ଦଳ ଶିମଲାର ଏକ ଶିବ ମନ୍ଦିରର ଆବର୍ଜନାରୁ ଆଉ ଏକ ମୃତଦେହ ବାହାର କରିଥିବାବେଳେ ଚାମ୍ବାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଶିମଲାରେ ତିନୋଟି ବଡ ଭୂସ୍ଖଳନ ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି, ସେଥିମଧ୍ୟରୁ ସମର ହିଲରେ ଥିବା ଶିବ ମନ୍ଦିରରେ ଜଣଙ୍କର ମୃତ୍ୟୁ ହୋଇଛି।

୫୫ ଦିନ ମଧ୍ୟରେ ରାଜ୍ୟରେ ୧୧୩ ଟି ଭୂସ୍ଖଳନ ଘଟିଛି:

ମୌସୁମୀ ଆରମ୍ଭ ହେବାର ୫୫ ଦିନ ମଧ୍ୟରେ ରାଜ୍ୟରେ ୧୧୩ ଟି ଭୂସ୍ଖଳନ ଘଟିଛି, ଯାହା ଦ୍ଵାରା ପିଡବ୍ଲ୍ୟୁଡି କୁ ୨ ହଜାର ୪୯୧ କୋଟି ଟଙ୍କା ଏବଂ ଜାତୀୟ ରାଜପଥ ପ୍ରାଧିକରଣ (NHAI) କୁ ୧୦୦୦ କୋଟି ଟଙ୍କା କ୍ଷତି ଘଟିଛି। ହିମାଚଳ ପ୍ରଦେଶର ବନ୍ୟା ଯୋଗୁଁ ଶିମଲାର ସମର ହିଲରେ ରେଳ ଟ୍ରାକର ଏକ ଅଂଶ ଧୋଇ ହୋଇଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ସାରା ଓଡିଶାରେ ମୌସୁମୀ ବାୟୁ ପ୍ରବେଶ କରି ନାହିଁ। ହେଲେ ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ବେଶ ସକ୍ରିୟ ରହିଛି। ଫଳରେ ମୌସୁମୀ ଅଗ୍ରସର ପାଇଁ ବାଟ ଫିଟାଉଛି ଏହି ପ୍ରାକ-ମୌସୁମୀ ବର୍ଷା।

ଏହା ଦ୍ବାରା ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଯାହାର ପରିମାଣ ୭ ରୁ ୧୧ ସେମି ମଧ୍ୟରେ ରହିବ। ସେହିପରି କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ଯାହା ୧୧ ରୁ ୨୦ ସେମି ହେବାର ସମ୍ଭାବନା ରହିଛି। ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଅନ୍ୟ ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ ଅନୁକୂଳ ହେବ।