Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ୧୦୭ ମ୍ୟୁନିସିପାଲିଟି ଅଧ୍ୟକ୍ଷ ସଂରକ୍ଷଣ ବିଜ୍ଞପ୍ତି

ଭୁବନେଶ୍ବର: ଆଜି ରାଜ୍ୟର ୧୦୭ ଟି ମ୍ୟୁନିସିପାଲିଟି ଅଧ୍ୟକ୍ଷ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ବର୍ଗଙ୍କ ପାଇଁ ୪୨ ଟି ଆସନ ସରଂକ୍ଷିତ ହୋଇଥିବା ବେଳେ ସାଧାରଣ ବର୍ଗର ମହିଳାଙ୍କ ପାଇଁ ୪୦, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୯, ଅନୁସୂଚିତ ଜାତିର ୮, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୫, ଅନୁସୂଚିତ ଜନଜାତି ପାଇଁ ୩ ଟି ଆସନ ସଂରକ୍ଷିତ ହୋଇଛି।