Categories
ବିଶେଷ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୂର୍ବତଟ ରେଳପଥରେ ଯାତୟାତ କରୁଥିବା ଏହିସବୁ ଟ୍ରେନଗୁଡିକ ହେବ ପ୍ରଭାବିତ

ଭୁବନେଶ୍ବର: ପଶ୍ଚିମ ବଙ୍ଗର ଖଡ଼ଗ୍ପୁର ରେଳମଣ୍ଡଳ ଅନ୍ତର୍ଗତ ହିଜଲି ଷ୍ଟେସନ୍ ଠାରେ 1 ରୁ 4 ଫେବୃଆରୀ, 2022 ପର୍ଯ୍ୟନ୍ତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥରୁ ଛାଡୁଥିବା /ଆସୁଥିବା ଏବଂ ଏହା ମଧ୍ୟଦେଇ ଯାତୟାତ କରୁଥିବା କିଛି ଟ୍ରେନ ନିମ୍ନମତେ ପ୍ରଭାବିତ ପ୍ରଭାବିତ ହେବ :

ବାତିଲ ହେବାକୁ ଥିବା ଟ୍ରେନ :

01. 12821/12822 ଶାଲିମାର-ପୁରୀ-ଶାଲିମାର ଧଉଳୀ ଏକ୍ସପ୍ରେସ 1 ରୁ 4 ଫେବୃଆରୀ, 2022 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ହୋଇ ରହିବ।

02. 12073/12074 ହାଓଡ଼ା-ଭୁବନେଶ୍ୱର-ହାଓଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ 1 ରୁ 4 ଫେବୃଆରୀ, 2022 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ହୋଇ ରହିବ।

03. 18037/08038 ଯାଜପୁର କେନ୍ଦୁଝର ରୋଡ଼-ଖଡ଼ଗ୍ପୁର-ଯାଜପୁର କେନ୍ଦୁଝର ରୋଡ଼ ଏକ୍ସପ୍ରେସ ଯାଜପୁର କେନ୍ଦୁଝର ରୋଡ଼ ଠାରୁ 31 ଜାନୁୟାରୀରୁ 3 ଫେବୃଆରୀ, 2022 ପର୍ଯ୍ୟନ୍ତ ଏବଂ ଖଡ଼ଗ୍ପୁରରୁ 1 ରୁ 5 ଫେବୃଆରୀ 2022 ପର୍ଯ୍ୟନ୍ତ ବାତିଲ ହୋଇ ରହିବ।

04. 18045/18046 ଶାଲିମାର-ହାଇଦ୍ରାବାଦ-ଶାଲିମାର ଇଷ୍ଟକୋଷ୍ଟ ଏକ୍ସପ୍ରେସ ଶାଲିମାର ଠାରୁ 1 ରୁ 4 ଫେବୃଆରୀ ପର୍ଯ୍ୟନ୍ତ ଏବଂ ହାଇଦ୍ରାବାଦରୁ 31 ଜାନୁୟାରୀରୁ 3 ଫେବୃଆରୀ 2022 ପର୍ଯ୍ୟନ୍ତ ବାତିଲ ହୋଇ ରହିବ।

05. 22853/22854 ଶାଲିମାର-ବିଶାଖାପାଟନମ୍-ଶାଲିମାର ଏକ୍ସପ୍ରେସ 1 ଫେବୃଆରୀ ଦିନ ଶାଲିମାରରୁ ଏବଂ 2 ଫେବୃଆରୀ 2022 ଦିନ ବିଶାଖାପାଟନମରୁ ବାତିଲ ହୋଇ ରହିବ।

06. 12881/12882 ଶାଲିମାର-ପୁରୀ-ଶାଲିମାର ଏକ୍ସପ୍ରେସ ଶାଲିମାର ଠାରୁ 01 ଏବଂ 3 ଫେବୃଆରୀ ଦିନ ଏବଂ ପୁରୀ ଠାରୁ 31 ଜାନୁୟାରୀ ଏବଂ 2 ଫେବୃଆରୀ 2022 ଦିନ ପୁରୀରୁ ବାତିଲ ହୋଇ ରହିବ।

07. 12245/12246 ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ଏକ୍ସପ୍ରେସ ହାଓଡ଼ା ଠାରୁ 01 & 5 ଫେବୃଆରୀ ଦିନ ଏବଂ ଯଶୋବନ୍ତପୁର ଠାରୁ 31 ଜାନୁଆରୀ ଏବଂ 3 ଫେବୃଆରୀ 2022 ଦିନ ବାତିଲ ରହିବ।

08. 22835/22836 ଶାଲିମାର-ପୁରୀ-ଶାଲିମାର ଏକ୍ସପ୍ରେସ ଶାଲିମାର ଠାରୁ 2 ଫେବୃଆରୀ ଦିନ ଏବଂ ପୁରୀ ଠାରୁ 1 ଫେବୃଆରୀ 2022 ଦିନ ବାତିଲ ରହିବ।

09. 08011/08012 ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ 3 ଫେବୃଆରୀରେ ଭଞ୍ଜପୁରରୁ ଏବଂ 4 ଫେବୃଆରୀ 2022 ରେ ପୁରୀରୁ ବାତିଲ ରହିବ।

10. 22874/22873 ବିଶାଖାପାଟନମ୍-ଦିଘା-ବିଶାଖାପାଟନମ୍ ଏକ୍ସପ୍ରେସ 3 ଫେବୃଆରୀରେ ବିଶାଖାପାଟନମରୁ ଏବଂ 4 ଫେବୃଆରୀ, 2022 ରେ ଦିଘା ଠାରୁ ବାତିଲ ହୋଇ ରହିବ।

11. 12895/12896 ଶାଲିମାର-ପୁରୀ-ଶାଲିମାର ଏକ୍ସପ୍ରେସ 4 ଫେବୃଆରୀରେ ଶାଲିମାରରୁ ଏବଂ 3 ଫେବୃଆରୀ, 2022 ରେ ପୁରୀରୁ ବାତିଲ ହୋଇ ରହିବ।

12. 22605/22606 ପୁରୁଲିଆ – ଭିଲୁପୁରମ୍-ପୁରୁଲିଆ ଏକ୍ସପ୍ରେସ 4 ଫେବୃଆରୀରେ ପୁରୁଲିଆରୁ ଏବଂ 2 ଫେବୃଆରୀ, 2022 ରେ ଭିଲୁପୁରମରୁ ବାତିଲ ହୋଇ ରହିବ।

ଆଂଶିକ ବାତିଲ୍ ହେଉଥିବା ଟ୍ରେନ:

ଖଡ଼ଗ୍ପୁର ଏବଂ ବାଙ୍ଗାଲୋର ରଲମଣ୍ଡଳ ଠାରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣକୁ ଦୃଷ୍ଟିରେ ରଖି ଫଲକନୁମା ଏକ୍ସପ୍ରେସ ଏବଂ ପ୍ରଶାନ୍ତି ଏକ୍ସପ୍ରେସକୁ ଆଂଶିକ ବାତିଲ କରାଯିବାକୁ ଏବଂ ପୁରୀ-ଯଶୋବନ୍ତପୁର ଏକ୍ସପ୍ରେସ କୁ ପରିବର୍ତ୍ତିତ ମାର୍ଗରେ ନିମ୍ନଲିଖିତ ଅନୁଯାୟୀ ଚଳାଚଳ କରାଯିବାକୁ ନିଷ୍ପତି ନିଆଯାଇଅଛି …

01. ହାଓଡ଼ା ଠାରୁ 1, 2 ଏବଂ 4 ଫେବୃଆରୀ 2022 ଦିନ ଛାଡିବାକୁ ଥିବା 12703 ହାଓଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଯାତ୍ରା ପ୍ରାରମ୍ଭ କରିବ ଏବଂ ହାଓଡ଼ା ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ ରହିବ।

02. ସିକନ୍ଦରାବାଦ ଠାରୁ 31 ଜାନୁୟାରୀ ଏବଂ 1 ଏବଂ 3 ଫେବୃଆରୀ, 2022 ଦିନ ଛାଡିବାକୁ ଥିବା 12704 ସିକନ୍ଦରାବାଦ-ହାଓଡ଼ା ଫଲକନୁମା ଏକ୍ସପ୍ରେସ ସିକନ୍ଦରାବାଦ ଓ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ ଏବଂ ଭୁବନେଶ୍ୱରରୁ ହାଓଡ଼ା ପର୍ଯ୍ୟନ୍ତ ବାତିଲ ରହିବ।

03. ଭୁବନେଶ୍ୱର ଠାରୁ 3 ରୁ 6 ଫେବୃଆରୀ, 2022 ପର୍ଯ୍ୟନ୍ତ ଛାଡ଼ିବାକୁଥିବା 18463 ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ ସତ୍ୟ ସାଇ ପ୍ରଶାନ୍ତି ନିଳୟମ (ଏସଏସପିଏନ) ପର୍ଯ୍ୟନ୍ତ ଚାଲିବ ଏବଂ ଏସଏସପିଏନରୁ ବାଙ୍ଗାଲୋର ପର୍ଯ୍ୟନ୍ତ ବାତିଲ ହୋଇ ରହିବ।

04. ବାଙ୍ଗାଲୋରରୁ 4 ରୁ 7 ଫେବୃଆରୀ 2022 ପର୍ଯ୍ୟନ୍ତ ଛାଡ଼ିବାକୁଥିବା 18464 ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ବାଙ୍ଗାଲୋର ବଦଳରେ ଏସଏସପିଏନରୁ ଭୁବନେଶ୍ୱରକୁ ଯାତ୍ରା ପ୍ରାରମ୍ଭ କରିବ ଏବଂ ବାଙ୍ଗାଲୋରରୁ ଏସଏସପିଏନ ପର୍ଯ୍ୟନ୍ତ ବାତିଲ ହୋଇ ରହିବ।

ଟ୍ରେନର ମାର୍ଗ ପରିବର୍ତ୍ତନ:

4 ଫେବୃଆରୀରେ ପୁରୀରୁ ଏବଂ 5 ଫେବୃଆରୀ 2022 ରେ ୟେସନ୍ତପୁରରୁ ଛାଡିବାକୁ ଥିବା 22883/22884 ପୁରୀ-ଯଶୋବନ୍ତପୁର-ପୁରୀ ଏକ୍ସପ୍ରେସ ଏହାର ନିର୍ଧାରିତ ମାର୍ଗ ପରିବର୍ତ୍ତେ ଯଶୋବନ୍ତନ୍ତପୁର- ବାଙ୍ଗାରାପେଟ – ଜୋଲାରପେଟାଇ – ରେନିଗୁଣ୍ଟା – ଗୁଡ଼ୁର – ବିଜୟୱାଡା ମାର୍ଗରେ ଉଭୟ ପାର୍ଶ୍ୱରୁ ଚଳାଚଳ କରିବ ଏବଂ ଏହା ୟେଲହଙ୍କା, ହିନ୍ଦୁପୁର, ଧର୍ମାଭରମ, ଅନନ୍ତପୁର, ଧୋନ, ମାରକାପୁର ରୋଡ଼, ନରସାରାଓପେଟ ଏବଂ ଗୁଣ୍ଟୁର ଷ୍ଟେସନ ମାନଙ୍କଠାରେ ରହଣି କରିବ ନାହିଁ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଏଣିକି ଏହି ଭୁଲ କଲେ ଷ୍ଟେସନକୁ ମିଳିବନି ଏଣ୍ଟ୍ରି, ରେଳବାଇ ଜାରି କଲା ମାର୍ଗଦର୍ଶିକା

ନୂଆଦିଲ୍ଲୀ: କରୋନାର ବିପର୍ଯ୍ୟୟ ପୁଣି ଥରେ ଦେଶରେ ହଇଚଇ ସୃଷ୍ଟି କରୁଛି। ଏବଂ ପ୍ରାୟ ସମସ୍ତ ରାଜ୍ୟରେ କରୋନା ମାମଲାର ମୁକାବିଲା ପାଇଁ ପ୍ରତିବନ୍ଧକ ଏବଂ କଡାକଡି ନିୟମ ଲାଗୁ କରୁଛନ୍ତି। କୋଭିଡର ପୁନର୍ବାର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ମଧ୍ୟ କିଛି ନିୟମ ଜାରି କରିଛି।

ସମ୍ପ୍ରତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶର ବିଭିନ୍ନ ରେଳ ଜୋନର ବରିଷ୍ଠ ଅଧିକାରୀମାନଙ୍କୁ ସମସ୍ତ ରେଳ ଷ୍ଟେସନରେ କୋଭିଡ ପ୍ରୋଟୋକଲକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣ ଏହା ମଧ୍ୟ ଜାଣିବା ଉଚିତ ଯେ, କେଉଁ ନିୟମ ଅନୁସରଣ କରିବା ଆବଶ୍ୟକ, ଅନ୍ୟଥା ଆପଣ ରେଳ ଷ୍ଟେସନରେ ପ୍ରବେଶ କରିବାକୁ ସମର୍ଥ ହେବେ ନାହିଁ।

ମାସ୍କ ପିନ୍ଧିବା ବାଧ୍ୟତାମୂଳକ:

ଯଦି ଆପଣ ମାସ୍କ ପିନ୍ଧି ନାହିଁ, ତେବେ ଆପଣ ରେଳ ଷ୍ଟେସନ ଭିତରେ ପ୍ରବେଶ କରିପାରିବେ ନାହିଁ। କିଛି ସମୟ ପୂର୍ବରୁ, ଏହି ନିୟମ ଉପରେ ସାମାନ୍ୟ ଆଶ୍ବସ୍ତି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ରେଳ ଷ୍ଟେସନରେ ଏବଂ ଯାତ୍ରା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଷ୍ଟେସନରେ ମାସ୍କ ଲଗାଇବା, ବାରମ୍ବାର ହାତ ଧୋଇବା ଏବଂ ଅନ୍ୟାନ୍ୟ ପରିଷ୍କାର ପରିଚ୍ଛନ୍ନତା ନିୟମ ସହିତ ଯାତ୍ରୀମାନଙ୍କୁ ସତର୍କ କରିବା ପାଇଁ ରେଳବାଇ ଦ୍ଵାରା ମଧ୍ୟ ପଦକ୍ଷେପ ନିଆଯାଉଛି।

ସାଧାରଣ ଲୋକଙ୍କ ପାଇଁ ରେଳ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ ସୁବିଧା ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିବାକୁ ରେଳ ଅଧିକାରୀମାନଙ୍କୁ ଅଶ୍ୱିନୀ ବୈଷ୍ଣବ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ରେଳ ମନ୍ତ୍ରୀଙ୍କ ସହ କୋଭିଡ ଅବଧିରେ ରେଳ ପ୍ରସ୍ତୁତି ସମ୍ପର୍କିତ ବୈଠକରେ ରେଳ ବୋର୍ଡର ଚେୟାରମ୍ୟାନ୍, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି.କେ ତ୍ରିପାଠୀ, ରେଳ ମନ୍ତ୍ରଣାଳୟର ଅଧିକାରୀ ତଥା ବରିଷ୍ଠ ଜୋନାଲ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି।

ଏହା ସ୍ପଷ୍ଟ ଯେ, ରେଳ ଷ୍ଟେସନରେ ମାସ୍କ ନ ଲଗାଇ ବର୍ତ୍ତମାନ ଯାତ୍ରୀମାନେ ପ୍ରବେଶ କରିପାରିବେ ନାହିଁ। ରେଳ କର୍ମଚାରୀ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀମାନେ ସେମାନଙ୍କ ହାତକୁ ପରିଷ୍କାର କରିବା ପାଇଁ ଏବଂ ଷ୍ଟେସନରେ ଅନାବଶ୍ୟକ ଭିଡ଼କୁ ଅନୁମତି ନଦେବା ପାଇଁ ଷ୍ଟେସନରେ ପ୍ରସ୍ତୁତ ରହିବେ।

Categories
ଆଜିର ଖବର ଜାତୀୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ସାତ ଦିନ ପାଇଁ ପ୍ରତ୍ୟହ ଛଅ ଘଣ୍ଟା ପାଇଁ ବନ୍ଦ ରହିବ ରେଳବାଇ ସଂରକ୍ଷଣ ପ୍ରଣାଳୀ

ନୂଆଦିଲ୍ଲୀ: ଯାତ୍ରୀ ସେବାକୁ ସ୍ୱାଭାବିକ କରିବା ଏବଂ କୋଭିଡ୍ ପୂର୍ବ ସେବାକୁ ପର୍ଯ୍ୟାୟକ୍ରମେ ଫେରାଇବା ପାଇଁ ରେଳବାଇର ପ୍ରୟାସର ଏକ ଅଂଶ ଭାବରେ ରେଳବାଇର ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା (PRS) ର ବ୍ୟବସାୟ ସମୟ ମଧ୍ୟରେ ପ୍ରତ୍ୟହ ଛଅ ଘଣ୍ଟା ପାଇଁ ସାତ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ଏହା ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ତଥ୍ୟର ଅପଗ୍ରେଡେସନ୍ ଏବଂ ନୂତନ ଟ୍ରେନ୍ ନମ୍ବରର ଅପଡେଟ୍ ଇତ୍ୟାଦି ସଠିକ କରିବା। ଯେହେତୁ ସମସ୍ତ ନିୟମିତ ମେଲ୍ /ଏକ୍ସପ୍ରେସ ଟ୍ରେନ ସହିତ ବହୁତ ଗୁଡିଏ ପୁରୁଣା ଟ୍ରେନ୍ ନମ୍ବର ଓ ବିଶେଷ ଟ୍ରେନ ଇତ୍ୟାଦିକୁ ସଂଯୋଗ କରାଇବା ଏବଂ ବର୍ତ୍ତମାନର ଯାତ୍ରୀ ବୁକିଂ ଡାଟା ଅପଡେଟ୍ କରାଇବା କାର୍ଯ୍ୟ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥାରେ ପର୍ଯ୍ୟାୟ କ୍ରମେ ସମ୍ପାଦନ କରିବାର ଯୋଜନା କରାଯାଇଛି ସେଠି ପାଇଁ ଟିକେଟ୍ ବୁକିଂ ସେବାଗୁଡିକର ପ୍ରଭାବକୁ ନିର୍ଭୁଲ କରିବା ପାଇଁ ଯତ୍ନର ସହିତ କ୍ରମାଙ୍କନ କରିବା ଇତ୍ୟାଦିକୁ ରାତି ସମୟରେ କାର୍ଯ୍ୟକାରୀ କରାଯାଏ।

ଏହି କାର୍ଯ୍ୟକଳାପ ୧୪ ଏବଂ ୧୫ ନଭେମ୍ବରର ମଧ୍ୟବର୍ତ୍ତୀ ରାତିରୁ ୨୦ ଏବଂ ୨୧ ନଭେମ୍ବର ରାତି ୧୧ଘ.୩୦ମି.ରୁ ଆରମ୍ଭ ହୋଇ ଭୋର ୦୫ଘ.୩୦ମି. ମଧ୍ୟରେ ଶେଷ କରାଯିବ।

ଏହି ଛଅ ଘଣ୍ଟା ମଧ୍ୟରେ (ରାତି ୧୧ଘ.୩୦ମି.ରୁ ଆରମ୍ଭ ହୋଇ ଭୋର ୦୫ଘ.୩୦ମି.) କୌଣସି ଯାତ୍ରୀ ସଂରକ୍ଷଣ ପ୍ରଣାଳୀ ସେବା (ଟିକେଟ୍ ସଂରକ୍ଷଣ, ସାମ୍ପ୍ରତିକ ବୁକିଂ, ବାତିଲ୍, ଅନୁସନ୍ଧାନ ସେବା ଇତ୍ୟାଦି) ଉପଲବ୍ଧ ହେବ ନାହିଁ।

ପ୍ରଭାବିତ ସମୟ ମଧ୍ୟରେ ରେଳ କର୍ମଚାରୀମାନେ ଟ୍ରେନ୍ ଆରମ୍ଭ କରିବା ପାଇଁ ଅଗ୍ରୀମ ଚାର୍ଟିଂ ନିଶ୍ଚିତ କରିବେ। ଯାତ୍ରୀ ସଂରକ୍ଷଣ ପ୍ରଣାଳୀ ସେବା ବ୍ୟତୀତ, ୧୩୯ ସେବା ସହିତ ଅନ୍ୟ ସମସ୍ତ ଅନୁସନ୍ଧାନ ସେବା ନିରବଚ୍ଛିନ୍ନ ଭାବରେ ଜାରି ରହିବ।

ବର୍ତ୍ତମାନ ଟ୍ରେନ୍ ନମ୍ବର ଜିରୋ (ଶୂନ) ସହିତ ଆରମ୍ଭ ହେବ ନାହିଁ ଯାହାକି ବିଶେଷ ଟ୍ରେନ ମାନଙ୍କ ମୂଳ ନମ୍ବରରୁ ଆରମ୍ଭ କରାଯାଉଥିଲା। ସ୍ୱତନ୍ତ୍ର ଟ୍ରେନ୍ ନମ୍ବରକୁ ନିୟମିତ ଟ୍ରେନ୍ ନମ୍ବରରେ ରୂପାନ୍ତର ପ୍ରକ୍ରିୟା CRIS ଦ୍ୱାରା ଆରମ୍ଭ ହୋଇସାରିଛି ଏବଂ ଆସନ୍ତା ସାତ ଦିନ ମଧ୍ୟରେ ଏହା ଶେଷ ହେବ ବୋଲି ଆଶା କରାଯାଉଛି।

ଯାତ୍ରୀ ସେବାକୁ ସ୍ୱାଭାବିକ ତଥା ନବୀକରଣ କରିବାକୁ ପ୍ରୟାସରେ ରେଳବାଇର ସମ୍ମାନିତ ଗ୍ରାହକମାନେ ରେଳବାଇକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।