Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୂର୍ବତଟ ରେଳପଥରେ ଯାତୟାତ କରୁଥିବା ଏହିସବୁ ଟ୍ରେନଗୁଡିକ ହେବ ପ୍ରଭାବିତ
ବିଶେଷ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୂର୍ବତଟ ରେଳପଥରେ ଯାତୟାତ କରୁଥିବା ଏହିସବୁ ଟ୍ରେନଗୁଡିକ ହେବ ପ୍ରଭାବିତ

January 29, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପଶ୍ଚିମ ବଙ୍ଗର ଖଡ଼ଗ୍ପୁର ରେଳମଣ୍ଡଳ ଅନ୍ତର୍ଗତ ହିଜଲି ଷ୍ଟେସନ୍ ଠାରେ 1 ରୁ 4 ଫେବୃଆରୀ, 2022 ପର୍ଯ୍ୟନ୍ତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥରୁ ଛାଡୁଥିବା /ଆସୁଥିବା ଏବଂ ଏହା ମଧ୍ୟଦେଇ ଯାତୟାତ କରୁଥିବା କିଛି ଟ୍ରେନ ନିମ୍ନମତେ ପ୍ରଭାବିତ ପ୍ରଭାବିତ ହେବ :

ବାତିଲ ହେବାକୁ ଥିବା ଟ୍ରେନ :

01. 12821/12822 ଶାଲିମାର-ପୁରୀ-ଶାଲିମାର ଧଉଳୀ ଏକ୍ସପ୍ରେସ 1 ରୁ 4 ଫେବୃଆରୀ, 2022 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ହୋଇ ରହିବ।

02. 12073/12074 ହାଓଡ଼ା-ଭୁବନେଶ୍ୱର-ହାଓଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ 1 ରୁ 4 ଫେବୃଆରୀ, 2022 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ହୋଇ ରହିବ।

03. 18037/08038 ଯାଜପୁର କେନ୍ଦୁଝର ରୋଡ଼-ଖଡ଼ଗ୍ପୁର-ଯାଜପୁର କେନ୍ଦୁଝର ରୋଡ଼ ଏକ୍ସପ୍ରେସ ଯାଜପୁର କେନ୍ଦୁଝର ରୋଡ଼ ଠାରୁ 31 ଜାନୁୟାରୀରୁ 3 ଫେବୃଆରୀ, 2022 ପର୍ଯ୍ୟନ୍ତ ଏବଂ ଖଡ଼ଗ୍ପୁରରୁ 1 ରୁ 5 ଫେବୃଆରୀ 2022 ପର୍ଯ୍ୟନ୍ତ ବାତିଲ ହୋଇ ରହିବ।

04. 18045/18046 ଶାଲିମାର-ହାଇଦ୍ରାବାଦ-ଶାଲିମାର ଇଷ୍ଟକୋଷ୍ଟ ଏକ୍ସପ୍ରେସ ଶାଲିମାର ଠାରୁ 1 ରୁ 4 ଫେବୃଆରୀ ପର୍ଯ୍ୟନ୍ତ ଏବଂ ହାଇଦ୍ରାବାଦରୁ 31 ଜାନୁୟାରୀରୁ 3 ଫେବୃଆରୀ 2022 ପର୍ଯ୍ୟନ୍ତ ବାତିଲ ହୋଇ ରହିବ।

05. 22853/22854 ଶାଲିମାର-ବିଶାଖାପାଟନମ୍-ଶାଲିମାର ଏକ୍ସପ୍ରେସ 1 ଫେବୃଆରୀ ଦିନ ଶାଲିମାରରୁ ଏବଂ 2 ଫେବୃଆରୀ 2022 ଦିନ ବିଶାଖାପାଟନମରୁ ବାତିଲ ହୋଇ ରହିବ।

06. 12881/12882 ଶାଲିମାର-ପୁରୀ-ଶାଲିମାର ଏକ୍ସପ୍ରେସ ଶାଲିମାର ଠାରୁ 01 ଏବଂ 3 ଫେବୃଆରୀ ଦିନ ଏବଂ ପୁରୀ ଠାରୁ 31 ଜାନୁୟାରୀ ଏବଂ 2 ଫେବୃଆରୀ 2022 ଦିନ ପୁରୀରୁ ବାତିଲ ହୋଇ ରହିବ।

07. 12245/12246 ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ଏକ୍ସପ୍ରେସ ହାଓଡ଼ା ଠାରୁ 01 & 5 ଫେବୃଆରୀ ଦିନ ଏବଂ ଯଶୋବନ୍ତପୁର ଠାରୁ 31 ଜାନୁଆରୀ ଏବଂ 3 ଫେବୃଆରୀ 2022 ଦିନ ବାତିଲ ରହିବ।

08. 22835/22836 ଶାଲିମାର-ପୁରୀ-ଶାଲିମାର ଏକ୍ସପ୍ରେସ ଶାଲିମାର ଠାରୁ 2 ଫେବୃଆରୀ ଦିନ ଏବଂ ପୁରୀ ଠାରୁ 1 ଫେବୃଆରୀ 2022 ଦିନ ବାତିଲ ରହିବ।

09. 08011/08012 ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ 3 ଫେବୃଆରୀରେ ଭଞ୍ଜପୁରରୁ ଏବଂ 4 ଫେବୃଆରୀ 2022 ରେ ପୁରୀରୁ ବାତିଲ ରହିବ।

10. 22874/22873 ବିଶାଖାପାଟନମ୍-ଦିଘା-ବିଶାଖାପାଟନମ୍ ଏକ୍ସପ୍ରେସ 3 ଫେବୃଆରୀରେ ବିଶାଖାପାଟନମରୁ ଏବଂ 4 ଫେବୃଆରୀ, 2022 ରେ ଦିଘା ଠାରୁ ବାତିଲ ହୋଇ ରହିବ।

11. 12895/12896 ଶାଲିମାର-ପୁରୀ-ଶାଲିମାର ଏକ୍ସପ୍ରେସ 4 ଫେବୃଆରୀରେ ଶାଲିମାରରୁ ଏବଂ 3 ଫେବୃଆରୀ, 2022 ରେ ପୁରୀରୁ ବାତିଲ ହୋଇ ରହିବ।

12. 22605/22606 ପୁରୁଲିଆ – ଭିଲୁପୁରମ୍-ପୁରୁଲିଆ ଏକ୍ସପ୍ରେସ 4 ଫେବୃଆରୀରେ ପୁରୁଲିଆରୁ ଏବଂ 2 ଫେବୃଆରୀ, 2022 ରେ ଭିଲୁପୁରମରୁ ବାତିଲ ହୋଇ ରହିବ।

ଆଂଶିକ ବାତିଲ୍ ହେଉଥିବା ଟ୍ରେନ:

ଖଡ଼ଗ୍ପୁର ଏବଂ ବାଙ୍ଗାଲୋର ରଲମଣ୍ଡଳ ଠାରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣକୁ ଦୃଷ୍ଟିରେ ରଖି ଫଲକନୁମା ଏକ୍ସପ୍ରେସ ଏବଂ ପ୍ରଶାନ୍ତି ଏକ୍ସପ୍ରେସକୁ ଆଂଶିକ ବାତିଲ କରାଯିବାକୁ ଏବଂ ପୁରୀ-ଯଶୋବନ୍ତପୁର ଏକ୍ସପ୍ରେସ କୁ ପରିବର୍ତ୍ତିତ ମାର୍ଗରେ ନିମ୍ନଲିଖିତ ଅନୁଯାୟୀ ଚଳାଚଳ କରାଯିବାକୁ ନିଷ୍ପତି ନିଆଯାଇଅଛି …

01. ହାଓଡ଼ା ଠାରୁ 1, 2 ଏବଂ 4 ଫେବୃଆରୀ 2022 ଦିନ ଛାଡିବାକୁ ଥିବା 12703 ହାଓଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଯାତ୍ରା ପ୍ରାରମ୍ଭ କରିବ ଏବଂ ହାଓଡ଼ା ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ ରହିବ।

02. ସିକନ୍ଦରାବାଦ ଠାରୁ 31 ଜାନୁୟାରୀ ଏବଂ 1 ଏବଂ 3 ଫେବୃଆରୀ, 2022 ଦିନ ଛାଡିବାକୁ ଥିବା 12704 ସିକନ୍ଦରାବାଦ-ହାଓଡ଼ା ଫଲକନୁମା ଏକ୍ସପ୍ରେସ ସିକନ୍ଦରାବାଦ ଓ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ ଏବଂ ଭୁବନେଶ୍ୱରରୁ ହାଓଡ଼ା ପର୍ଯ୍ୟନ୍ତ ବାତିଲ ରହିବ।

03. ଭୁବନେଶ୍ୱର ଠାରୁ 3 ରୁ 6 ଫେବୃଆରୀ, 2022 ପର୍ଯ୍ୟନ୍ତ ଛାଡ଼ିବାକୁଥିବା 18463 ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ ସତ୍ୟ ସାଇ ପ୍ରଶାନ୍ତି ନିଳୟମ (ଏସଏସପିଏନ) ପର୍ଯ୍ୟନ୍ତ ଚାଲିବ ଏବଂ ଏସଏସପିଏନରୁ ବାଙ୍ଗାଲୋର ପର୍ଯ୍ୟନ୍ତ ବାତିଲ ହୋଇ ରହିବ।

04. ବାଙ୍ଗାଲୋରରୁ 4 ରୁ 7 ଫେବୃଆରୀ 2022 ପର୍ଯ୍ୟନ୍ତ ଛାଡ଼ିବାକୁଥିବା 18464 ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ବାଙ୍ଗାଲୋର ବଦଳରେ ଏସଏସପିଏନରୁ ଭୁବନେଶ୍ୱରକୁ ଯାତ୍ରା ପ୍ରାରମ୍ଭ କରିବ ଏବଂ ବାଙ୍ଗାଲୋରରୁ ଏସଏସପିଏନ ପର୍ଯ୍ୟନ୍ତ ବାତିଲ ହୋଇ ରହିବ।

ଟ୍ରେନର ମାର୍ଗ ପରିବର୍ତ୍ତନ:

4 ଫେବୃଆରୀରେ ପୁରୀରୁ ଏବଂ 5 ଫେବୃଆରୀ 2022 ରେ ୟେସନ୍ତପୁରରୁ ଛାଡିବାକୁ ଥିବା 22883/22884 ପୁରୀ-ଯଶୋବନ୍ତପୁର-ପୁରୀ ଏକ୍ସପ୍ରେସ ଏହାର ନିର୍ଧାରିତ ମାର୍ଗ ପରିବର୍ତ୍ତେ ଯଶୋବନ୍ତନ୍ତପୁର- ବାଙ୍ଗାରାପେଟ – ଜୋଲାରପେଟାଇ – ରେନିଗୁଣ୍ଟା – ଗୁଡ଼ୁର – ବିଜୟୱାଡା ମାର୍ଗରେ ଉଭୟ ପାର୍ଶ୍ୱରୁ ଚଳାଚଳ କରିବ ଏବଂ ଏହା ୟେଲହଙ୍କା, ହିନ୍ଦୁପୁର, ଧର୍ମାଭରମ, ଅନନ୍ତପୁର, ଧୋନ, ମାରକାପୁର ରୋଡ଼, ନରସାରାଓପେଟ ଏବଂ ଗୁଣ୍ଟୁର ଷ୍ଟେସନ ମାନଙ୍କଠାରେ ରହଣି କରିବ ନାହିଁ।

ପୂର୍ବତଟ ରେଳପଥ ବାତିଲ ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.