Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାପାଳଙ୍କ ବ୍ରହ୍ମପୁରରେ ଯୁଗ୍ମ ଅଭିଯୋଗ ଶୁଣାଣୀ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ବ୍ରହ୍ମପୁରରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍, ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଉପସ୍ଥିତ ଥିଲେ।

ଏହି ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୮୮ ଟି ଅଭିଯୋଗ ଆବେଦନ ମଧ୍ୟରୁ ୮୦ ଟି ବ୍ୟକ୍ତିଗତ, ୭ ଟି ସାମୁହିକ ତଥା ଗ୍ରାମ ଭିତ୍ତିକ ଅଭିଯୋଗ ଥିଲା। ମୋଟ ୮୨ ଟି ଅଭିଯୋଗ ଫଇସଲା ବେଳେ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ଦୁଇ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା।

ବିଶେଷକରି ଆଜିର ଶୁଣାଣି ବେଳେ ଭତ୍ତା, ଶିକ୍ଷା, ସାମାଜିକ ସୁରକ୍ଷା, ଜଳସେଚନ, କୃଷି ଜମି ପଟ୍ଟା ବଣ୍ଟନ, ରାସ୍ତାଘାଟର ଉନ୍ନତି, ରାସନ୍ କାର୍ଡ ଓ ଜିନିଷ ବଣ୍ଟନ, ଗୃହ ନିର୍ମାଣ ଓ ମନାରେଗା ବିଷୟରେ ଜନସାଧାରଣଙ୍କ ଅଭିଯୋଗ ଆସିଥିଲା ଓ ଏହି ଯୁଗ୍ମ ଶୁଣାଣିର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।