Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଭୁବନେଶ୍ୱରରୁ କେନିଆ ନାଗରିକ ଗିରଫ
ରାଜ୍ୟ ଖବର

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଭୁବନେଶ୍ୱରରୁ କେନିଆ ନାଗରିକ ଗିରଫ

November 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Kenyan national arrested in Bhubaneswar on charges of kidnapping and raping a minor girl

ଭୁବନେଶ୍ବର: ଅନ୍‌ଲାଇନ୍ ବନ୍ଧୁତା ପରେ ଜଣେ ୧୭ ବର୍ଷୀୟା ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀଙ୍କୁ ଅପହରଣ, ଦୁଷ୍କର୍ମ ଏବଂ ମୁକ୍ତିପାଇଁ ୧ ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗରେ ପୁରୀ ପୁଲିସ୍ ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ସହାୟତାରେ ଜାଗମରା ଅଞ୍ଚଳର ଏକ ହୋଟେଲରୁ ୩୪ ବର୍ଷୀୟ କେନିଆ ନାଗରିକ ମହମ୍ମଦ ଫୈଜ ମହମ୍ମଦଙ୍କୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଛି। ଅଭିଯୁକ୍ତଙ୍କ ଫୋନରୁ ଏକାଧିକ ମହିଳାଙ୍କ ଫଟୋ ଓ ଭିଡିଓ ମିଳିବା ପରେ ସେ ଏକ ଅନ୍ତର୍ଜାତୀୟ ବ୍ଲାକମେଲ୍ ବା ସେକ୍ସଟର୍ସନ ରାକେଟରେ ସମ୍ପୃକ୍ତ ଥିବା ନେଇ ପୁଲିସ୍ ସନ୍ଦେହ କରି ତଦନ୍ତ ଚଳାଇଛି। ରିପୋର୍ଟ ଅନୁସାରେ ପୁରୀ ପୁଲିସ୍ ଯୋଜନାବଦ୍ଧ ଭାବେ ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ସହ ସମନ୍ୱୟ ରକ୍ଷାପୂର୍ବକ ଜାଗମରା ଅଞ୍ଚଳର ଏକ ହୋଟେଲ ଉପରେ ଚଢ଼ାଉ କରି ଅଭିଯୁକ୍ତ ମହମ୍ମଦକୁ ଗିରଫ କରିବା ସହ ସେଠାରେ ଏକ କୋଠରୀରେ ବନ୍ଦୀ ଥିବା ପୁରୀ ଜିଲ୍ଲାର ଜଣେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀଙ୍କୁ ଉଦ୍ଧାର କରିଛି। ସୋମବାର ଝିଅ ନିଖୋଜ ହେବା ପରେ ନାବାଳିକାଙ୍କ ମାଆ ପୋଲିସରେ ଅଭିଯୋଗ କରିଥିଲେ। ଏହାପରେ ତାଙ୍କ ପାଖକୁ ଏକ ଅଜଣା ଇଣ୍ଟରନେଟ୍ କଲ୍ ଆସିଥିଲା ଏବଂ ଝିଅକୁ ଛାଡ଼ିବା ପାଇଁ ୧ ଲକ୍ଷ ଟଙ୍କା ମୁକ୍ତି ଦାବି କରାଯାଇଥିଲା ବୋଲି ସେ ପୁଲିସ୍‌କୁ ଜଣାଇଥିଲେ। ତଦନ୍ତ ସମୟରେ ପୁଲିସ୍ ଉକ୍ତ କଲକୁ ଟ୍ରାକ୍ କରି ଜାଗମରା ଅଞ୍ଚଳର ଠିକଣା ପାଇଥିଲା ଏବଂ ସମ୍ପୃକ୍ତ ହୋଟେଲ ଉପରେ ନଜର ରଖିଥିଲା। ପୁଲିସ୍ ସୂଚନା ଅନୁଯାୟୀ, ୨୦୨୫ ସେପ୍ଟେମ୍ବରରେ ଏକ ଅନଲାଇନ୍ ଗେମିଂ ପ୍ଲାଟଫର୍ମ ମାଧ୍ୟମରେ ମହମ୍ମଦ ନାବାଳିକାଙ୍କ ସଂସ୍ପର୍ଶରେ ଆସିଥିଲା ଏବଂ ବର୍ଷେ ଧରି ସୋସିଆଲ ମିଡିଆ ଜରିଆରେ ତାଙ୍କ ସହ ଯୋଗାଯୋଗରେ ରହିଥିଲା।

ପୁରୀ ଏସପି ପ୍ରତୀକ ସିଂହ କହିଛନ୍ତି ଯେ, “ଅନଲାଇନ୍ ବାର୍ତ୍ତାଳାପ ସମୟରେ ଅଭିଯୁକ୍ତ ନାବାଳିକାଙ୍କୁ ବିଭ୍ରାନ୍ତ କରିଥିଲା ଓ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ପ୍ରବର୍ତ୍ତାଇବା ସହ ବିବାହ କରିବାକୁ ମଧ୍ୟ କହିଥିଲା।’ ମହମ୍ମଦ ନଭେମ୍ବର ୧୦ ତାରିଖରେ ଭାରତ ଆସିଥିଲା ଏବଂ ନଭେମ୍ବର ୧୮ରେ ପୁରୀ ଯାଇ ନାବାଳିକାଙ୍କୁ ଭେଟିଥିଲା। ପରେ ଉଭୟ ପୁଣିଥରେ ଭୁବନେଶ୍ୱରରେ ଭେଟିବାକୁ ଯୋଜନା କରିଥିଲେ। ନାବାଳିକା ଜଣକ ସୋମବାର ରାଜଧାନୀରେ ପହଞ୍ଚି ଜାଗମରା ସ୍ଥିତ ଉକ୍ତ ହୋଟେଲରେ ରହିଥିଲେ। ଏହି ସମୟରେ ମହମ୍ମଦ ହୋଟେଲରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିଲେ, ତାଙ୍କର ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ ଏବଂ ତାଙ୍କୁ ଜୋରଜବରଦସ୍ତ କୋଠରୀ ଭିତରେ ବନ୍ଦୀ କରି ରଖିଥିଲା। ଏହାପରେ ସେ ନାବାଳିକାଙ୍କ ମାଆଙ୍କୁ ଇଣ୍ଟରନେଟ୍ କଲ୍ କରି ତାଙ୍କୁ ଛାଡ଼ିବା ବଦଳରେ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ସୁତରାଂ ମହମ୍ମଦ ବିରୋଧରେ ଦୁଷ୍କର୍ମ, ଅପହରଣ, ମାନବ ଚାଲାଣ ଏବଂ ଚାଲାଣ ହୋଇଥିବା ବ୍ୟକ୍ତିଙ୍କ ଶୋଷଣ ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇଛି।

ଅଭିଯୁକ୍ତ ମହମ୍ମଦର ମୋବାଇଲ ଫୋନକୁ ଯାଞ୍ଚ ପାଇଁ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀକୁ ପଠାଯାଇଛି। ପୁଲିସ୍ ତାଙ୍କର ଗିରଫଦାରୀ ସମ୍ପର୍କରେ କେନିଆ ଦୂତାବାସକୁ ଅବଗତ କରାଇବା ସହ ତାଙ୍କର ଭାରତ ଗସ୍ତର ଉଦ୍ଦେଶ୍ୟ ନେଇ ଅଧିକ ତଦନ୍ତ ଚଳାଇଛି। ଜେରା ସମୟରେ ମହମ୍ମଦ ଦାବି କରିଛି ଯେ ସେ ତା’ ବାପାଙ୍କ ଚିକିତ୍ସା ପାଇଁ ତାଙ୍କୁ ଗୁଜରାଟ ଆଣିଥିଲେ, ଯାହାର ସତ୍ୟାସତ୍ୟ ପୁଲିସ ଯାଞ୍ଚ କରୁଛି। ତେବେ ଅଭିଯୁକ୍ତର ମୋବାଇଲ ଫୋନରୁ ଏକାଧିକ ଭାରତୀୟ ଓ ବିଦେଶୀ ମହିଳାଙ୍କ ଫଟୋ ଏବଂ ଭିଡିଓ ମିଳିବା ପରେ ସେ ଏକ ଅନ୍ତର୍ଜାତୀୟ ସେକ୍ସଟର୍ସନ ରାକେଟରେ ସମ୍ପୃକ୍ତ ଥିବା ପୁଲିସ୍ ସନ୍ଦେହ କରୁଛି।

ଅପହରଣ କେନିଆ ନାଗରିକ ନାବାଳିକା
Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ଅଗ୍ନିକାଣ୍ଡ ଆତଙ୍କ, ହୁତୁହୁତୁ ହୋଇ ଜଳିଲା ଗୋଟିଏ ପରେ ଗୋଟିଏ ବସ୍‌

November 25, 2026

ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ବିମ୍‌ଷ୍ଟେକ୍ ଦୌଡ଼କୁଦ ପ୍ରତିଯୋଗିତା: ଅଂଶଗ୍ରହଣ କରିବେ ୬ ଦେଶର ୨୦୦ରୁ ଅଧିକ ଖେଳାଳି

November 24, 2026

ବିକଶିତ ଓଡ଼ିଶା ସହିତ ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ : ରାଷ୍ଟ୍ରପତି

November 24, 2026

ଜିଓର ହାପି ନ୍ୟୁ ଇୟର ଅଫର: ମାତ୍ର ୩୯୯ ଟଙ୍କାରେ ଅସୀମିତ ୪ଜି ଓ ୫ଜି ଡାଟା

November 24, 2026
Latest News

କଟକରେ ଅଗ୍ନିକାଣ୍ଡ ଆତଙ୍କ, ହୁତୁହୁତୁ ହୋଇ ଜଳିଲା ଗୋଟିଏ ପରେ ଗୋଟିଏ ବସ୍‌

November 25, 2026

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଭୁବନେଶ୍ୱରରୁ କେନିଆ ନାଗରିକ ଗିରଫ

November 25, 2026

ନଭେମ୍ବର ୨୬ ରେ ଆଉ ଏକ ରାଲି କରିବ CJP: ସମ୍ପୂର୍ଣ୍ଣ ଯୋଜନା ପ୍ରକାଶ କଲେ ଅଭିଜିତ ଦୀପକେ 

November 25, 2026

ନକ୍ସଲ ମୁକ୍ତ ଭାରତ: ସମନ୍ୱିତ ରଣନୀତିରେ ପରାସ୍ତ ହେଲା ବାମପନ୍ଥୀ ଉଗ୍ରବାଦ

November 25, 2026

ଜର୍ମାନ ଚାନ୍ସେଲରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ: ଜାଣନ୍ତୁ କ’ଣ ହେଲା ଆଲୋଚନା?

November 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.