Categories
ଆଜିର ଖବର ରାଜ୍ୟ ଖବର

ସିଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵାରା ବିଶାଳ ସଚେତନତା ଶୋଭାଯାତ୍ରା

ଭୁବନେଶ୍ୱର: ଶିରିପୁର ସ୍ଥିତ ସିଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦିନ କ୍ରୀଡା ଓ ଯୁବସେବା ପକ୍ଷରୁ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସଚେତନତା ମୂଳକ ଏକ ବିଶାଳ ଶୋଭାଯାତ୍ରା ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ କରାଯାଇଥିଲା। ଏହି ଶୋଭାଯାତ୍ରାକୁ ସ୍ଥାନୀୟ କର୍ପୋରେଟର ବିନୟିନୀ ଜେନା ଓ ବିଦ୍ୟାଳୟର ଅଧ୍ୟକ୍ଷା ରଶ୍ମିତା କୁମାରୀ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ଶୋଭାଯାତ୍ରାଟି ବିଦ୍ୟାଳୟରୁ ଆରମ୍ଭ ହୋଇ ସୌଭାଗ୍ୟ ନଗର, ନୂଆ ସାହି, ସବର ସାହି, ଓୟୁଏଟି, ସିରିପୁର ଦେଇ ଯାତ୍ରା କରିଥିଲା। ନୋଡାଲ ଅଫିସର ପୁଷ୍ପାଞ୍ଜଳି ମହାପାତ୍ର ଓ ସଂଯୋଜିକା ସୁରଭି ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ। ବିଦ୍ୟାଳୟର ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଏହି ଶୋଭାଯାତ୍ରା ରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଚିଲିକା: ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ୟରେ ସାମାଜିକ କାର୍ଯ୍ୟକ୍ରମ ଉଦଘାଟିତ

ଚିଲିକା (ସୀତାରାମ ଅଗ୍ରୱାଲ): ଆଙ୍କୁଲାଚଟି ସ୍ଥିତ ପି.ବି.ବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ୟରେ ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବିଶ୍ଵାଳଙ୍କ ସଭାପତିତ୍ବରେ ସାମାଜିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି। ଏଥିରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଳାନ କୁମାର ନାୟକ ମୁଖ୍ୟ ଅତିଥି ଏବଂ ବନାଞ୍ଚଳ ଅଧିକାରୀ ରଶ୍ମିତା ଜେନା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। ସାମାଜିକ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟାପକ ରବି ଶଙ୍କର ହୋତା ଅତିଥି ପରିଚୟ ପ୍ରଦାନ କରି ପକ୍ଷୀ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମର ନେତୃତ୍ଵ ନେଇଥିଲେ।

କମିଟିର ସଦସ୍ୟ ଅଧ୍ୟାପକ ସଂଗ୍ରାମ କେଶରୀ ମିଶ୍ର, ପ୍ରଦୀପ କୁମାର ବଳବନ୍ତରାୟ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ନୋଡାଲ ଅଧିକାରୀ ଅଧ୍ୟାପକ ନିରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କ ବିଷୟରେ ମନ୍ତବ୍ୟ ରଖିଥିଲେ। ଛାତ୍ରଛାତ୍ରୀ ମାନେ ସ୍ଲୋଗାନ ଏବଂ ପ୍ଲାକାର୍ଡ ଧରି ଚିଲିକା କୂଳ ଗ୍ରାମ ମାନଙ୍କରେ ପକ୍ଷୀ ସୁରକ୍ଷା ନିମନ୍ତେ ଲୋକମାନଙ୍କୁ ସଚେତନ କରିଥିଲେ। ବିପିନ ବିହାରୀ ସାମନ୍ତରାୟ ଏବଂ ପ୍ରଶାନ୍ତ କୁମାର ମଙ୍ଗରାଜ ଏଥିରେ ସହଯୋଗ କରିଥିଲେ। ସଭା ଶେଷରେ ଅଧ୍ୟାପକ ସତ୍ୟ ନାରାୟଣ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

“ଯୁବ ଓଡ଼ିଶା ନବୀନ ଓଡ଼ିଶା” ପକ୍ଷରୁ କୋଦଳାରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ): “ଯୁବ ଓଡ଼ିଶା ନବୀନ ଓଡ଼ିଶା” ପକ୍ଷରୁ ଗଞ୍ଜାମ ଜିଲ୍ଲା କୋଦଳା ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା ଅଧ୍ୟକ୍ଷ ଦତ୍ତାରାମ ବିଷୋୟୀଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଅଛି। ପିଇଟି ଅକ୍ଷୟ କୁମାର ବାରିକଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡା ଯଥା କବାଡି, ଜାଭଲିନ, ସଟଫୁଟ ଖେଳରେ ଅଂଶ ଗ୍ରହଣ କରିଥିଲେ।

ପ୍ରୋଗ୍ରାମ ଅଫିସର ଆଦିତ୍ୟ ପ୍ରସନ୍ନ ମହାପାତ୍ର, ଅଧ୍ୟାପକ ସରୋଜ କୁମାର ଆଚାର୍ଯ୍ୟ, ସମୀର ପରିଡା, ସୁନିତା ପାଣ୍ଡିଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ରୂପେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀ, ପ୍ରତିଯୋଗୀ ଏବଂ ଅନୁଷ୍ଠାନର ସମସ୍ତ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।