Categories
ଆଞ୍ଚଳିକ

ରଣପୁର: ବିଦ୍ୟାଳୟରେ ଯୋଗ ଦିବସ ପାଳିତ

ରଣପୁର: ଆଜି ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଭାବେ ପାଳିତ ୯ମ ଆନ୍ତର୍ଜାତୀୟ ଯୋଗ ଦିବସ ସଫଳ ଭାବେ ପାଳିତ ହୋଇ ଯାଇଛି। ସକାଳେ ବିଦ୍ୟାଳୟ ପ୍ରାଙ୍ଗଣରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସମ୍ମିଳିତ ଭାବରେ ଯୋଗ ଅଭ୍ୟାସ କରିଥିଲେ। ଶିଶୁମାନେ ମୌଳିକ ଯୋଗ ଆସନ, ପ୍ରାଣାୟାମ ଓ ଧ୍ୟାନ କାର୍ଯ୍ୟକଳାପରେ ସକ୍ରିୟ ଭାଗ ନେଇଥିଲେ। ଏହି ଅବସରରେ ଶିକ୍ଷକମାନେ ଯୋଗର ଗୁରୁତ୍ତ୍ୱ ବିଷୟରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ଦୈନିକ ଯୋଗ ଅଭ୍ୟାସ ପାଇଁ ଉତ୍ସାହିତ କରାଯାଇଥିଲା।

ଅନେକ ଛାତ୍ରଛାତ୍ରୀଙ୍କୁ ଅଙ୍କନ ଓ ବକ୍ତୃତା ପ୍ରତିଯୋଗିତା ମାଧ୍ୟମରେ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁଶୀଲ କୁମାର ରଣାଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇ ସମାପ୍ତ ହୋଇଥିଲା। ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଯୋଗ ଶିକ୍ଷା ଦେଇଥିଲେ।

ସେହିପରି ନରସିଂହପୁର କ୍ଲଷ୍ଟରର ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାମନ୍ତରାପୁର ପ୍ରାଥମିକ ବିଦ୍ୟାଳୟ, ନାଟିମି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ, ବ୍ରଜବଳଭପୁର ପ୍ରାଥମିକ ବିଦ୍ୟାଳୟ ସମେତ ସମସ୍ତ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ସଫଳ ଭାବେ ପାଳିତ ହୋଇ ଯାଇଛି। ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ବିଦ୍ୟାଳୟଗୁଡିକ ପରିଦର୍ଶନ କରି ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇ ଛାତ୍ରଛାତ୍ରୀମାନଙ୍କୁ ଯୋଗର ଉପକାରିତା ସମ୍ବନ୍ଧରେ ବୁଝାଇଥିଲେ।