Categories
ଆଞ୍ଚଳିକ

ବାଣପୁର: ଭେଟେଶ୍ୱର ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟରେ ଯୋଗ ଦିବସ ପାଳନ

ସୀତାରାମ ଅଗ୍ରୱାଲ

ବାଣପୁର: ସୁସ୍ଥ ସମାଜ ଗଠନ, ଶାନ୍ତ ଜୀବନ ଯାପନ ଓ ପରସ୍ପର ସହ ମିତ୍ରତା ସ୍ଥାପନ କରିବାର ଏକ ମାଧ୍ୟମ ହେଉଛି ଯୋଗ। ଯୋଗ ମାଧ୍ୟମରେ ମଧ୍ୟ ଅସାଧ୍ୟ ରୋଗର ଉପଚାର ହୋଇପାରୁଛି। ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଆଜି ସାରା ବିଶ୍ୱ ପାଳନ କରୁଛି ନବମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ।

ଯୋଗ ଆମ ଜୀବନ ଶୈଳୀରେ ପରିବର୍ତ୍ତନ ଆଣି ଆମ ଭିତରେ ସଚେତନତା ସୃଷ୍ଟି କରିଥାଏ। ଯୋଗ ମାଧ୍ୟମରେ ନିଜେ ସୁସ୍ଥ ରହିବା ସହ ଏକ ସୁସ୍ଥ ସମାଜ ଗଠନ କରିବାର ସମ୍ଭାବନା ସୃଷ୍ଟି ହୋଇଥାଏ। ଯାହାକି ଅସମ୍ଭବକୁ ସମ୍ଭବରେ ପରିଣତ କରିବାରେ ସହାୟକ ହୋଇଥାଏ।

ଏହି ପରିପ୍ରେକ୍ଷୀରେ ଆଜି ଜାତୀୟ ଆୟୁଷ ମିଶନ୍, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ତରଫରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ ପରିସରରେ ପାଳନ କରାଯାଇଛି ନବମ ବିଶ୍ୱ ଯୋଗ ଦିବସ।

ଆଜିର ଏହି ଯୋଗ ମହୋତ୍ସବରେ ଭେଟେଶ୍ୱର ଅଞ୍ଚଳର ଏକ ଶହରୁ ଉର୍ଦ୍ଧ୍ବ ଯୋଗ ବୀର ଓ ଯୋଗ ବିରାଙ୍ଗନା ମାନେ ଅଂଶ ଗ୍ରହଣ କରି ଅତି ଉତ୍ସାହର ସହ ପାଳନ କରିଥିଲେ ନବମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଉ

କ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗ ଦାନ ଦେଇ ଯୋଗ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ, ଭେଟେଶ୍ୱର ପଞ୍ଚାୟତ ସରପଞ୍ଚ ସାବିତ୍ରୀ ଭୋଳ ଏବଂ ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଭୋଳ।

ଚିକିତ୍ସାଳୟର ଡାକ୍ତର ଡ଼. ସ୍ନିଗ୍ଧାରାଣୀ ନାୟକ ଏହାକୁ ପରିଚାଳନା କରିଥିବା ବେଳେ କର୍ମଚାରୀ ନିଲୁ ବେହେରା ଓ ରତ୍ନାକର ବାରିକ ସହଯୋଗ କରିଥିଲେ। ଯୋଗାଚାର୍ଯ୍ୟ ପ୍ରସନ୍ନ ମିଶ୍ର ଏହି କାର୍ଯ୍ୟକ୍ରମକୁ ସଂଚାଳନା କରି ଭାରତୀୟ ପ୍ରାଚୀନ ଯୋଗ ପରମ୍ପରାକୁ ସରଳ ଭାବେ ବୁଝାଇବା ସହ ସମସ୍ତଙ୍କୁ ଯୋଗାଭ୍ୟାସ କରାଇଥିଲେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଯୋଗ ଦିବସ କେବଳ ଜୁନ୍ ୨୧ରେ କାହିଁକି ପାଳନ କରାଯାଏ? ଜାଣନ୍ତୁ ଇତିହାସ ଏବଂ ମହତ୍ତ୍ଵ

ନୂଆଦିଲ୍ଲୀ: ସଫଳତା ତିନୋଟି ଜିନିଷରୁ ଆସିଥାଏ – ଧନ, ଖ୍ୟାତି ଏବଂ ମାନସିକ ଶାନ୍ତି। ଧନ ଏବଂ ଖ୍ୟାତି ପାଇବା ସହଜ କିନ୍ତୁ ମାନସିକ ଶାନ୍ତି ପାଇବା ପାଇଁ ସବୁଠାରୁ ବଡ ଅସ୍ତ୍ର ହେଉଛି ଯୋଗ। ଯୋଗ ଦିବସ ଜୁନ୍ ୨୧ ତାରିଖରେ ପାଳନ କରାଯାଏ। ଯୋଗୀମାନଙ୍କ ସମୟରୁ ଭାରତରେ ଯୋଗ ଅଭ୍ୟାସ ହୋଇଆସୁଛି।

ଯୋଗ କେବଳ ରୋଗରୁ ମୁକ୍ତି ଦେଇନଥାଏ, ଏହା ଆମର ଆତ୍ମବିଶ୍ୱାସ ବଢାଇବାରେ ଏବଂ ମନକୁ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଆପଣ ଜାଣନ୍ତି କି ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ଯୋଗ ଦିବସ କାହିଁକି ପାଳନ କରାଯାଏ ଏବଂ ଏହାର ଇତିହାସ କ’ଣ? ଆସନ୍ତୁ ଜାଣିବା…

ଯୋଗ ଦିବସ ଜୁନ୍ ୨୧ ତାରିଖରେ କାହିଁକି ପାଳନ କରାଯାଏ?:

ପଞ୍ଚାଙ୍ଗ ଅନୁଯାୟୀ, ଜୁନ୍ ୨୧ ତାରିଖ ଉତ୍ତର ଗୋଲାର୍ଦ୍ଧର ସବୁଠାରୁ ଲମ୍ବା ଦିନ, ଯାହାକୁ ଗ୍ରୀଷ୍ମ ସଂକ୍ରାନ୍ତି କୁହାଯାଏ। ଗ୍ରୀଷ୍ମ ସଂକ୍ରାନ୍ତି ପରେ ସୂର୍ଯ୍ୟ ଦକ୍ଷିଣାୟନ ହୁଅନ୍ତି। ଦକ୍ଷିଣାୟନ କାରଣରୁ ସୂର୍ଯ୍ୟଙ୍କ ଉଜ୍ଜ୍ୱଳତା କମିଯାଏ, ଯେଉଁ କାରଣରୁ ପରିବେଶ ଅପରିଷ୍କାର ହୋଇଯାଏ, ଜୀବାଣୁ ଉତ୍ପନ୍ନ ହେବାକୁ ଲାଗେ, ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ଏପରି ପରିସ୍ଥିତିରେ, ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ଆଧ୍ୟାତ୍ମିକ ସଫଳତା ହାସଲ କରିବା ଏବଂ ଶରୀର ଏବଂ ମନକୁ ସୁସ୍ଥ ରଖିବା ପାଇଁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ।

କେଉଁ ଭଗବାନ ପ୍ରଥମେ ଯୋଗ ଆରମ୍ଭ କରିଥିଲେ?:

ଯୋଗ ବିଦ୍ୟାରେ ଶିବଙ୍କୁ ‘ଆଦୀ ଯୋଗୀ’ ଭାବରେ ବିବେଚନା କରାଯାଏ ଯଥା ଭଗବାନ ଶିବ ଯୋଗର ପିତା ଥିଲେ। ବେଦ ଅନୁଯାୟୀ ଯୋଗ ହେଉଛି ଆତ୍ମା ​​ଏବଂ ସର୍ବୋଚ୍ଚ ପ୍ରାଣର ଏକତା। ଯୋଗ ଅହଂକାରକୁ ନଷ୍ଟ କରିଦିଏ। ମନର ପ୍ରବୃତ୍ତି ବନ୍ଦ ହେବା କ୍ଷଣି ଯୋଗର ଏକ କଣିକା ଆରମ୍ଭ ହୁଏ।

ଆନ୍ତର୍ଜାତୀୟ ଯୋଗ ଦିବସର ଇତିହାସ:

ଯୋଗ ଦିବସ ୨୦୧୫ ରେ ସମଗ୍ର ବିଶ୍ୱରେ ଆରମ୍ଭ ହୋଇଥିଲା। ସଂକ୍ରମଣ ସହ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଯୋଗ ଦିବସ ପାଳନ କରାଯାଏ। ଯୋଗ ଦିବସ କାର୍ଯ୍ୟକ୍ରମ ପାଇଁ ପ୍ରତିବର୍ଷ ଏକ ଥିମ୍ ରଖାଯାଏ। ଏହି ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୩ର ବିଷୟବସ୍ତୁ ହେଉଛି ‘ମାନବିକତା’। ଯୋଗର ଅନେକ ଶାରୀରିକ ଏବଂ ଆଧ୍ୟାତ୍ମିକ ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଯୋଗ ଦିବସ ପାଳନ କରାଯାଏ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ୟୁଏନଏଚକ୍ୟୁରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ଭାଗନେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୟୁଏନଏଚକ୍ୟୁରେ ଅନ୍ତର୍ଜାତୀୟ ଯୋଗଦିବସ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିବେ।

ଜାତିସଂଘ ସାଧାରଣ ସଭାର ଅଧ୍ୟକ୍ଷ ସାବା କୋରୋସିଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ୟୁଏନଏଚକ୍ୟୁରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ଆପଣଙ୍କୁ ଦେଖିବାକୁ ଉତ୍ସୁକ ଅଛି। ଆପଣଙ୍କ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମକୁ ଆହୁରି ସ୍ୱତନ୍ତ୍ର ବନାଇବ।

ଯୋଗ ସୁନ୍ଦର ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଦିଗରେ ଦୁନିଆକୁ ଏକାଠି କରିଥାଏ। ଏହା ବୈଶ୍ୱିକ ସ୍ତରରେ ଅଧିକ ଲୋକପ୍ରିୟ ହେଉ।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଗୋୱାଲିୟର ଯୋଗ କଲେ ଓଡିଆ ଆଇଏଏସ ଅଧିକାରୀ ଉଷା ପାଢୀ

ଗୋୱାଲିୟର: ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ। ଏହି ଉପଲକ୍ଷେ ଆଜି ସକାଳୁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଯାଇଛି ଯୋଗ ଅଭ୍ୟାସ। କେବଳ ଦେଶ କାହିଁକି ବିଭିନ୍ନ ରାଷ୍ଟ୍ରରେ ମଧ୍ୟ ଏହି ଯୋଗ ଦିବସ ଆୟୋଜିତ ହୋଇଛି। କେନ୍ଦ୍ର ସରକାରଙ୍କ ତରଫରୁ ଦେଶର ବିଭିନ୍ନ ଐତିହାସିକ ସ୍ଥଳରେ ଏହି ଯୋଗ ଅଭ୍ୟାସ କରାଯାଇଛି।

ଏହି ଦିବସ ଉପଲକ୍ଷେ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ତରଫରୁ ଯୋଗ ଦିବସ ପାଳିତ ହୋଇଛି। ଖୋଦ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଗୋୱାଲିୟର ପ୍ୟାଲେସ ସମ୍ମୁଖରେ ଏହି ଯୋଗ ଅଭ୍ୟାସ ଆୟୋଜିତ ହୋଇଥିଲା। ଏଥିରେ ନିଜେ ମନ୍ତ୍ରୀଙ୍କ ସହିତ ଯୁଗ୍ନସଚିବ ଉଷା ପାଢୀ ଯୋଗ ଦେଇଥିଲେ। ଉଷା ଗତକାଲି ଟ୍ରେନ ଯୋଗେ ଗୋୱାଲିୟରରେ ପହଞ୍ଚି ଆଜି ଏହି ଅଭ୍ୟାସରେ ନିଜକୁ ସାମିଲ କରିଥିଲେ।

Categories
ଖେଳ ଜାତୀୟ ଖବର ବିଶେଷ ଖବର

ମହୀସୁରରେ ୧୫ ହଜାର ଲୋକଙ୍କ ସହିତ ଯୋଗ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଏହି କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହୀସୁରର ଆଇକନିକ୍ ପ୍ୟାଲେସ୍ ସମ୍ମୁଖରେ ଆନ୍ତର୍ଜାତୀୟ ଯୋଗ ଦିବସର ଅଷ୍ଟମ ସଂସ୍କରଣର ନେତୃତ୍ୱ ନେଇଛନ୍ତି। ଏଥିରେ କର୍ଣ୍ଣାଟକର ରାଜ୍ୟପାଳ ଥାୱାର ଚାନ୍ଦ ଗେହଲୋଟ୍, ମହୀସୁର ରୟାଲ ପରିବାରର ଯାଦୁଭେରା କୃଷ୍ଣ ଦତ୍ତା, ଚାମରାଜା ୱାଡିୟର୍ ଏବଂ ତାଙ୍କ ମାତା ପ୍ରମୋଦା ଦେବୀ ୱାଡିଆର ମଧ୍ୟ ଏହି ଉତ୍ସବରେ ଯୋଗଦେଇଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗ କେବଳ ଭାରତ ପାଇଁ ନୁହେଁ, ବରଂ ସମଗ୍ର ମାନବିକତା ପାଇଁ। ଯୋଗ କେବଳ ବ୍ୟକ୍ତି ବିଶେଷଙ୍କ ପାଇଁ ନୁହେଁ, ଏହା ଆମ ବ୍ରହ୍ମାଣ୍ଡରେ ଶାନ୍ତି ଆଣିଥାଏ ବୋଲି ସେ କହିଥିଲେ। ଯୋଗର ଅସୀମିତ ସମ୍ଭାବନାକୁ ହୃଦୟଙ୍ଗମ କରିବାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେ ଦର୍ଶାଇଛନ୍ତି ଯେ ଯୋଗ ହେଉଛି ଏକ ପ୍ରକ୍ରିୟା ଯାହା ଅନ୍ତଃ ଶାନ୍ତିରୁ ସର୍ବଭାରତୀୟ ଶାନ୍ତି ହାସଲ କରିବାକୁ ବାଟ ଦେଖାଏ।

ସେ କହିଛନ୍ତି, ଯୋଗ ଆତ୍ମରୁ ଜଗତର ଆତ୍ମ ଚେତନାକୁ ନେଇଥାଏ। ଯୋଗ ଏକ ବଡ଼ ସମସ୍ୟା ସମାଧାନକାରୀ, ଏହା ଆମର ଜୀବନଶୈଳୀକୁ ବଦଳାଇପାରେ। ଯୋଗ ଆମ ମନକୁ ସମସ୍ୟା ସମାଧାନ ଦିଗରେ ଦିଗଦର୍ଶନ କରିବାରେ ସାହାଯ୍ୟ କରେ। ଜଳବାୟୁ ପରିବର୍ତ୍ତନ ହେଉ କିମ୍ବା ଆନ୍ତର୍ଜାତୀୟ ବିବାଦ, ଯୋଗ ଦ୍ବାରା ସବୁକିଛି ସମାଧାନ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯୋଗକୁ ଜୀବନଶୈଳୀରେ ପରିଣତ କରିବାକୁ ସେ ସମସ୍ତଙ୍କୁ ଆହ୍ବାନ କରିଥିଲେ।

ଏହି ଅବସରରେ ଆୟୁଷ ମନ୍ତ୍ରୀ ସର୍ରବାନନ୍ଦ ସୋନୋୱାଲ କହିଛନ୍ତି ଯେ ଯୋଗ ହେଉଛି ଆମର କଳା ସଂସ୍କୃତି ଏବଂ ପରମ୍ପରା। ଅନ୍ତର୍ଜାତୀୟ ସ୍ତରରେ ଯୋଗର ବାର୍ତ୍ତା ବିସ୍ତାର କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସଭାରାଜ ବମ୍ମାଇ ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ମହୀସୁରକ ଚୟନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରାୟ ୧୫୦୦୦ ବ୍ୟକ୍ତି ଯୋଗ ଅଭ୍ୟାସ କରିଥିଲେ।