Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସୋଆରେ ୮ଦେଶର ପ୍ରତିନିଧି: ବୁଲିଲେ କୋଣାର୍କ ମନ୍ଦିର, ପୁରୀ ଓ ରଘୁରାଜପୁର

ଭୁବନେଶ୍ୱର: ଭାରତୀୟ ଗଣତାନ୍ତ୍ରିକ ଭାବଧାରା ସଂପର୍କରେ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ରବିବାର ପୁରୀ, କୋଣାର୍କ ଓ ରଘୁରାଜପୁର ପରିଦର୍ଶନ କରିଛନ୍ତି।

ଏହି ବିଦେଶୀ ପ୍ରତିନଧି ମାନେ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଓ ରଘୁରାଜପୁର ପଟ୍ଟଚିତ୍ର ଦେଖି ଅଭିହୁତ ହୋଇଛନ୍ତି।

ସେହିପରି ସେମାନେ ପୁରୀ ଶ୍ରୀମନ୍ଦିର ସମ୍ମୁଖରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତି ପ୍ରଦର୍ଶନ କରିଛନ୍ତି।

ସେହିପରି ସନ୍ଧ୍ୟାରେ ହୋଟେଲ ମେଫେୟାର ରେ ସୋଆ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ,ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ,କର୍ପୋରେଟ କମ୍ୟୁନିକେସନ୍ ନିର୍ଦେଶକ ଦେବ ପ୍ରସାଦ ଦାଶ ଓ ସୋଆ ପ୍ରତିଷ୍ଠାତ। ସଭାପତି ଙ୍କ ଓଏସଡି ଶ୍ରୀ ପ୍ରୀତମ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଦ୍ଭାରତ ସ୍ୱାଧୀନତା ର ୭୫ ବର୍ଷ ପୂର୍ତି ଅବସରରେ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ୍ ରିଲେସନ୍ (ଆଇସିସିଆର୍‌) ଓ‘ଜେନ୍ – ନେକ୍ସଟ ଡେମୋକ୍ରେସି ନେଟ୍‌ୱାର୍କ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮ଟି ଦେଶର ପ୍ରତିନିଧି ମାନେ ଭାରତ ଗସ୍ତ ଆସିଛନ୍ତି। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ସାଂସ୍କୃତିକ ଐତିହ୍ୟ ଓ ବିକାଶ ସଂପର୍କରେ ଏକ ବିସ୍ତୃତ ଅନୁଶୀଳନ କରୁଛନ୍ତି।

ପର୍ତୁଗାଲ୍, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋସିଆ, ଗାୟେନା, ବ୍ରାଜିଲ, ବେଲ୍‌ଜିୟମ୍ ଏବଂ ବୁଲଗେରିଆର ରାଜନେତା, ଆଇନ ପ୍ରଣେତା, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍ ଓ ଯୁବନେତା ସମ୍ମିଳିତ ୨୬ ଜଣିଆ ପ୍ରତିନିଧି ଦଳ ଓଡିଶା ଗସ୍ତରେ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ହଂକଂ ଓ ଲଣ୍ଡନ ବଜାରରେ ରଘୁରାଜପୁର ପଟ୍ଟଚିତ୍ର ଅଙ୍କିତ ପରଷିବା ସାମଗ୍ରୀ 

ଭୁବନେଶ୍ୱର: ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପାଇଁ ରିଲାଏନ୍ସ ସମର୍ଥିତ ଭାରତର ସର୍ବବୃହତ ବିଶ୍ୱବ୍ୟାପୀ ବି୨ବି ପ୍ଲାଟଫର୍ମ କଲାରା ଭାରତୀୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଗୁଡିକୁ ବିଶ୍ୱସ୍ତରରେ ନୂଆ ଗ୍ରାହକଙ୍କ ନିକଟରେ ପହଂଚାଇବା ଦିଗରେ ପ୍ରୟାସ ଆରମ୍ଭ କରିଛି। 

କଲାରା ପ୍ଲାଟଫର୍ମରେ ମିଳିଥିବା ଉଲ୍ଲେଖନୀୟ ସଫଳତା ଆଧାରରେ ଓଡ଼ିଶାର ମୟୁରଭଞ୍ଜର ପାରମ୍ପରିକ ସବାଇ ଘାସରେ ପ୍ରସ୍ତୁତ ମ୍ୟାଟ ଏବଂ ରଘୁରାଜପୁର ପଟ୍ଟଚିତ୍ର ଅଙ୍କିତ ଖାଦ୍ୟ ପରଷିବା ସାମଗ୍ରୀ ଯଥାକ୍ରମେ ହଂକଂ ଏବଂ ଲଣ୍ଡନରେ ନିଜ ପାଇଁ ବଜାର ସୁଯୋଗ ସୃଷ୍ଟି କରିପାରିଛି

ଓଡ଼ିଶାର ପଥର  କାଠ ଖୋଦିତ କାରୁକାର୍ଯ୍ୟହସ୍ତ ଅଙ୍କିତ ଗଞ୍ଜିଫା କାର୍ଡତାଳପତ୍ର ଖୋଦେଇପଟ୍ଟଚିତ୍ର ଏବଂ ଆଦିବାସୀଙ୍କ ଚିତ୍ରକଳା ଇତ୍ୟାଦି ଅନେକ ଉତ୍ପାଦ ମଧ୍ୟ କଲାରା ପ୍ଲାଟଫର୍ମରେ ସ୍ଥାନ ପାଇବା ସହିତ ସମଗ୍ର ବିଶ୍ୱରେ ଗ୍ରାହକଙ୍କ ନିକଟରେ ପହଂଚି ପାରୁଛି

ଏହି ପ୍ଲାଟଫର୍ମରେ ଭାରତର କୋଣ ଅନୁକୋଣରୁ ବାସଗୃହ ସାଜସଜାବାସଗୃହରେ ବ୍ୟବହାର ହେଉଥିବା ବୟନ ସାମଗ୍ରୀଫାଶନ ସାମଗ୍ରୀଖେଳନାରୋଷେଇ ଏବଂ ଖାଦ୍ୟ ଖାଇବା ସାମଗ୍ରୀଉପହାର ସାମଗ୍ରୀଆଉଟଡୋର ସାମଗ୍ରୀଆସବାବପତ୍ର ସମେତ ୭୫,୦୦୦ରୁ ଅଧିକ କାରିଗରୀ ଉତ୍ପାଦ ସମଗ୍ର ବିଶ୍ୱର କ୍ରେତାଙ୍କ ନିମନ୍ତେ ଉପଲବ୍ଧ ହେଉଛି। 

୨୦୨୧ ଅକ୍ଟୋବର ୨୮ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଏସିଆର ସର୍ବବୃହତ ଉପହାର ଏବଂ ହସ୍ତଶିଳ୍ପ ମେଳା ଆଇଜିଏଚଏଫରେ କଲାରା ତାହାର ବିଶ୍ୱବ୍ୟାପୀ ବି୨ବି ପ୍ଲାଟଫର୍ମ ଏବଂ ତାହାର ବୈଶିଷ୍ଟ୍ୟ ତଥା ଭାରତୀୟ କାରିଗର ଏବଂ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଡିଲରମାନଙ୍କ ପାଇଁ ସମଗ୍ର ବିଶ୍ୱରେ ଗ୍ରାହକଙ୍କ ନିକଟରେ ପହଂଚିବାର ସୁପୋଗ  ଲାଭ ସମ୍ପର୍କରେ ପ୍ରଦର୍ଶିତ କରୁଛି

କଲାରା ଚିନ୍ନାମଲାଇର ହାତବୁଣା ରୋଷେଇ ତଉଲିଆ ଲସ୍‌ଏଞ୍ଜେଲସ ବଜାର ପର୍ଯ୍ୟନ୍ତ ପହଞ୍ଚାଇବାଓଡ଼ିଶାର ମୟୁରଭଞ୍ଜର ସବାଇଘାସରୁ ପ୍ରସ୍ତୁତ ମ୍ୟାଟ ହଂକଂ ବଜାରରେରଘୁରାଜପୁରର ହସ୍ତ ଅଙ୍କିତ ପଟ୍ଟଚିତ୍ର ଥିବା ଖାଦ୍ୟ ପରଷିବା ସାମଗ୍ରୀ ଲଣ୍ଡନରେ ଷ୍ଟୋର ଗୁଡିକ ପର୍ଯ୍ୟନ୍ତ ପହଂଚାଇବାଉତର ପ୍ରଦେଶର ସମ୍ଭଲର ଅସ୍ଥି ଏବଂ ଶିଙ୍ଗରେ ପ୍ରସ୍ତୁତ କାରୁକାର୍ଯ୍ୟ ଦକ୍ଷିଣ ଆଫ୍ରିକାରେମଣିପୁରର ଲଙ୍ଗପି କାନାଡାର ଷ୍ଟୋରଗୁଡିକରେଚନ୍ନାପାଟନା ଖେଳନା ସିଙ୍ଗାପୁରରେସାହାରନପୁରର ହାତଖୋଦେଇ କାଠର ସାଜସଜା ଉପକରଣ ମରିସସରେଆଗ୍ରାର ହାତତିଆରି ସୋପଷ୍ଟୋନ ବର୍ଣ୍ଣର ବ୍ରିଟେନରେ ଏବଂ ଜୟପୁରର ପାରମ୍ପରିକ ଅଳଙ୍କାର ୟୁରୋପଅଷ୍ଟ୍ରେଲିଆକାନାଡାଆମେରିକା ଏବଂ ଆଉ ଅଧିକ ରାଷ୍ଟ୍ରରେ ପହଂଚାଇବା ଭଳି ଅନେକ ଭାରତୀୟ କାରିଗରି ଉତ୍ପାଦ  ସାମଗ୍ରୀକୁ ସମଗ୍ର ବିଶ୍ୱରେ ବଜାର ଅନୁସନ୍ଧାନ କରିବା ଦିଗରେ ସମର୍ଥ କରାଇଛି

୬୦୦ରୁ ଅଧିକ ପଞ୍ଜିକୃତ ଅଣୁକ୍ଷୁଦ୍ର ଏବଂ ବୃହତ ପ୍ରସ୍ତୁତକାରୀକାରିଗରଉତ୍ପାଦନକାରୀଏବଂ ରପ୍ତାନିକାରୀଙ୍କୁ ଏହାର ପ୍ଲାଟଫର୍ମରେ ସ୍ଥାନ ଦେଇଥିବା କଲାରାର ୫୦ରୁ ଅଧିକ ରାଷ୍ଟ୍ରରେ ହଜାର ହଜାର ସଂଖ୍ୟାରେ ପଞ୍ଜିକୃତ କ୍ରେତା ରହିଛନ୍ତି ଏବଂ ଏହା ଏକବର୍ଷରୁ କମ ସମୟ ମଧ୍ୟରେ ୪୦ରୁ ଅଧିକ ରାଷ୍ଟ୍ରକୁ ବି୨ବି ସାମଗ୍ରୀ ପରିବହନ କରିଛି

ବିଭିନ୍ନ ରାଷ୍ଟ୍ରରେ ଗ୍ରାହକଙ୍କ ଚାହିଦାଉତ୍ପାଦ ଏବଂ ମୂଲ୍ୟ ନିର୍ଦ୍ଧାରଣ ଧାରା ସମ୍ପର୍କରେ ବୁଝିବାକୁ ବିଭିନ୍ନ ତଥ୍ୟ ଏବଂ ପ୍ରଯୁକ୍ତିର ସମ୍ମିଶ୍ରଣକୁ ବ୍ୟବହାର କରି କଲାରା ଭାରତୀୟ କାରିଗରଙ୍କ ଦ୍ୱାରା ଉତ୍ପାଦଗୁଡିକର ବଜାରରେ ଗ୍ରହଣୀୟତା ଏବଂ ବିକ୍ରି ବୃଦ୍ଧି କରିବାକୁ ଉକ୍ତ ତଥ୍ୟ ପୁନଃ ଉତ୍ପାଦନକାରୀଙ୍କୁ ଅବଗତ କରାଉଛି

ରିଲାଏନ୍ସ ସମର୍ଥନରେ କଲାରା ଯୋଗାଣ ଶୃଙ୍ଖଳମୂଳ ସ୍ଥାନରୁ ସଂଗ୍ରହଉତ୍ପାଦର ବିକାଶଆନ୍ତର୍ଜାତିକ ସହଭାଗିତାତଥ୍ୟ ବିଜ୍ଞାନ  ପ୍ରଯୁକ୍ତି ଆଦି କ୍ଷେତ୍ରରେ ସଂହତିକୁ ସମନ୍ୱିତ କରୁଛି

ଏହା ହଜାର ହଜାର ସଂଖ୍ୟକ ଉତ୍ପାଦ ଏବଂ ସେଗୁଡିକୁ ବିମାନ  ସମୁଦ୍ର ପଥରେ ପହଂଚାଇବାଚାହିଦା ମୁତାବକ ନିର୍ମାଣନିର୍ଦ୍ଦିଷ୍ଟ ଗ୍ରାହକ ଚାହିଦା ଆଧାରରେ ଉତ୍ପାଦର ବିକାଶଠିକଣା ସମୟ ବଜାୟ ରଖିବା ଏବଂ ବିବିଧ ବିଶ୍ୱସ୍ତରୀୟ ଅର୍ଥ ପୈଠ ବ୍ୟବସ୍ଥା ଆଦି କ୍ଷେତ୍ରରେ ଏମଓକ୍ୟୁମୂଲ୍ୟଅଗ୍ରଣୀ ସମୟ ଏବଂ ଯୋଗାଣ ଶୃଙ୍ଖଳ ଆବଶ୍ୟକତା ସମ୍ପର୍କରେ ଆକଳନ କରିବାର କ୍ଷମତା ରଖୁଥିବା ଏକ ଅନନ୍ୟ ବି୨ବି ବିଶ୍ୱବ୍ୟାପୀ ପ୍ରଯୁକ୍ତି ପ୍ଲାଟଫର୍ମ ନିର୍ମାଣ କରିଛି

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ନୂଆ ରୂପ ପାଇଲା ଐତିହ୍ୟ ଗ୍ରାମ ରଘୁରାଜପୁର, କାନ୍ଥବାଡରେ ଅଙ୍କା ଗଲା ପାରଂପାରିକ ଚିତ୍ରକଳା

ଭୁବନେଶ୍ବର, ପୁରୀ ଜିଲ୍ଲାର ରଘୁରାଜପୁର। ପଟ୍ଟଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ବିଶ୍ବ ଐତିହ୍ୟ ଗ୍ରାମର ମାନ୍ୟତା ମଧ୍ୟ ପାଇଛି। କଳା ହିଁ ଏହି ଗାଁର ଲୋକମାନଙ୍କର ଜୀବିକାର ମୁଖ୍ୟ ଆଧାର। କରୋନା ସମୟରେ ଏହି ଗାଁର ଲୋକମାନଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିଲା ଏକ ଅନନ୍ୟ ଉଦ୍ୟମ। ଜୁନ ୮ ତାରିଖରୁ ଜୁନ୍ ୧୬ ପର‌୍ୟ୍ୟନ୍ତ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡିଶା ଲଳିତକଳା ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଥିଲା ପାରମ୍ପରିକ ଭିତ୍ତିଚିତ୍ର ଶିବିର ସତ୍ପରଙ୍ଗ।

ଗାଁର ସବୁ ପରିବାର, ୧୫୦ ପରିବାର ଏଥିରେ ଭାଗ ନେଇଥିଲେ। ପ୍ରତ୍ୟେକ ସେମାନଙ୍କ ଘରର ବାହାର କାନ୍ଥରେ ୫୦ ବର୍ଗ ଫୁଟ ଅଞ୍ଚଳରେ ଏହି ପାରମ୍ପରିକ ଚିତ୍ର ଅଙ୍କନ କରିଥିଲେ। ଏଥିପାଇଁ ସେମାନଙ୍କ କଳାକୃତୀକୁ ସ୍ବୀକୃତି ସ୍ବରୂପ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। କାଯ୍ୟକ୍ରମର ଅନ୍ତିମ ଦିବସରେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଅର୍ଥ ପ୍ରଦାନ କାଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରଘୁରାଜପୁର ଓଡିଶାର ଗର୍ବ ଓ ଗୌରବ। ଏହି ଗାଁର ଶିଳ୍ପୀଙ୍କ ତୂଳୀରେ ରୂପ ନେଉଥିବା ପଟ୍ଟଚିତ୍ର ଆଜି ଓଡିଶା ପାଇଁ ଅନେକ ସୁନାମ ଓ ପ୍ରତିଷ୍ଠା ଆଣିଛି। ମହାନ୍ ଓଡିଶୀ ନୃତ୍ୟଗୁରୁ ସ୍ବର୍ଗତ କେଳୁଚରଣ ମହାପାତ୍ରଙ୍କର ଜନ୍ମଭୂମି ମଧ୍ୟ ରଘୁରାଜପୁର। କିଛି ବର୍ଷ ପୂର୍ବେ କୌଣସି ପୂର୍ବ ନିର୍ଦ୍ଧାରିତ କାର‌୍ୟ୍ୟକ୍ରମ ନ ଥାଇ ପୁରୀ ଯିବା ବାଟରେ ରଘୁରାଜପୁର ପରିଦର୍ଶନ କରିଥିବା ବିଷୟ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଚାଲି ଚାଲି ପୁରା ଗାଁ ବୁଲି ଦେଖିଥିଲେ।

ପ୍ରତି ଘର ଦାଣ୍ଡ କାନ୍ଥରେ ଅଙ୍କିତ ଚିତ୍ର ତାଙ୍କୁ ମୁଗ୍ଧ କରିଦେଇଥିଲା। ସାରା ଗାଁଟି ତାଙ୍କୁ ଏକ ଇକ୍ସଗ୍ଧ ଏବକ୍ଷକ୍ଷରକ୍ସଚ୍ଚ ପରି ଲାଗିଥିଲା ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ। ତା ପରେ ପରେ ଗାଁ ଲୋକ ଯେପରି ଗାଁ ମଣ୍ଡପରେ ସଙ୍ଗେ ସଙ୍ଗେ ଗୋଟିପୁଅ ନାଚର ଆୟୋଜନ କରିଥିଲେ, ତାର ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ ଏବଂ ରଘୁରାଜପୁର ବାସିନ୍ଦା ମାନଙ୍କର ସେ ଦିନର ସେହି ଆଦର ତାଙ୍କ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିଛି ଏବଂ ଏହାକୁ ସେ କେବେ ଭୁଲିପାରିବେ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରେ ଓଡିଶାର କଳା ହିଁ ତାର ଅନ୍ୟତମ ପରିଚୟ। ଏହାର ସୁରକ୍ଷା ଓ ବିକାଶ ପାଇଁ ସରକାର ସବୁବେଳେ କାମ କରୁଛନ୍ତି ଓ କାମ କରିଚାଲିବେ । ରଘୁରାଜପୁରରେ ଆୟୋଜିତ ଏହି ସପ୍ତରଙ୍ଗ ଭିତ୍ତିଚିତ୍ର କାର୍ଯ୍ୟକ୍ରମ ସଂପୂର୍ଣ୍ଣ documentation କରାଯାଇଥିବା ଜାଣି ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ଏବଂ ୟୁଟ୍ୟୁୟୁବ ଜରିଆରେ ସାରା ବିଶ୍ବରେ ଆମ କଳାର ପ୍ରସାର ଦିଗରେ ସହାୟକ ହେବା ସଂଗେ ସଂଗେ ଭବିଷ୍ୟତରେ ପର‌୍ୟ୍ୟଟକ ମାନଙ୍କୁ ଆକୃଷ୍ଟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ତକ୍ଟକ୍ଟଜ୍ଞ ମାଧ୍ୟମରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ଓ ପର‌୍ୟ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ, ଓଡିଶା ଲଳିତକଳା ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ, ସଂସ୍କୃତି ନିର୍ଦ୍ଦେଶକ ରଂଜନ ଦାସ, ପୁରୀ ଜିଲ୍ଲାପାଳ ଏବଂ ରଘୁରାଜପୁର ଗ୍ରାମ୍ୟ କମିଟିର ସଭାପତି ଲିଙ୍ଗରାଜ ସୁବୁଦ୍ଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Categories
ଫଟୋ ଖବର

ଐତିହ୍ୟ ଗ୍ରାମ ରଘୁରାଜପୁର ଠାରେ ଭିତ୍ତିଚିତ୍ର ଶିଳ୍ପୀ ଶିବିରର ତୃତୀୟ ଦିନରେ ଚିତ୍ର ଚିତ୍ରଣରେ ଚିତ୍ର ଶିଳ୍ପୀଗଣ

ଐତିହ୍ୟ ଗ୍ରାମ ରଘୁରାଜପୁର ଠାରେ ଭିତ୍ତିଚିତ୍ର ଶିଳ୍ପୀ ଶିବିରର ତୃତୀୟ ଦିନରେ ଚିତ୍ର ଚିତ୍ରଣରେ ଚିତ୍ର ଶିଳ୍ପୀଗଣ।