Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହଂକଂ ଓ ଲଣ୍ଡନ ବଜାରରେ ରଘୁରାଜପୁର ପଟ୍ଟଚିତ୍ର ଅଙ୍କିତ ପରଷିବା ସାମଗ୍ରୀ 
ଆଜିର ଖବର

ହଂକଂ ଓ ଲଣ୍ଡନ ବଜାରରେ ରଘୁରାଜପୁର ପଟ୍ଟଚିତ୍ର ଅଙ୍କିତ ପରଷିବା ସାମଗ୍ରୀ 

October 29, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପାଇଁ ରିଲାଏନ୍ସ ସମର୍ଥିତ ଭାରତର ସର୍ବବୃହତ ବିଶ୍ୱବ୍ୟାପୀ ବି୨ବି ପ୍ଲାଟଫର୍ମ ‘କଲାରା’ ଭାରତୀୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଗୁଡିକୁ ବିଶ୍ୱସ୍ତରରେ ନୂଆ ଗ୍ରାହକଙ୍କ ନିକଟରେ ପହଂଚାଇବା ଦିଗରେ ପ୍ରୟାସ ଆରମ୍ଭ କରିଛି। 

କଲାରା ପ୍ଲାଟଫର୍ମରେ ମିଳିଥିବା ଉଲ୍ଲେଖନୀୟ ସଫଳତା ଆଧାରରେ ଓଡ଼ିଶାର ମୟୁରଭଞ୍ଜର ପାରମ୍ପରିକ ସବାଇ ଘାସରେ ପ୍ରସ୍ତୁତ ମ୍ୟାଟ ଏବଂ ରଘୁରାଜପୁର ପଟ୍ଟଚିତ୍ର ଅଙ୍କିତ ଖାଦ୍ୟ ପରଷିବା ସାମଗ୍ରୀ ଯଥାକ୍ରମେ ହଂକଂ ଏବଂ ଲଣ୍ଡନରେ ନିଜ ପାଇଁ ବଜାର ସୁଯୋଗ ସୃଷ୍ଟି କରିପାରିଛି।

ଓଡ଼ିଶାର ପଥର ଓ କାଠ ଖୋଦିତ କାରୁକାର୍ଯ୍ୟ, ହସ୍ତ ଅଙ୍କିତ ଗଞ୍ଜିଫା କାର୍ଡ, ତାଳପତ୍ର ଖୋଦେଇ, ପଟ୍ଟଚିତ୍ର ଏବଂ ଆଦିବାସୀଙ୍କ ଚିତ୍ରକଳା ଇତ୍ୟାଦି ଅନେକ ଉତ୍ପାଦ ମଧ୍ୟ କଲାରା ପ୍ଲାଟଫର୍ମରେ ସ୍ଥାନ ପାଇବା ସହିତ ସମଗ୍ର ବିଶ୍ୱରେ ଗ୍ରାହକଙ୍କ ନିକଟରେ ପହଂଚି ପାରୁଛି।

ଏହି ପ୍ଲାଟଫର୍ମରେ ଭାରତର କୋଣ ଅନୁକୋଣରୁ ବାସଗୃହ ସାଜସଜା, ବାସଗୃହରେ ବ୍ୟବହାର ହେଉଥିବା ବୟନ ସାମଗ୍ରୀ, ଫାଶନ ସାମଗ୍ରୀ, ଖେଳନା, ରୋଷେଇ ଏବଂ ଖାଦ୍ୟ ଖାଇବା ସାମଗ୍ରୀ, ଉପହାର ସାମଗ୍ରୀ, ଆଉଟଡୋର ସାମଗ୍ରୀ, ଆସବାବପତ୍ର ସମେତ ୭୫,୦୦୦ରୁ ଅଧିକ କାରିଗରୀ ଉତ୍ପାଦ ସମଗ୍ର ବିଶ୍ୱର କ୍ରେତାଙ୍କ ନିମନ୍ତେ ଉପଲବ୍ଧ ହେଉଛି। 

୨୦୨୧ ଅକ୍ଟୋବର ୨୮ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଏସିଆର ସର୍ବବୃହତ ଉପହାର ଏବଂ ହସ୍ତଶିଳ୍ପ ମେଳା ଆଇଜିଏଚଏଫରେ କଲାରା ତାହାର ବିଶ୍ୱବ୍ୟାପୀ ବି୨ବି ପ୍ଲାଟଫର୍ମ ଏବଂ ତାହାର ବୈଶିଷ୍ଟ୍ୟ ତଥା ଭାରତୀୟ କାରିଗର ଏବଂ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଡିଲରମାନଙ୍କ ପାଇଁ ସମଗ୍ର ବିଶ୍ୱରେ ଗ୍ରାହକଙ୍କ ନିକଟରେ ପହଂଚିବାର ସୁପୋଗ ଓ ଲାଭ ସମ୍ପର୍କରେ ପ୍ରଦର୍ଶିତ କରୁଛି।

‘କଲାରା’ ଚିନ୍ନାମଲାଇର ହାତବୁଣା ରୋଷେଇ ତଉଲିଆ ଲସ୍‌ଏଞ୍ଜେଲସ ବଜାର ପର୍ଯ୍ୟନ୍ତ ପହଞ୍ଚାଇବା, ଓଡ଼ିଶାର ମୟୁରଭଞ୍ଜର ସବାଇଘାସରୁ ପ୍ରସ୍ତୁତ ମ୍ୟାଟ ହଂକଂ ବଜାରରେ, ରଘୁରାଜପୁରର ହସ୍ତ ଅଙ୍କିତ ପଟ୍ଟଚିତ୍ର ଥିବା ଖାଦ୍ୟ ପରଷିବା ସାମଗ୍ରୀ ଲଣ୍ଡନରେ ଷ୍ଟୋର ଗୁଡିକ ପର୍ଯ୍ୟନ୍ତ ପହଂଚାଇବା, ଉତର ପ୍ରଦେଶର ସମ୍ଭଲର ଅସ୍ଥି ଏବଂ ଶିଙ୍ଗରେ ପ୍ରସ୍ତୁତ କାରୁକାର୍ଯ୍ୟ ଦକ୍ଷିଣ ଆଫ୍ରିକାରେ, ମଣିପୁରର ଲଙ୍ଗପି କାନାଡାର ଷ୍ଟୋରଗୁଡିକରେ, ଚନ୍ନାପାଟନା ଖେଳନା ସିଙ୍ଗାପୁରରେ, ସାହାରନପୁରର ହାତଖୋଦେଇ କାଠର ସାଜସଜା ଉପକରଣ ମରିସସରେ, ଆଗ୍ରାର ହାତତିଆରି ସୋପଷ୍ଟୋନ ବର୍ଣ୍ଣର ବ୍ରିଟେନରେ ଏବଂ ଜୟପୁରର ପାରମ୍ପରିକ ଅଳଙ୍କାର ୟୁରୋପ, ଅଷ୍ଟ୍ରେଲିଆ, କାନାଡା, ଆମେରିକା ଏବଂ ଆଉ ଅଧିକ ରାଷ୍ଟ୍ରରେ ପହଂଚାଇବା ଭଳି ଅନେକ ଭାରତୀୟ କାରିଗରି ଉତ୍ପାଦ ଓ ସାମଗ୍ରୀକୁ ସମଗ୍ର ବିଶ୍ୱରେ ବଜାର ଅନୁସନ୍ଧାନ କରିବା ଦିଗରେ ସମର୍ଥ କରାଇଛି।

୬୦୦ରୁ ଅଧିକ ପଞ୍ଜିକୃତ ଅଣୁ, କ୍ଷୁଦ୍ର ଏବଂ ବୃହତ ପ୍ରସ୍ତୁତକାରୀ, କାରିଗର, ଉତ୍ପାଦନକାରୀ, ଏବଂ ରପ୍ତାନିକାରୀଙ୍କୁ ଏହାର ପ୍ଲାଟଫର୍ମରେ ସ୍ଥାନ ଦେଇଥିବା କଲାରାର ୫୦ରୁ ଅଧିକ ରାଷ୍ଟ୍ରରେ ହଜାର ହଜାର ସଂଖ୍ୟାରେ ପଞ୍ଜିକୃତ କ୍ରେତା ରହିଛନ୍ତି ଏବଂ ଏହା ଏକବର୍ଷରୁ କମ ସମୟ ମଧ୍ୟରେ ୪୦ରୁ ଅଧିକ ରାଷ୍ଟ୍ରକୁ ବି୨ବି ସାମଗ୍ରୀ ପରିବହନ କରିଛି।

ବିଭିନ୍ନ ରାଷ୍ଟ୍ରରେ ଗ୍ରାହକଙ୍କ ଚାହିଦା, ଉତ୍ପାଦ ଏବଂ ମୂଲ୍ୟ ନିର୍ଦ୍ଧାରଣ ଧାରା ସମ୍ପର୍କରେ ବୁଝିବାକୁ ବିଭିନ୍ନ ତଥ୍ୟ ଏବଂ ପ୍ରଯୁକ୍ତିର ସମ୍ମିଶ୍ରଣକୁ ବ୍ୟବହାର କରି କଲାରା ଭାରତୀୟ କାରିଗରଙ୍କ ଦ୍ୱାରା ଉତ୍ପାଦଗୁଡିକର ବଜାରରେ ଗ୍ରହଣୀୟତା ଏବଂ ବିକ୍ରି ବୃଦ୍ଧି କରିବାକୁ ଉକ୍ତ ତଥ୍ୟ ପୁନଃ ଉତ୍ପାଦନକାରୀଙ୍କୁ ଅବଗତ କରାଉଛି।

ରିଲାଏନ୍ସ ସମର୍ଥନରେ କଲାରା ଯୋଗାଣ ଶୃଙ୍ଖଳ, ମୂଳ ସ୍ଥାନରୁ ସଂଗ୍ରହ, ଉତ୍ପାଦର ବିକାଶ, ଆନ୍ତର୍ଜାତିକ ସହଭାଗିତା, ତଥ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ଆଦି କ୍ଷେତ୍ରରେ ସଂହତିକୁ ସମନ୍ୱିତ କରୁଛି।

ଏହା ହଜାର ହଜାର ସଂଖ୍ୟକ ଉତ୍ପାଦ ଏବଂ ସେଗୁଡିକୁ ବିମାନ ଓ ସମୁଦ୍ର ପଥରେ ପହଂଚାଇବା, ଚାହିଦା ମୁତାବକ ନିର୍ମାଣ, ନିର୍ଦ୍ଦିଷ୍ଟ ଗ୍ରାହକ ଚାହିଦା ଆଧାରରେ ଉତ୍ପାଦର ବିକାଶ, ଠିକଣା ସମୟ ବଜାୟ ରଖିବା ଏବଂ ବିବିଧ ବିଶ୍ୱସ୍ତରୀୟ ଅର୍ଥ ପୈଠ ବ୍ୟବସ୍ଥା ଆଦି କ୍ଷେତ୍ରରେ ଏମଓକ୍ୟୁ, ମୂଲ୍ୟ, ଅଗ୍ରଣୀ ସମୟ ଏବଂ ଯୋଗାଣ ଶୃଙ୍ଖଳ ଆବଶ୍ୟକତା ସମ୍ପର୍କରେ ଆକଳନ କରିବାର କ୍ଷମତା ରଖୁଥିବା ଏକ ଅନନ୍ୟ ବି୨ବି ବିଶ୍ୱବ୍ୟାପୀ ପ୍ରଯୁକ୍ତି ପ୍ଲାଟଫର୍ମ ନିର୍ମାଣ କରିଛି।

ଓଡିଶା ରଘୁରାଜପୁର ହଂକଂ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.