Categories
ଆଜିର ଖବର ଜାତୀୟ ଖବର

ରଜତ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ: ପ୍ରଖ୍ୟାତ ସାହିତ୍ୟିକ ତଥା ଜଗନ୍ନାଥ ଗବେଷକ ରଜତ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟି କରି କହିଛନ୍ତି ଯେ, ରଜତ କର ହେଉଛନ୍ତି ଜଣେ ବହୁମୁଖୀ ପ୍ରତିଭା, ସେ ରଥଯାତ୍ରାର ଧାରାବିବରଣୀ ଦେବା, ଓଡିଶାର ପାଲା ସଂସ୍କୃତିକୁ ଉଦଜିବିତ କରିବା କାର୍ଯ୍ୟ କରିଛନ୍ତି। ତାଙ୍କର ହଠାତ ବିୟୋଗରେ ତାଙ୍କ ପରିବାରଙ୍କୁ ସମବେଦନା ଜଣାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉଲ୍ଲେଖ କରିବା ସହିତ ତାଙ୍କ ଟୁଇଟରେ ଦୁଇଟି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଗୋଟିଏରେ ସେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ଗ୍ରହଣ କରୁଥିବା ବେଳେ ଏବଂ ଅନ୍ୟଟି ତାଙ୍କ ସହିତ ସାକ୍ଷାତ କରୁଥିବା ବେଳେ।

Categories
ଆଜିର ଖବର ରାଜ୍ୟ ଖବର

ସୋମବାର ଦିନ ସ୍ବର୍ଗଦ୍ବାରରେ ହେବ ରଜତ କରଙ୍କ ଶେଷକୃତ୍ୟ

ଭୁବନେଶ୍ବର: ସୋମବାରଦିନ ପ୍ରଖ୍ୟାତ ସାହିତ୍ୟିକ, ଗବେଷକ ରଜତ କରଙ୍କ ଶେଷକୃତ୍ୟ ସଂପର୍ଣ୍ଣ ହେବ। ଏ ନେଇ ତାଙ୍କ ସଂପର୍କୀୟ ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କର ମରଶରୀର ଡାକ୍ତରଖାନାରେ ରଖାଯାଇଛି। ଆସନ୍ତାକାଲି ତାଙ୍କ ମରଶରୀରକୁ ତାଙ୍କ ବାସଭବନକୁ ନିଆଯିବ। ବାଙ୍ଗାଲୁରୁରେ ରହୁଥିବା ତାଙ୍କର ସାନ ଝିଅ ପହଞ୍ଚିବା ପରେ ମରଶରୀର ପୁରୀ ନିଆଯିବ। ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ କରାଯିବ।

ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସେହି ଅନୁସାରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ବର୍ଗଦ୍ବାରରେ ବନ୍ଦୋବସ୍ତ କରାଯାଇଛି। ସେ ଆଜି ସଂଧ୍ୟାରେ 88 ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଗ୍ମୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ସୁସାହିତ୍ୟିକ, ଜଗନ୍ନାଥ ସଂସ୍କୃତିର ଅନନ୍ୟ ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି। ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା।

ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ। ତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଶୋକ ସନ୍ତପ୍ତ ପରିବାର କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିଛନ୍ତି।

Categories
ଆଜିର ଖବର

ପରଲୋକରେ ସାହିତ୍ୟିକ, ଗବେଷକ ପଦ୍ମଶ୍ରୀ ରଜତ କର

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମଶ୍ରୀ ରଜତ କରଙ୍କ ହୃଦ୍‌ଘାତରେ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ପରଲୋକ ଘଟିଛି। ଏନେଇ ତାଙ୍କ ପୁଅ ରଞ୍ଜିତ କର ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।

ରଜତ କର ୧୯୩୪ ମସିହା ଅକ୍ଟୋବର ୨ରେ କଟକ ଜିଲାର ମାହାଙ୍ଗାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଓଡ଼ିଆ ଶିକ୍ଷାବିତ୍‌, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଥିଲେ। ଦୀର୍ଘ ୬୦ ବର୍ଷ ଧରି ସେ ଟିଭି ଓ ରେଡିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଘରେ ଘରେ ପରିଚିତ ହୋଇଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ।

ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ। ରଜତ କରଙ୍କୁ ଅନେକ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ୨୦୦୯ରେ ତାଙ୍କୁ ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୨୦୧୧ରେ ଗୋଦାବରୀଶ ମିଶ୍ର ସମ୍ମାନ, ୨୦୧୭ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ୨୦୨୧ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଘୋଷଣା ହେଲା ପଦ୍ମଶ୍ରୀ, ଓଡିଶାରୁ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ, ରଜତ କରଙ୍କ ସହ ଅନ୍ୟ ୪ଜଣଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ: ୨୦୨୧ ବର୍ଷ ପାଇଁ ପଦ୍ମ ପୁରଷ୍କାର ଘୋଷଣା ହୋଇଛି। ୭ ଜଣଙ୍କୁ ପଦ୍ମ ବିଭୂଷଣ ପୁରଷ୍କାର, ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣଙ୍କୁ ପଦ୍ମଶ୍ରୀ ମିଳିବ। ଓଡିଆ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି।

ସାହିତ୍ୟ ଓ ଶିକ୍ଷା ଲାଗି ଓଡିଆ ସାହିତ୍ୟିକ ରଜତ କୁମାର କର ଏବଂ  ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ମିଳିବ। ସେହିପରି ସମାଜସେବା ଲାଗି ଶାନ୍ତି ଦେବୀ, କଳା ଲାଗି ପୂର୍ଣ୍ଣମାସୀ ଜାନିଙ୍କୁ ପଦ୍ମଶ୍ରୀ ମିଳିବ। ଔଷଧ ଲାଗି ଡଃ. କୃଷ୍ଣ ମୋହନ ପାଠୀଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରଷ୍କାର ପାଇଁ ଘୋଷଣା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପ୍ରଖ୍ୟାତ ସାହିତ୍ୟିକ ତଥା ଜଗନ୍ନାଥ ଗବେଷକ ରଜତ କରଙ୍କ ଜନ୍ମ ଦିନ, ୮୭ ବର୍ଷ ପୁରଣ କଲେ

ଭୁବନେଶ୍ବର, ଆଜି ହେଉଛି ପ୍ରଖ୍ୟାତ ସାହିତ୍ୟିକ, ଗବେଷକ ତଥା ଭାଷ୍ୟକାର ରଜତ କରଙ୍କ ଜନ୍ମ ଦିନ। ଠିକ ୮୭ ବର୍ଷ ତଳେ ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମ ଦିନ ସଂପର୍କରେ ରଜତ ତାଙ୍କ ଟୁଇଟର ଆକାଉଣ୍ଟରେ ଅବଗତ କରାଇଛନ୍ତି। ସେ ଏ ନେଇ କହିଛନ୍ତି ଯେ, “ପରମପିତାଙ୍କ କୃପା ଓ ଗୁରୁ ମାନଙ୍କ ମାର୍ଗଦର୍ଶନ ରେ ଜୀବନ ର ୮୭ ଟି ସୋପାନ ପୂର୍ଣ୍ଣ ହେଲା, ଏ ଜାତି ଯାହା ଦେଇଛି ତା ଲାଗି ମୁଁ ଚିର ୠଣୀ ଓ ସଦା ସର୍ବଦା କର୍ମ ତତ୍ପର ରହିବି। ମୋ ଜନ୍ମଦିନ ରେ ଶୁଭେଚ୍ଛା ବାର୍ତ୍ତା ଦେଇ ଥିବା ମୋର ଅଗଣିତ ସୁହୃଦ ସ୍ରୋତାଙ୍କ ପ୍ରଭୁ ମଙ୍ଗଳ କରନ୍ତୁ” ।