ପରଲୋକରେ ସାହିତ୍ୟିକ, ଗବେଷକ ପଦ୍ମଶ୍ରୀ ରଜତ କର

Published: May 8, 2022, 7:40 pm IST

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମଶ୍ରୀ ରଜତ କରଙ୍କ ହୃଦ୍‌ଘାତରେ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ପରଲୋକ ଘଟିଛି। ଏନେଇ ତାଙ୍କ ପୁଅ ରଞ୍ଜିତ କର ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।

ରଜତ କର ୧୯୩୪ ମସିହା ଅକ୍ଟୋବର ୨ରେ କଟକ ଜିଲାର ମାହାଙ୍ଗାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଓଡ଼ିଆ ଶିକ୍ଷାବିତ୍‌, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଥିଲେ। ଦୀର୍ଘ ୬୦ ବର୍ଷ ଧରି ସେ ଟିଭି ଓ ରେଡିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଘରେ ଘରେ ପରିଚିତ ହୋଇଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ।

ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ। ରଜତ କରଙ୍କୁ ଅନେକ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ୨୦୦୯ରେ ତାଙ୍କୁ ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୨୦୧୧ରେ ଗୋଦାବରୀଶ ମିଶ୍ର ସମ୍ମାନ, ୨୦୧୭ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ୨୦୨୧ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା।

Related posts