Categories
ବିଶେଷ ଖବର ରାଜ୍ୟ ଖବର

ଉପବାଚସ୍ପତି ପଦରୁ କାହିଁକି ଇସ୍ତଫା ଦେଲେ ରଜନୀକାନ୍ତ ସିଂ

ଭୁବନେଶ୍ୱର: ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଅପ୍ରତ୍ୟାଶିତ ଭାବରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାର କାରଣ ସମ୍ପର୍କରେ ସେ କହିଛନ୍ତି ଯେ ସାମ୍ବିଧାନିକ ପଦବୀରେ ରହିଥିବାରୁ ନିଜ ନିର୍ବାଚନମଣ୍ଡଳୀରେ ସାଙ୍ଗଠନିକ କାମ କରିପାରୁନାହାନ୍ତି। ତେଣୁ ସେ ସଙ୍ଗଠନରେ ମନୋନିବେଶ କରିବାକୁ ଏହି ପଦବୀରୁ ନିଜକୁ ଦୂରେଇ ନେଇଛନ୍ତି।

ରାଜନୀତିକ ଘଟଣାବଳୀରେ ରୁଚି ରଖୁଥିବା ଲୋକଙ୍କ କହିବା ଅନୁସାରେ ଅନୁଗୁଳ ବିଧାୟକ ଶ୍ରୀ ସିଂହ ନିଜର ଇସ୍ତଫାର କାରଣ ସମ୍ପର୍କରେ ଯାହା କହିଛନ୍ତି ତାହା ସତ୍ୟ। ସେ ଉପବାଚସ୍ପତି ହେବା ପରଠାରୁ ନିଜ ନିର୍ବାଚନମଣ୍ଡଳୀର ଲୋକମାନଙ୍କ ସମସ୍ୟା ସମାଧାନ କରିବା ଦିଗରେ ନିଜର ଅସାମର୍ଥ୍ୟତା ପ୍ରକାଶ କରି ଆସୁଛନ୍ତି। ଫଳରେ ମତଦାତାମାନେ ତାଙ୍କଠାରୁ ଓ ତାଙ୍କ ଦଳ ବିଜେଡିଠାରୁ ମଧ୍ୟ ଦୂରେଇବାରେ ଲାଗିଛନ୍ତି। ଏକଥା ନିକଟରେ ବିଜେପିର କେନ୍ଦ୍ରୀୟ ସର୍ଭେରୁ ସ୍ପଷ୍ଟ ହୋଇଛି

ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ହୋଇଥିବା ସର୍ଭେ, ରଜନୀଙ୍କ ପାଇଁ ହେଲା କାଳ

ବିଜେପିର ସର୍ଭେ ରିପୋର୍ଟ ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ନିଜ ଜିଲ୍ଲା ଅନୁଗୁଳର ତାଳଚେର ଓ ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ନିଜର ଲୋକପ୍ରିୟତା ହରାଇଥିବା ବେଳେ ଅନୁଗୁଳ ବିଧାନସଭା କ୍ଷେତ୍ରରେ ଜନସମର୍ଥନ ବ୍ୟାପକ ପାଉଛନ୍ତି।

ବିଜେପିର ଏହି ରିପୋର୍ଟ ସମ୍ପର୍କରେ ବିଜେଡି ନେତାମାନେ ଅବଗତ ହେବାପରେ ସେମାନଙ୍କ ଆଖିରୁ ନିଦ ହଜିଯାଇଛି। ବିଧାୟକ ଶ୍ରୀ ସିଂହ ଉପ-ବାଚସ୍ପତି ହେବା ପରଠାରୁ ମତଦାତାଙ୍କ ସୁଖଦୁଃଖରେ ସାମିଲ ହୋଇନାହାନ୍ତି। ଫଳରେ ବିଜେଡି ସମର୍ଥକ ତଥା ଭୋଟରମାନେ ବିଜେପି ଆଡ଼କୁ ଢଳିବା ଆରମ୍ଭ କରିଛନ୍ତି।

ଏଭଳି ଖବର ଆସିବା ପରେ ଉପ-ବାଚସ୍ପତି ଶ୍ରୀ ସିଂହଙ୍କୁ ଇସ୍ତଫା ଦେଇ ନିଜ ନିର୍ବାଚନ ମଣ୍ଡଳୀରେ ସଙ୍ଗଠନ ସମ୍ଭାଳି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ବିଜେଡି ନେତୃତ୍ୱ ଦୁଇ ଦିନ ତଳେ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଗତକାଲି ଶ୍ରୀ ସିଂହ ଇସ୍ତଫା ଦେବା କଥା ସ୍ପଷ୍ଟ କରିଥିଲେ।

ଅପର ପକ୍ଷରେ ତାଙ୍କ ସମର୍ଥକମାନଙ୍କ କହିବା ଅନୁସାରେ ୨୦୧୪ରୁ ୨୦୧୯ ବିଧାନସଭାରେ ମନ୍ତ୍ରୀପଦ ପାଇଥିଲେ। ୨୦୧୯ ନିର୍ବାଚନ ପରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ପାଇବେ ବୋଲି ଆଶା କରିଥିଲେ। କିନ୍ତୁ ତାଙ୍କୁ ମନ୍ତ୍ରୀପଦ ଦିଆନଯାଇ ଉପ-ବାଚସ୍ପତି ପଦବୀରେ ଥଇଥାନ କରାଇଥିଲା।

ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ପଦ ପାଇବା ପରେ ଶ୍ରୀ ସିଂହ ବାଚସ୍ପତି ହେବେ ବୋଲି ଆଶାବାନ୍ଧି ବସିଥିଲେ। କିନ୍ତୁ ସେହି ଆଶା ଆଶାରେ ରହିବା ପରେ ଉପବାଚସ୍ପତି ଅସନ୍ତୁଷ୍ଟ ଥିବା ବିଜେଡି ନେତୃତ୍ୱ ଉପଲବ୍ଧି କରିଥିଲେ। ପରିଣାମ ସ୍ୱରୂପ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଶେଷରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂ

ଭୁବନେଶ୍ବର: ଶେଷରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ରଜନୀକାନ୍ତି ସିଂ। ଆଜି ସେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ସାକ୍ଷାତ କରି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ ସେ ଏହି ପଦବୀରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଚାଲିଥିଲା। ଏ ନେଇ ସମୀକ୍ଷା ରେ ମଧ୍ୟ ଏକ ରିପୋର୍ଟ ପ୍ରକାଶ କରାଯାଇଥିଲା। ଯାହା ବର୍ତ୍ତମାନ ସତ ହୋଇଛି।

ରଜନୀକାନ୍ତ ସିଂ ୨୦୧୯ ମସିହା ଜୁନ ମାସରୁ ଆଜି ପର୍ଯ୍ୟନ୍ତ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର କାର୍ଯ୍ୟକଳାପରେ କୌଣସି ଅସୁବିଧା ନ ଥିଲେ ମଧ୍ୟ ସେ କାହିଁକି ଇସ୍ତଫା ଦେଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି। ବିଧାନସଭାର ଶୀତ ଅଧିବେସନକୁ ଆଉ ମାତ୍ର କେତେ ଦିନ ଥିବା ବେଳେ ତାଙ୍କ ଇସ୍ତଫା ରାଜନୈତିକ ମହଲରେ ଆଲୋଚନା ଚାଲିଛି।

ତେବେ ସେ ଏହି ପଦବୀରୁ ଇସ୍ତଫା ଦେବାର କାରଣରେ କୁହାଯାଉଛି ଯେ, ସଂଗଠନ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବେ। ସେ ଏହି ସାମ୍ବିଧାନିକ ପଦବୀର ରହି କୌଣସି ଦଳୀୟ କାର୍ଯ୍ୟ କରିପାରୁ ନ ଥିଲେ। ସେଥିପାଇଁ ସେ ଏହି ପଦବୀରୁ ଇସ୍ତଫା ଦେଇ ନିଜ ନିର୍ବାଚନ ମଣ୍ଡଳୀରେ ମନୋନିବେଶ କରିବେ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଉପବାଚସ୍ପତି ପଦରୁ ଇସ୍ତଫା ଦେଇପାରନ୍ତି ରଜନୀକାନ୍ତ ସିଂ

ଭୁବନେଶ୍ବର: ଉପବାଚସ୍ପତି ପଦରୁ ଇସ୍ତଫା ଦେଇପାରନ୍ତି ବିଧାୟକ ରଜନୀକାନ୍ତ ସିଂ।  ହେଲେ ତାଙ୍କର ନିକଟତମ ମହଲରୁ ଯାହା ସୂଚନା ସେଥିରେ ସେ ଉପବାଚସ୍ପତି ପଦରୁ ଇସ୍ତଫା ଦେବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି। ତେବେ କେବେ ଇସ୍ତଫା ଦେବେ ସେ ନେଇ କିଛି ନିଷ୍ପତି କରି ନ ଥିବାର ଜଣାପଡିଛି। ରଜନୀକାନ୍ତ ସିଂ ଅନୁଗୁଳରୁ ଚାରିଥର ବିଧାୟକ ଭାବେ ନିର୍ବାଚିତ ହୋଇଆସିଛନ୍ତି।

କାରଣରେ ଏହା କୁହାଯାଇଛି ଯେ, ସେ ନିଜ ନିର୍ବାଚନ ମଣ୍ଡଳୀରେ ମନୋନିବେଶ କରିବେ। କାରଣ ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ ସଂଗଠନକୁ ସୁଦୃଢ କରିବେ। ସେ ଉପବାଚସ୍ପତି ପରି ସାମ୍ବିଧାନିକ ପଦବୀରେ ରହି ଦଳୀୟ କାମ କରିବାରେ କଟକଣା ରହୁଛି। ସେଥିପାଇଁ ସେ ଇସ୍ତଫା ଦେଇ ସଂଗଠନ କାମ କରିବେ। ତେବେ ଏ ନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସଙ୍କ ଶପଥ ଗ୍ରହଣ

ଭୁବନେଶ୍ଵର: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଦିବଙ୍ଗତ ବିଜେଡ଼ି ନେତା ନବ ଦାସଙ୍କ ଝିଅଦୀପାଳି ଦାସ ଆଜିଠୁ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଆଜି ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି। ଦୀପାଳିଙ୍କୁ ଉପବାଚସ୍ପତି ରଜନୀକାନ୍ତ ସିଂ ଶପଥପାଠ କରାଇଛନ୍ତି।

ଶପଥ ନେବା ପରେ ଦୀପାଳି କହିଛନ୍ତି ଯେ, “ଝାରସୁଗୁଡାବାସୀଙ୍କ ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି ଦେଇଛନ୍ତି। ଦଳ ପ୍ରତି ଆନୁଗତ୍ୟ ରଖି କାମ କରିବି ବୋଲି ସେ ଆଜି ଶପଥ ନେଇଥିବା କହିଛନ୍ତି। ବାପାଙ୍କ ନୀତି ଓ ଆଦର୍ଶ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ କାମ କରବି। ଝାରସୁଗୁଡାର ବିକାଶ ପାଇଁ ତାଙ୍କ ବାପାଙ୍କର ଯେଉଁ ସ୍ୱପ୍ନ ଥିଲା ତାହାକୁ ପୂରଣ କରିବି।”

ଉଲ୍ଲେଖ ଥାଉ କି ଶପଥ ନେବା ପାଇଁ ଦୀପାଳି ଦିନ ୧୦ଟା ୩୦ରେ ବିଧାନସଭାରେ ପହଂଚିଥିଲେ। ତାଙ୍କ ସାଥିରେ ଭାଇ, ଭାଉଜ ଓ ମା’ ମଧ୍ୟ ବିଧାନସଭାରେ ପହଞ୍ଚିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ତିନି ଦିନିଆ ଆସାମ ଗସ୍ତରେ ଯିବେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର : ଆସନ୍ତା ୧୧ ରୁ ୧୩ ତାରିଖ ମଧ୍ୟରେ ଆସାମର ରାଜଧାନୀ ଗୌହାଟୀରେ ଅନୁଷ୍ଠିତ ହେବ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ। ଏଥିରେ ଯୋଗ ଦେବା ପାଇଁ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ତିନିଦିନିଆ ଆସାମ ଗସ୍ତରେ ଯିବେ। ତାଙ୍କ ସହିତ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥି, ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର, ଉପନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପୂର୍ଣଚନ୍ଦ୍ର ଦଳେଇ ପ୍ରମୁଖ ମଧ୍ୟ ଆସାମ ଗସ୍ତ କରିବେ।

ଏହି ସମ୍ମିଳନୀରେ ଭାରତର ସମସ୍ତ ରାଜ୍ୟର ବାଚସ୍ପତି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସଂସଦୀୟ କାର୍ଯ୍ୟବିଧି, ସଂସଦୀୟ କାର୍ଯ୍ୟପ୍ରଣାଳୀର ଉନ୍ନତିକରଣ ଏବଂ ବିଭାଗୀୟ ମୁଖ୍ୟଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ଆଦି ବିଷୟରେ ସମ୍ମିଳନୀରେ ଆଲୋଚନା କରାଯିବ ବୋଲି ବାଚସ୍ପତି ଡ଼ଃ ପାତ୍ର ପ୍ରକାଶ କରିଛନ୍ତି। ଚଳିତ ମାସ ୧୩ ତାରିଖରେ ଓଡିଶାର ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଥିବାରୁ ସେ ପୂର୍ବଦିନ ଓଡିଶା ଫେରି ଆସିବେ ବୋଲି ପ୍ରକାଶ କରିଛନ୍ତି।

ଲୋକସଭାର ବାଚସ୍ପତି ଶ୍ରୀ ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। “ଜାତୀୟ ବିକାଶ ଏବଂ ସାଧାରଣ ମଙ୍ଗଳ ପାଇଁ ଯୁବ ଶକ୍ତିର ବ୍ୟବହାର” ବିଷୟବସ୍ତୁ ଉପରେ ବାଚସ୍ପତି ପାତ୍ର ତାଙ୍କର ବକ୍ତବ୍ୟ ରଖିବେ ବୋଲି ବିଧାନସଭା ପକ୍ଷରୁ ସୂଚନା ଦିଆଯାଇଛି।